କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର ଗୋଟିକ ପରେ ଗୋଟିଏ ଖରାପ ହୋଇପଡିବାରୁ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ଖୋଲାରେ ରଖାଯାଉଛି। ଫଳରେ ମୃତଦେହର ପଚା ଗନ୍ଧରେ ଫାଟି ପଡୁଛି ହସ୍ପିଟାଲ ପରିସର। ପଚା ଦୁର୍ଗନ୍ଧରେ ରୋଗୀ ଓ ସମ୍ପର୍କୀୟମାନେ ରହିବା କଷ୍ଟକର ହୋଇପଡୁଛି। ରୋଗୀମାନେ ଖାଦ୍ୟ ଓ ମେଡିସିନ ଠିକ୍‌ ଭାବେ ଖାଇପାରୁ ନ ଥିବାବେଳେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଠିକ୍‌ ଭାବେ ସେବାକାର୍ଯ୍ୟ କରିପାରୁନାହାନ୍ତି। ଏପରିକି ମର୍ଗ ନିକଟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଥିବାରୁ ସେଠାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଏଠାକୁ ଆସୁଥିବା ରୋଗୀ ନାନା ହଟହଟା ହୋଇ ଅନ୍ୟ ହସ୍ପିଟାଲକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। ୩ଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଏ ପରିସ୍ଥିିତି ଲାଗି ରହିଛି।
ମିଳିଥିବା ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ମର୍ଗରରେ ୩ଟି ଫ୍ରିଜର ରହିଛି। ପୂର୍ବରୁ ୨ଟି ଖରାପ ହୋଇଯାଇଥିବାବେଳେ ଗତ ୩ଦିନ ତଳେ ଶେଷ ସନ୍ତକଟି ମଧ୍ୟ ଅଚଳ ହୋଇପଡିଛି। ଫଳରେ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ସେମିତି ଖୋଲାରେ ରଖାଯାଉଛି। ଦିନରେ ମର୍ଗର ଭିତରେ ମରାମତି ଚାଲୁଥିବାରୁ ଆସୁଥିବା ମୃତଦେହକୁ ବାହାରେ ତଳେ ଓ ଗାଡ଼ିରେ ରଖାଯାଉଛି। ଅଧିକାଂଶ ଗଳିତ ହୋଇଥିବାରୁ ହସ୍ପିଟାଲ ପରିସର ପଚାଗନ୍ଧରେ ଫାଟି ପଡୁଛି। ବୁଧବାର ହସ୍ପିଟାଲ ମର୍ଗରକୁ ବିଭିନ୍ନ ଥାନାଞ୍ଚଳରୁ ୬ରୁ ଉର୍ଦ୍ଧ୍ୱ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିଥିଲା। ସେମାନଙ୍କୁ ନେଇ ଆସିଥିବା ପୋଲିସ ଓ ଆମ୍ବୁଲାନ୍ସ ଡ୍ରାଇଭରମାନେ ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା।
ହସ୍ପିଟାଲକୁ ରୋଗୀ ନେଇ ଆସିଥିବା କେନ୍ଦ୍ରାପଡାର ଅଜିତ ଦାସ କୁହନ୍ତି, ଏତେ ଗନ୍ଧରେ ରହିବା କଷ୍ଟକର ହୋଇପଡୁଛି। ପ୍ରସୂତି ବିଭାଗରେ ରୋଗୀ ଖାଦ୍ୟ ଖାଇପାରୁ ନାହାନ୍ତି। ମେଡିସିନ ଖାଇବାବେଳେ ମଧ୍ୟ ବାନ୍ତି କରୁଛନ୍ତି। ପଚାଗନ୍ଧରେ କାମ କରିହେଉନି ବୋଲି କହିଛନ୍ତି କେତେଜଣ ନର୍ସ ଓ ଆଟେଣ୍ଡାଣ୍ଟ। ସମସ୍ୟାର ସମାଧାନ ପାଇଁ କେହି ତପତ୍ର ନୁହନ୍ତି। ବଡ଼ ବାବୁମାନେ ଏସି ରୁମରେ ବସୁଥିବାରୁ ସେମାନେ ସମସ୍ୟାକୁ ହୃଦ୍‌ବୋଧ କରିପାରୁ ନାହାନ୍ତି।
ଫ୍ରିଜର ମରାମତି କରୁଥିବା କଲିକତାର ଜଣେ ମିସ୍ତ୍ରି କୁହନ୍ତି, କମ୍ପ୍ରେସର ଖରାପ ହେବା ସହ ଅନ୍ୟ କେତେକ ଯାନ୍ତ୍ରିକ ତ୍ରୁଟି ରହିଛି। ତେବେ କେବେ ଫ୍ରିଜର ମରାମତି ସରିବ ଓ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ମିସ୍ତ୍ରି ଜଣକ ଠିକ୍‌ ଭାବେ କହିପାରି ନ ଥିଲେ। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କୁହନ୍ତି, ତିନିଦିନ ହେଲା ଫ୍ରିଜର ଅକାମୀ ହୋଇଯାଇଛି। କଲିକତାରୁ ମିସ୍ତ୍ରି ଆସିବା ପରେ ବୁଧବାରଠାରୁ ମରାମତି କାର୍ଯ୍ୟ ଚାଲିଛି। ଦିନ ତମାମ ବିତିଯାଇଥିଲେ ମଧ୍ୟ ତ୍ରୁଟି ସମାଧାନ ହୋଇପାରିନି। ଶୀଘ୍ର ଠିକ୍‌ ହୋଇଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri