କ୍ୟାନସର ରୋଗ ହ୍ରାସ କରେ ହଳଦୀ

ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍‌ ରୋଗକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାର ଗୁଣ ବହନ କରିଛି। ହଳଦୀରେ ଜଳ, ପ୍ରୋଟିନ୍‌, ଖଣିଜପଦାର୍ଥ, ଫାଇବର୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି, ଭିଟାମିନ୍‌ ସି ଭଳି ତତ୍ତ୍ୱ ତଥା କ୍ୟାଲୋରୀ ଭରପୂର୍‌ ରହିଛି। ହଳଦୀରେ ଥିବା କରକୁମିନ୍‌ କ୍ୟାନସର ଚିକିତ୍ସାରେ ବେଶ୍‌ ସହାୟ ହୋଇଥାଏ। ଆୟୁର୍ବେଦରେ ହଳଦୀକୁ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ରୂପେ ବିବେଚିତ କରାଯାଇଛି। ବିଭିନ୍ନ ଗବେଷଣାରୁ ମଧ୍ୟ ପ୍ରମାଣିତ ହୋଇଛି କ୍ୟାନସର୍‌ ଚିକିତ୍ସା କ୍ଷେତ୍ରରେ ଏହା ଲାଭପ୍ରଦାନ କରିଥାଏ। ଏଥିରେ ପ୍ରଭାବଶାଳୀ ଉପଚାର ଶକ୍ତି ରହିବା ସହ ସ୍ବାସ୍ଥ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। କୌଣସି ପ୍ରକାର ସ୍ବାସ୍ଥ୍ୟ ପାର୍ଶ୍ୱପ୍ରତିକ୍ରିୟା ଏଥିରେ ନ ଥାଏ। ଏହା ସବୁଠୁ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ୍‌ ଯାହା କ୍ୟାନସର୍‌ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ହଳଦୀ କ୍ୟାନସର୍‌ ଜୀବାଣୁର ସଂକ୍ରମଣ ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ।
ଏହାର ଦୈନନ୍ଦିନ ସେବନ କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ। ହଳଦୀରେ ଗୋଲମରିଚ ମିଶାଇ ସେବନ କଲେ ସ୍ତନ କର୍କଟ ଭଳି ଭୟଙ୍କର ରୋଗକୁ ନିୟନ୍ତ୍ରଣ କରାଯାଇପାରେ। ସ୍ତନ କର୍କଟ ଆଶଙ୍କା ବୃଦ୍ଧି କରୁଥିବା କୋଷିକାକୁ ବୃଦ୍ଧି ହେବାରେ ଏହା ବାଧା ସୃଷ୍ଟି କରିଥାଏ। ହଳଦୀରେ ରହିଛି କ୍ୟାନସର୍‌ନାଶକ ଗୁଣ। ଏଥିରେ ଫିନୋଲିକ୍‌ ଯୌଗିକ କରକ୍ୟୁମିନ୍‌ ଥାଏ, ଯାହା କ୍ୟାନସର୍‌ଗ୍ରସ୍ତ ଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ହଳଦୀରେ ଥିବା କରକ୍ୟୁମିନ୍‌କୁ ଯେତେ ବେଳେ ସିସ୍‌ପ୍ଲାଟିନ୍‌ରେ ମିଶାଯାଏ, ସେତେବେଳେ ମସ୍ତିଷ୍କ ଏବଂ ଗଳା କର୍କଟ ଚିକିତ୍ସାରେ ଏହା ବିଶେଷ ପ୍ରଭାବ ପକାଇଥାଏ। କହିବାକୁ ଗଲେ, ବିଭିନ୍ନ ପ୍ରକାର କ୍ୟାନସର୍‌ରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଔଷଧ ହଳଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri