ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା ମୁନା ସାହୁ, ରବି ଗୌଡ଼, ସୁବରାମ ନାୟକ, ବାଲାଜୀ ଗୌଡ଼, ବୋଲେରୋ ଚାଳକ ପି.ସତ୍ୟମ ରେଡ୍ଡୀ ଏବଂ ଉମା ବିଶୋୟୀ। ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲା ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ଅଞ୍ଚଳରେ ବୋଲି ପୋଲିସ କହିଛି। ନଂ.୭୦/୧୯ରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କ ଠାରୁ ଏକ ମାଉଜର, ଛୁରି, ୮ ମୋବାଇଲ ଫୋନ ଜବତ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବାହ୍ନ ୧୧ଟାରେ ବୋଲେରୋ (ନଂ.ଓଡି-୦୭ଟି-୨୬୦୦)ରେ ଦାରିଙ୍ଗବାଡ଼ି ଦେଇ ବୁଲୁ ନାୟକ ଓ ତାଙ୍କ ଭାଇ ବ୍ରଜକିଶୋରଙ୍କୁ ଅପହରଣ କରି ନିଆଯାଉଥିଲା। ବୁଲୁ ଚାରିଛକରେ ବୋଲେରୋରୁ ଡେଇଁ ଥାନାରେ ପହଞ୍ଚତ୍ଥିଲେ। ଅପହରଣକାରୀଙ୍କ କବଳରେ ତାଙ୍କ ଭାଇ ଥିବା ଆଇଆଇସିଙ୍କୁ କହିଥିଲେ। ଆଇଆଇସି ଗରଡ଼ିଆ ସଦଳବଳ ଦୁର୍ବୃତ୍ତଙ୍କ ପିଛା କରି ଗାଜଲବାଡ଼ି ଘାଟିରେ ଗାଡ଼ି ଚକାକୁ ଗୁଳିମାଡ କରି ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏଥିରେ ଜେଲ କର୍ମଚାରୀ ସମ୍ପୃକ୍ତ ଥିବା ଜାଣି ବାଲିଗୁଡ଼ା ଏସ୍‌ଡିପିଓ ବିନିତ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ। ପରେ ଏସ୍‌ଡିପିଓ ଜେଲ କର୍ମଚାର ବେହେରାଦଳାଇଙ୍କୁ ଦାରିଙ୍ଗବାଡ଼ି ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ଅପହୃତ ବୁଲୁ କୌଣସି ଏକ ମାମଲାରେ ପୂର୍ବରୁ ବାଲିଗୁଡ଼ା ଜେଲରେ ରହିଥିଲେ। ସେଠାରେ ଜେଲ କର୍ମଚାରୀ ସୁବାସଙ୍କ ସହ ସମ୍ପର୍କ ହୋଇଥିଲା। ଜେଲରୁ ବାହାରିବା ପରେ ସୁବାସ ତାଙ୍କୁ ଗଞ୍ଜେଇ ପାଇଁ ୧ଲକ୍ଷ ଟଙ୍କା ଆଗୁଆ ଦେଇଥିଲେ। ତେବେ ବୁଲୁ ଟଙ୍କା ଖର୍ଚ୍ଚ କରିଦେଇ ଧରାଛୁଅଁା ଦେଇନଥିଲେ। ସୁବାସ ତାଙ୍କୁ ଅପହରଣ କରିବାକୁ ଯୋଜନା କରି ଗଞ୍ଜାମ ଅଞ୍ଚଳର ଅଭିଯୁକ୍ତମାନଙ୍କୁ ସୁପାରି ଦେଇଥିଲେ। ଗୁରୁବାର ବୁଲୁ ଏବଂ ତାଙ୍କ ଭାଇ ବାଇକରେ ଯାଉଥିବା ବେଳେ ଅଭିଯୁକ୍ତମାନେ ଅପହରଣ କରି ଗଞ୍ଜାମ ଜିଲା ଅଭିମୁଖେ ନେଇଯାଉଥିଲେ। ଦାରିଙ୍ଗବାଡ଼ି ଠାରେ ବୁଲୁ ବୋଲେରୋରୁ ଡେଇଁ ପଡିବା ପରେ ଅପହରଣ ଯୋଜନା ପଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?