କ୍ୱାରାଣ୍ଟାଇନ୍‌ରେ ସ୍ବାବ୍‌ ଟେଷ୍ଟ ହେଲାନି: ଘରକୁ ନ ଯାଇ ପୋଖରୀ ହୁଡ଼ାରେ କୁଡ଼ିଆ କରି ରହିଲେ ପ୍ରବାସୀ

ନୂଆପଡ଼ା ଅଫିସ,୧ା୬: ସରକାରୀ କ୍ୱାରାଣ୍ଟାଇନ୍‌ର ସାତଦିନ ଅବଧି ପୂର୍ଣ୍ଣ ପରେ ପ୍ରବାସୀ ଘରକୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ହେଲେ ଶ୍ରମିକମାନଙ୍କୁ ବିନା ସ୍ବାବ୍‌ ପରୀକ୍ଷଣରେ ଘରକୁ ଛାଡି ଦିଆଯାଉଥିବାରୁ ପରବର୍ତ୍ତୀ ସମୟରେ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡୁଛନ୍ତି। ଏଥି ଯୋଗୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏପଟେ ଦୋଛକିରେ ପ୍ରବାସୀ ଶ୍ରମିକ ଗାଁବାହାରେ କୁଡିଆ କରି ଦିନ କାଟୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ପଞ୍ଚାୟତ ଖରିକାର ପଡାରେ। ପ୍ରମିଳା ଓ ଚୂଡାମଣି ସଗରିଆଙ୍କ ପୁଅ ରାଧାକାନ୍ତ(୧୯)ଗତମାସ ୨୫ତାରିଖରେ ମୁମ୍ବାଇରୁ ଫେରିଥିଲେ। ତାଙ୍କୁ ପ୍ରଶାସନ ଜଟଗଡ ପଞ୍ଚାୟତ ସାହାଜଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିଥିଲା । ସାତଦିନର ଅବଧି ସମାପ୍ତ ପରେ ରବିବାର ସନ୍ଧ୍ୟାରେ ତାଙ୍କୁ ଛାଡି ଦିଆଗଲା । ହେଲେ ସ୍ବାବ୍‌ ପରୀକ୍ଷଣ ନ ହେବା ଯାଏ ଘରକୁ ଯିବେ ନାହିଁ ବୋଲି ସେ ଅଡିବସିଲେ । ହେଲେ ସରକାରୀ ନିୟମ ଅନୁସାରେ ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ବାଧ୍ୟ ହୋଇ ସେଠାରୁ ସେ ଆସି କିଷ୍ଣା ଛକ ନିକଟରେ ଥିବା ଏକ ପୋଖରୀ ହୁଡାରେ କୁଡିଆ କରି ରହୁଛନ୍ତି। ମୁମ୍ବାଇରୁ ଆସୁଥିବା ଅଧିକାଂଶ ଶ୍ରମିକ କରୋନା ସଂକ୍ରମିତ ହେଉଥିବାରୁ ସେ ଘରକୁ ଯାଇ ପରିବାରର ଅନ୍ୟ ସଦସ୍ୟଙ୍କୁ ବିପଦରେ ପକାଇବାକୁ ଚାହୁଁ ନାହାନ୍ତି। ଅପରପକ୍ଷରେ ଗୋଟିଏ କୁଡିଆରେ ୮/୧୦ପରିବାର ରହୁଥିବାରୁ ସଂକ୍ରମଣ ଭୟ ରହିଛି ା ତେଣୁ ପରିବାର ଏବଂ ଗାଁକୁ ସଂକ୍ରମଣ ହେବାକୁ ଦେବିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଧାକାନ୍ତ। ତାଙ୍କ ପାଇଁ ବୃଦ୍ଧ ମା’ବାପା ଗାଧୋଇବା, ପିଇବାକୁ ପାଣି ଏବଂ ଖାଦ୍ୟ ଆଣି ଦେଉଛନ୍ତି। ଏ ସମ୍ପର୍କରେ ଭେଲା ପଞ୍ଚାୟତ ସରପଞ୍ଚ ରିଖିରାମ ଦଣ୍ଡସେନାଙ୍କୁ ପଚାରିବାରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କ ସ୍ବାବ୍‌ ନମୁନା କିପରି ଶୀଘ୍ର ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯିବ ତାହର ବ୍ୟବସ୍ଥା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri