ଖାଇବାକୁ ପାଉନାହାନ୍ତି ସ୍ଥାନାନ୍ତରିତ ବସ୍ତିବାସିନ୍ଦା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବସ୍ତି ଉଚ୍ଛେଦ ଓ ବସ୍ତିବାସିନ୍ଦାଙ୍କଙ୍କୁ ଗୋଟିଏ ଜୋନରୁ ଉଠାଇ ଅନ୍ୟ ଏକ ଜୋନକୁ ସ୍ଥାନାନ୍ତର କରୁଛନ୍ତି। କିନ୍ତୁ ବିଏମ୍‌ସି ବସ୍ତିବାସିନ୍ଦାଙ୍କ ଆଧାର ଓ ରାଶନ କାର୍ଡର ସଂଶୋଧନରେ ତତ୍ପରତା ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲକ୍‌ ଡାଉନ୍‌ ଚାଲିଥିବାବେଳେ ଭୁବନେଶ୍ୱରରେ ବିଏମ୍‌ସି ଦ୍ୱାରା ସାଧାରଣ ବଣ୍ଟନ ଆରମ୍ଭ ହୋଇଛି। ପୋଲିସ ଭୟରେ ଯାତାୟାତ କରିପାରୁ ନ ଥିବାରୁ ବସ୍ତିବାସିନ୍ଦା ଖାଇବାକୁ ନ ପାଇ ଉପାସ ରହୁଥିବା କହିଛିନ୍ତି।
ସୂଚନାଯୋଗ୍ୟ, ରେଲୱେ ପ୍ଲାଟଫର୍ମ ସହ ଟ୍ରାକ ସମ୍ପ୍ରସାରଣ ଯୋଗୁ ଗତ ୨୦୧୩ରେ ମଧ୍ୟ ନିର୍ବାଚନମଣ୍ଡଳୀ ତଥା ବିଏମ୍‌ସି ଦକ୍ଷିଣପୂର୍ବ ଜୋନର ୩୩ ନଂ ୱାର୍ଡ (ବନଫୁଲ ବସ୍ତି)ରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ପ୍ରାୟ ୨୦୯ ପରିବାରକୁ ଉତ୍ତର ଜୋନ ତଥା ଇନଫୋସିଟି ଥାନା ଅନ୍ତର୍ଗତ ୱାର୍ଡ-୨କୁ ସ୍ଥାନାନ୍ତର କରାଯାଇଥିଲା। ରହିବାର ୭ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଆଧାର, ରାଶନ କାର୍ଡର ଠିକଣା ଏଯାଏ ଦକ୍ଷିଣ ପୂର୍ବ ଜୋନ୍‌ରେ ରହିଛି। କିଛିି ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ପ୍ରଭାବଶାଳୀ ରାଜନେତା ନିଜ ସପକ୍ଷରୁ ୨୦୯ ଭୋଟ ଚାଲିଯିବା ଭୟରେ କାହାରି ମଧ୍ୟ ଭୋଟ ପରିଚୟପତ୍ରକୁ ବଦଳାଉ ନାହାନ୍ତି। ଯାହାର ଫଳସ୍ବରୁପ ସେମାନେ ଏହି ସାମ୍ପ୍ରତିକ ସ୍ଥିତିରେ ଭୋକ ଉପାସରେ ରହୁଛନ୍ତି।
ଏ ନେଇ ବିଏମ୍‌ସି ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ବସନ୍ତ କୁମାର ପଣ୍ଡା କହିଛନ୍ତି, ବିଭାଗ ସ୍ତରରେ ଏ ସମସ୍ୟା ନେଇ ଆଲୋଚନା କରାଯାଇଛି। ଯେଉଁ ସ୍ଥାନରେ ବର୍ତ୍ତମାନ ବସ୍ତିବାସିନ୍ଦାମାନେ ଅଛନ୍ତି, ସେହି ସ୍ଥାନରୁ ହିଁ ସେମାନଙ୍କୁ ରାଶନ ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ତାକୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। ଆଗାମୀ ଦିନରେ ଏ ନେଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସହଯୋଗର ହାତ ବଢ଼ାଇଲେ ସାଇ ମନ୍ଦିର ଟ୍ରଷ୍ଟ
ଏହି ଅବସ୍ଥାରେ ବନଫୁଲ ବସ୍ତିବାସିନ୍ଦାଙ୍କ ପାଇଁ ସାହାରା ସାଜିଛି ପଟିିଆ ସାଈ ମନ୍ଦିର ଟ୍ରଷ୍ଟ। ଲୋକଙ୍କର ଦୁର୍ଦ୍ଦଶା ଦେଖି ସାଈ ମନ୍ଦିର ଟ୍ରଷ୍ଟ ସହାୟତାରେ ପ୍ରତି ଘରକୁ ମାଗଣାରେ ଚାଉଳ, ତେଲ, ଡାଲି, ପରିବା ଦିଆଯାଇଛି। ବସ୍ତିର ସଭାପତି ଏସ୍‌ ଆପନା ରାଓଙ୍କ କହିବା ମୁତାବକ ପ୍ରଶାସନ ସେମାନଙ୍କୁ ଏଠାକୁ ଦୀର୍ଘ ୭ ବର୍ଷ ହେଲା ଆଣିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ। ସରକାର କହିବା ମୁତାବକ, ଘରେ ରାଶନ ସାମଗ୍ରୀ ପହଞ୍ଚାଇବେ କଥା ପାଣିର ଗାର ସଦୃଶ ହୋଇଯାଇଛି। ତୁରନ୍ତ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରା ନ ଗଲେ ଅନେକ ଲୋକ ଅନାହାରରେ ମୃତ୍ୟୁମୁଖରେ ପଡିବେ ବୋଲି ବସ୍ତିର ପ୍ରଭାକର ସରାଇ, ମାନନ ଗାୟନ, ସଞ୍ଜୁ ତରାଇ, ସିମା ତିହାଢି ପ୍ରମୁଖ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri