‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା। କରନ୍‌ ଲଳିତ ବୁଟାନୀଙ୍କ ନିର୍ଦ୍ଦେଶିତ ‘କ୍ୱାଥା’ଭାରତୀୟ ସେନା ସହ ଜଡ଼ିତ ଏକ ସତ୍ୟ ଘଟଣା ଉପରେ ଆଧାରିତ।
ଆୟୁଷ ଏହି ଫିଲ୍ମରେ ଜଣେ ସେନା ଅଫିସର ଚରିତ୍ରରେ ଅଭିନୟ କରିବେ। ଏଥିପାଇଁ ଆୟୁଷ ଶାରୀରିକ ଦକ୍ଷତା ଏବଂ ଜଣେ ଯବାନ ଭଳି ଦେଖାଯିବା ପାଇଁ କଷ୍ଟକର ତାଲିମ ଗ୍ରହଣ କରୁଛନ୍ତି। ତେବେ ଇସାବେଲ୍‌ କେଉଁ ଚରିତ୍ରରେ ଅଭିନୟ କରିବେ ତାହା ବର୍ତ୍ତମାନ ପାଇଁ ଗୁପ୍ତ ରଖାଯାଇଛି। ଏ ସମ୍ପର୍କରେ ନିର୍ଦ୍ଦେଶକ ବୁଟାନୀ କହନ୍ତି, ‘କ୍ୱାଥା’ରେ ଆୟୁଷ ଶର୍ମା ଓ ଇସାବେଲ୍‌ କୈଫ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବାରୁ ଆମେ ଉତ୍ସାହିତ। ଭାରତ ଓ ମ୍ୟାନ୍‌ମାର ସୀମାନ୍ତରେ ‘କ୍ୱାଥା’ ନାମକ ଏକ ଗଁା ରହିଛି। ଏହି ଗଁାକୁ ନେଇ ଫିଲ୍ମଟି ଗତିଶୀଳ। ଏ ସମ୍ପର୍କରେ ପ୍ରଯୋଜକ ଆଦିତ୍ୟ ଜୋଷୀ କହିଛନ୍ତି, କ୍ୱାଥା ଏକ ଭିନ୍ନ ଧରଣର ଫିଲ୍ମ। ଏହା ଭାରତୀୟ ଯବାନଙ୍କ ହୃଦୟର କଥା କହିବ। ବର୍ତ୍ତମାନ ଅଭିନେତା ଅଭିନେତ୍ରୀମାନେ ଫିଲ୍ମ ପାଇଁ କଠିନ ତାଲିମ ଗ୍ରହଣ କରୁଛନ୍ତି। ସେମାନେ ଖୁବ୍‌ଶୀଘ୍ର ଉତ୍ତରପୂର୍ବ ରାଜ୍ୟକୁ ଯାଇ କେତେକ ସ୍ଥାନ ପରିଦର୍ଶନ କରିବେ। ଚଳିତବର୍ଷ ସେପ୍ଟେମ୍ବରରେ ଉକ୍ତ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ୨୦୨୦ରେ ଏହା ରିଲିଜ ହେବା ଆଶା କରାଯାଉଛି।
ପର୍ପଲ ବୁଲ୍‌
ଏଣ୍ଟର୍‌ଟେନମେଣ୍ଟ ଏବଂ କଲ୍ଟ ଏଣ୍ଟର୍‌ଟେନମେଣ୍ଟର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରୁଛନ୍ତି ସୁନୀଲ ଜୈନ, ଓମ୍‌ ପ୍ରକାଶ ଭଟ୍ଟ, ଆଦିତ୍ୟ ଜୋଷୀ, ଆଲୋକ ଅରବିନ୍ଦ ଠାକୁର ଏବଂ ସୁଜୟ ଶଙ୍କରଓ୍ବାର।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri