ଖୋଲିନି ସମସ୍ତ ମଣ୍ଡି, ଆନ୍ଧ୍ର ଯାଉଛି ଗଞ୍ଜାମ ଧାନ

ଛତ୍ରପୁର,୬ା୧(ଡି.ଏନ.ଏ)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ମାଧ୍ୟମରେ ଧାନକିଣା ଆରମ୍ଭ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ଅମଳ ଧାନ ରଖିବାକୁ ଜାଗା ନ ଥିବାରୁ ଚାଷୀମାନେ କୌଣସି ଉପାୟ ନ ପାଇ ମଧ୍ୟସ୍ଥି ବେପାରୀମାନଙ୍କୁ ୭୭ କି.ଗ୍ରା. ଧାନକୁ ୧୦୫୦ ଟଙ୍କାରେ ବିକ୍ରି କରି କ୍ଷତି ସହୁଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଜିଲାରେ ସାଧାରଣତଃ ବିଳମ୍ବରେ ଧାନ ଅମଳ ହୁଏ। ତେଣୁ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଧାନକିଣା ଆରମ୍ଭ କରାଯାଇଥାଏ ା ଚଳିତବର୍ଷ ପ୍ରାୟ ୧ ମାସ ପୂର୍ବରୁ ଜିଲାରେ ମଣ୍ଡି ଶୁଭାରମ୍ଭ ହୋଇଥିଲେ ମଧ୍ୟ ସବୁଠି ଖୋଲିନି। ଏପରି କି କେତେକ ସୋସାଇଟି ସହ ମିଲର୍‌ ଟ୍ୟାଗ୍‌ କାମ ମଧ୍ୟ ସରିନି ା ଅନ୍ୟପକ୍ଷରେ ଚଳିତବର୍ଷ ଟୋକନ୍‌ ବ୍ୟବସ୍ଥା ହୋଇଥିବାରୁ ଧାନକିଣା ମନ୍ଥର ଗତିରେ ଚାଲିଛି ା ଜିଲାର ବିଭିନ୍ନ ସ୍ଥାନରୁ ଏଠାର ମଧ୍ୟସ୍ଥି ବେପାରୀମାନଙ୍କ ଜରିଆରେ ଚାଷୀ ବିକୁଥିବା ଧାନ ଆନ୍ଧ୍ର ଚାଲାଣ ହେଉଛି ା ବାର୍‌ହା, ରୋଗପୋକ ଓ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି ା ତେଣୁ ଚାଷୀ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି ନ କରି ପାରି ହନ୍ତସନ୍ତ ହେଉଛନ୍ତି। ଧାନ ବିକ୍ରି କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ସୂଚନା ଦେଇଛନ୍ତି। ଧାନକିଣା ସମ୍ପର୍କରେ ବୁଝିବା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦେବା, ସ୍ଥାନୀୟ ସୋସାଇଟି ଜରିଆରେ ଟୋକନ୍‌ ଦେଇ ଧାନ କିଣିବା ବ୍ୟବସ୍ଥା କରିବା, କୁଇଣ୍ଟାଲ ଧାନ ପିଛା ୫ କି.ଗ୍ରା. ଠକୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା, ପ୍ରତି ପଞ୍ଚାୟତରେ ୩ ଜଣ ମିଲର୍‌ଙ୍କୁ ଟ୍ୟାଗ୍‌ କରିବା, ଅଖା ଟଙ୍କା ଦେବାକୁ ମିଲରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି କରାଯାଇଛି ା ଉସ୍ତାପଡା, ମର୍ଦ୍ଦମେଖ, ବୁରୁଝୁରି ପଞ୍ଚାୟତରେ ଧାନ ମଣ୍ଡି ଖୋଲି ନ ଥିବା ବେଗୁନିଆପଡା ବ୍ଲକ ମହାସଭା ସଭାପତି ଦୋହନ ସ୍ବାଇଁ ଅଭିଯୋଗ କରିଛନ୍ତି। ସେହିପରି ଅଖା ସହ ଅଧିକ ୫ କି.ଗ୍ରା. ଧାନ ସୋସାଇଟିଗୁଡିକ ନେଉଥିବା ଚାଷୀ ନେତା ରବି ଶତପଥୀ ଓ ଖଲି ଗୌଡ ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତା ଜଗନ୍ନାଥପ୍ରସାଦ ବ୍ଲକରେ ହେଉଥିବା ନେଇ ଚାଷୀ ନେତା ଧବଳେଶ୍ୱର ପ୍ରଧାନ ଅଭିଯୋଗ କରିଛନ୍ତି। ହିଞ୍ଜିଳିରେ ମଧ୍ୟ ଚାଷୀ ଠକେଇର ଶିକାର ହେଉଥିବା ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ଡି. ନାରାୟଣ ଓ ପଦ୍ମ ସାହୁ ଅଭିଯୋଗ କରିଥିବା ବେଳେ ପୁରୁଷୋତ୍ତମପୁର ବ୍ଲକରେ ନାମକୁ ମାତ୍ର ମଣ୍ଡି ଖୋଲି ବନ୍ଦ କରି ଦିଆଯାଇଥିବା ସଂଯୋଜକ ସୀତାରାମ ପାଣିଗ୍ରାହୀ କହିଛନ୍ତି। ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତରେ ଚାଷୀ ଧାନ ଅମଳ କରି ରଖିଥିବା ବେଳେ ମଣ୍ଡି ଖୋଲା ଯାଇ ନ ଥିବା କେଦାର ସ୍ବାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ରୟତ ମହାସଭାର ପ୍ରତିନିଧିଦଳକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri