Posted inଫୁରସତ

ଖୋଲିଲା ଇଜିପ୍ଟର ପ୍ରାଚୀନ ପିରାମିଡ: ୧୪ ବର୍ଷ ଧରି ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ

କାଏରୋ: ଇଜିପ୍ଟରେ ଥିବା ୪,୭୦୦ ବର୍ଷ ପୁରୁଣା ପିରାମିଡକୁ ପୁଣି ଖୋଲାଯାଇଛି। ଷ୍ଟେପ୍‌ ପିରାମିଡ୍‌ ଅଫ୍‌ ଡିଜୋସେର ୧୪ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏହାକୁ ଲୋକଙ୍କ ପାଇଁ ପୁନର୍ବାର ଲୋକାର୍ପିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁସ୍ତାଫା ମେଦ୍‌ବୁଲି କହିଛନ୍ତି, ଆମେ ଏହି ପିରାମିଡ୍‌କୁ ପୁନଃ ଉଦ୍‌ଘାଟନ କରି ବିଶ୍ୱବାସୀଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ସଫଳତାର ସହ ପିରାମିଡ୍‌ର ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଛୁ। ବିଶ୍ୱର କୌଣସି ପର୍ଯ୍ୟଟକ ଏଠାକୁ ଆସିପାରିବେ। ତେବେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ କେତେକ ପ୍ରତିକାରମୂଳକ ପଦକ୍ଷେପ ମଧ୍ୟ ନେଇଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାକ୍କାରା ନେକ୍ରୋପୋଲିସସ୍ଥିତ କିଙ୍ଗ୍‌ ଡିଜୋସେରଙ୍କ ଏହି ସମାଧିସ୍ଥଳକୁ ଇଜିପ୍ଟର ସବୁଠୁ ପ୍ରାଚୀନ ପିରାମିଡ୍‌ ବୋଲି ବିବେଚନା କରାଯାଉଛି। ୨୦୦୬ରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଗତମାସରେ ପରଲୋକ ଘଟିଥିବା ଶାସକ ହୋସ୍‌ନି ମୁବାରକଙ୍କ ବିରୋଧରେ ଦେଶରେ ବିଦ୍ରୋହ ମୁଣ୍ଡଟେକିବାରୁ ୨୦୧୧ରେ ପୁନରୁଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ବାହାରପଟ, କରିଡର, ପାହାଚ ଆଦି ମରାମତିରେ ୧୦୪ ନିୟୁତ ଇଜିପ୍ଟ ପାଉଣ୍ଡ (ପ୍ରାୟ ୬ ନିୟୁତ ଡଲାର) ଖର୍ଚ୍ଚ ହୋଇଛି। ସ୍ଥପତି ଇମ୍‌ହୋଟେପ୍‌ଙ୍କ ଦ୍ୱାରା ନିର୍ମିତ ୬୩ ମିଟର ଉଚ୍ଚତା ବିଶିଷ୍ଟ ଏହି ପିରାମିଡକୁ ପର୍ଯ୍ୟଟକମାନେ ପରିଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri