ଖେଳାଳିଙ୍କୁ ପାଉଣା ଦେଲା ବିସିସିଆଇ: କଷ୍ଟକର ସମୟରେ କାହାକୁ ଅଣଦେଖା କରାଯିବନି

ନୂଆଦିଲ୍ଲୀ, ୧୦।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିନ୍ତୁ ଦାୟିତ୍ୱରେ ହେଳା କରିନାହିଁ। କେନ୍ଦ୍ରୀୟ ଚୁକ୍ତିଭୁକ୍ତ ସବୁ ଖେଳାଳିଙ୍କୁ ବିସିସିଆଇ କ୍ୱାର୍ଟର୍ଲି ବା ତ୍ରୟମାସିକ ପାଉଣା ପ୍ରଦାନ କରିଛି। କେବଳ ସେତିକି ନୁହଁ, କଷ୍ଟକର ସମୟରେ କୌଣସି ଖେଳାଳିଙ୍କୁ ଅଣଦେଖା କରିହେବ ନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି।
କରୋନା ଭାଇରସ କାରଣରୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ପାଉଣା କାଟିବା ନେଇ ସୂଚନା ଦେଇଥିବା ବେଳେ ବିସିସିଆଇ କିନ୍ତୁ ଖେଳାଳିମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା ପ୍ରଦାନ କରିଛି। ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତଥାପି ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହି ସମୟରେ ଯେଉଁ ଖେଳାଳିମାନେ ଭାରତ ପାଇଁ ଓ ଭାରତ ଏ ପାଇଁ ଖେଳିଛନ୍ତି ସେମାନଙ୍କ ପାଉଣା ମଧ୍ୟ ପ୍ରଦାନ କରାଯାଇଛି। ଆର୍ଥିକବର୍ଷ ଶେଷରେ ସମସ୍ତଙ୍କୁ ପାଉଣା ପ୍ରଦାନ କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟରମାନେ ସେମାନଙ୍କ ପାଉଣା କଟାଯିବା ନେଇ ସୂଚନା ପାଇଛନ୍ତି ବୋଲି କହିଛନ୍ତି।
ଅଷ୍ଟ୍ରେଲିଆରେ କେନ୍ଦ୍ରୀୟ ଚୁକ୍ତି ନେଇ ଘୋଷଣାକୁ ସ୍ଥଗିତ ରଖାଯାଇଛି। ସେହିପରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତାଙ୍କ ୟର୍କସାୟର ଦଳୀୟ ସାଥୀମାନଙ୍କ ସହ କିଛି ଦିନର ଛୁଟି ପାଇଁ ଆବେଦନ କରିଛନ୍ତି। ଅନ୍ୟ ଦେଶର ବୋର୍ଡମାନେ ଏହି ପରିସ୍ଥିତିରେ ସଂଘର୍ଷ କରୁଥିବା ବେଳେ ବିସିସିଆଇ ତା’ର ଆର୍ଥିକ ସ୍ଥିରତା ପାଇଁ ନିଜ ଖେଳାଳିଙ୍କ କଷ୍ଟକର ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିବାର କ୍ଷମତା ରଖୁଛି ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ସବୁଆଡେ ଏବେ ପାଉଣା କାଟିବା ନେଇ ଆଲୋଚନା ଚାଲିଥିବା ବେଳେ ବିସିସିଆଇ କିନ୍ତୁ ନିଜ ଖେଳାଳିଙ୍କୁ ଉଚିତ ପ୍ରାପ୍ୟ ଦେବାକୁ ସକ୍ଷମ। ଅନ୍ତର୍ଜାତୀୟ ଖେଳାଳିଙ୍କ ସମେତ ଘରୋଇ ଖେଳାଳି ମଧ୍ୟ ଯେପରି ସମସ୍ୟାରେ ନ ପଡିବେ ସେ ନେଇ ଧ୍ୟାନ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ଆର୍ଥତ୍କ କ୍ଷତି ହୋଇଛି। ଏହାର ଭରଣା ପାଇଁ ଚଳିତବର୍ଷ ଶେଷ ଆଡକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ ହେବା ଜରୁରୀ ହୋଇପଡିଛି ବୋଲି ସେ ସ୍ବୀକାର କରିଛନ୍ତି। ଏସିଆ କପ୍‌ ଓ ଇଂଲଣ୍ଡ ବିପକ୍ଷ ସିରିଜ ଅକ୍ଟୋବରରେ ଓ ଆଗକୁ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଆଇପିଏଲ କେବେ ଆୟୋଜନ ହେବ ସେ ନେଇ କହିବା କଷ୍ଟକର ବୋଲି ସେ କହିଛନ୍ତି। ପରିସ୍ଥିତି କେବେ ସ୍ବାଭାବିକ ହେବ ସେ ନେଇ କହିହେବ ନାହିଁ। ତେଣୁ ଆଇପିଏଲର କାର୍ଯ୍ୟସୂଚୀ ନେଇ କହିବା ମଧ୍ୟ ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୁଣି ଘରୋଇ କାର୍ଯ୍ୟସୂଚୀ ନେଇ ମଧ୍ୟ ବୋର୍ଡ ଚିନ୍ତିତ ଅଛି। କାରଣ ନିୟମ ଅନୁସାରେ ଘରୋଇ କ୍ରିକେଟ ଓ ଆଇପିଏଲ ଏକା ସମୟରେ ଆୟୋଜିତ ହେବ ନାହିଁ। ଯଦି ଆଇପିଏଲ ଅକ୍ଟୋବର ଓ ନଭେମ୍ବରରେ ଆୟୋଜନ ହୁଏ, ତେବେ ଘରୋଇ କ୍ରିକେଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବା ନିଶ୍ଚିତ। ବିସିସିଆଇର ଘରୋଇ କ୍ରିକେଟ ସାଧାରଣତଃ ଅଗଷ୍ଟରେ ଆରମ୍ଭ ହୋଇଥାଏ। ତେବେ ଆଇପିଏଲ୍‌ କାର୍ଯ୍ୟସୂଚୀ ଉପରେ ସବୁ କିଛି ନିର୍ଭର କରୁଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri