କ୍ୱାରାଣ୍ଟାଇନ୍‌ରେ ସ୍ବାବ୍‌ ଟେଷ୍ଟ ହେଲାନି: ଘରକୁ ନ ଯାଇ ପୋଖରୀ ହୁଡ଼ାରେ କୁଡ଼ିଆ କରି ରହିଲେ ପ୍ରବାସୀ

ନୂଆପଡ଼ା ଅଫିସ,୧ା୬: ସରକାରୀ କ୍ୱାରାଣ୍ଟାଇନ୍‌ର ସାତଦିନ ଅବଧି ପୂର୍ଣ୍ଣ ପରେ ପ୍ରବାସୀ ଘରକୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ହେଲେ ଶ୍ରମିକମାନଙ୍କୁ ବିନା ସ୍ବାବ୍‌ ପରୀକ୍ଷଣରେ ଘରକୁ ଛାଡି ଦିଆଯାଉଥିବାରୁ ପରବର୍ତ୍ତୀ ସମୟରେ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡୁଛନ୍ତି। ଏଥି ଯୋଗୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏପଟେ ଦୋଛକିରେ ପ୍ରବାସୀ ଶ୍ରମିକ ଗାଁବାହାରେ କୁଡିଆ କରି ଦିନ କାଟୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ପଞ୍ଚାୟତ ଖରିକାର ପଡାରେ। ପ୍ରମିଳା ଓ ଚୂଡାମଣି ସଗରିଆଙ୍କ ପୁଅ ରାଧାକାନ୍ତ(୧୯)ଗତମାସ ୨୫ତାରିଖରେ ମୁମ୍ବାଇରୁ ଫେରିଥିଲେ। ତାଙ୍କୁ ପ୍ରଶାସନ ଜଟଗଡ ପଞ୍ଚାୟତ ସାହାଜଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିଥିଲା । ସାତଦିନର ଅବଧି ସମାପ୍ତ ପରେ ରବିବାର ସନ୍ଧ୍ୟାରେ ତାଙ୍କୁ ଛାଡି ଦିଆଗଲା । ହେଲେ ସ୍ବାବ୍‌ ପରୀକ୍ଷଣ ନ ହେବା ଯାଏ ଘରକୁ ଯିବେ ନାହିଁ ବୋଲି ସେ ଅଡିବସିଲେ । ହେଲେ ସରକାରୀ ନିୟମ ଅନୁସାରେ ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ବାଧ୍ୟ ହୋଇ ସେଠାରୁ ସେ ଆସି କିଷ୍ଣା ଛକ ନିକଟରେ ଥିବା ଏକ ପୋଖରୀ ହୁଡାରେ କୁଡିଆ କରି ରହୁଛନ୍ତି। ମୁମ୍ବାଇରୁ ଆସୁଥିବା ଅଧିକାଂଶ ଶ୍ରମିକ କରୋନା ସଂକ୍ରମିତ ହେଉଥିବାରୁ ସେ ଘରକୁ ଯାଇ ପରିବାରର ଅନ୍ୟ ସଦସ୍ୟଙ୍କୁ ବିପଦରେ ପକାଇବାକୁ ଚାହୁଁ ନାହାନ୍ତି। ଅପରପକ୍ଷରେ ଗୋଟିଏ କୁଡିଆରେ ୮/୧୦ପରିବାର ରହୁଥିବାରୁ ସଂକ୍ରମଣ ଭୟ ରହିଛି ା ତେଣୁ ପରିବାର ଏବଂ ଗାଁକୁ ସଂକ୍ରମଣ ହେବାକୁ ଦେବିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଧାକାନ୍ତ। ତାଙ୍କ ପାଇଁ ବୃଦ୍ଧ ମା’ବାପା ଗାଧୋଇବା, ପିଇବାକୁ ପାଣି ଏବଂ ଖାଦ୍ୟ ଆଣି ଦେଉଛନ୍ତି। ଏ ସମ୍ପର୍କରେ ଭେଲା ପଞ୍ଚାୟତ ସରପଞ୍ଚ ରିଖିରାମ ଦଣ୍ଡସେନାଙ୍କୁ ପଚାରିବାରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କ ସ୍ବାବ୍‌ ନମୁନା କିପରି ଶୀଘ୍ର ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯିବ ତାହର ବ୍ୟବସ୍ଥା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri