କ୍ଷୁଧାରେ କଟୁଛି ହାତୀଙ୍କ ଜୀବନ

ବେଙ୍ଗାଲୁର,୪।୬: କୋଭିଡ୍‌-୧୯ ଯୋଗୁ ମଣିଷଠାରୁ ଆରମ୍ଭ କରି ସମଗ୍ର ଜୀବଜଗତ ପ୍ରଭାବିତ ହୋଇଛନ୍ତି। ରୋଜଗାର ହରାଇ କୋଟିକୋଟି ଲୋକ ଭୋକ ଉପାସରେ ଜୀବନ କାଟୁଥିବାବେଳେ ପଶୁପକ୍ଷୀମାନେ ମଧ୍ୟ ଏଥିରୁ ବାଦ୍‌ପଡ଼ି ନାହାନ୍ତି। ବିଶେଷକରି ବ୍ୟକ୍ତିଗତ ମାଲିକାନାରେ ଥିବା ହାତୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଘରୋଇ ମାଲିକାନାରେ ଥିବା ପ୍ରାୟ ୧୮୨୧ ହାତୀ ଲକ୍‌ଡାଉନ ସମୟରେ ଭୋକିଲା ରହୁଛନ୍ତି। ବିଶେଷଜ୍ଞଙ୍କ ମତରେ ହାତୀ ଭଳି ପ୍ରାଣୀଙ୍କୁ ବ୍ୟକ୍ତିଗତ ମାଲିକାନାରୁ ମୁକ୍ତ କରାଯିବା ଆବଶ୍ୟକ। କାରଣ ବିଭିନ୍ନ ବିପତ୍ତି ସମୟରେ ସେମାନଙ୍କ ଯତ୍ନ ଠିକ୍‌ଭାବେ ନିଆଯାଇ ପାରି ନ ଥାଏ।
ଏପ୍ରିଲ ପ୍ରଥମ ସପ୍ତାହରେ କର୍ନାଟକର ଜଣେ ମାନବାଧିକାର କର୍ମୀ ଏକ ଭିଡିଓ ଭାଇରାଲ କରିଥିଲେ। ଏଥିରେ ଜଣେ ମାହୁନ୍ତ କହୁଛନ୍ତି ଯେ, ଲକ୍‌ଡାଉନ ସମୟରେ କିଛି ଖାଦ୍ୟ ନ ଥିବାରୁ ସେ ତାଙ୍କ ୫୫ବର୍ଷୀୟ ହାତୀକୁ ଖାଇବାକୁ ଦେଇପାରି ନାହାନ୍ତି। ମୁଧୋଲ ଜିଲାର ଏକ ମନ୍ଦିରରେ ୪୦ବର୍ଷ ଧରି ଉକ୍ତ ହାତୀ ରହିଛି। ମନ୍ଦିରକୁ ଆସୁଥିବା ଭକ୍ତମାନେ ଗୁଡ଼, ଆଖୁ, ଫଳମୂଳ ଏବଂ ଧାନ ଖାଇବାକୁ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ମନ୍ଦିରକୁ ଭକ୍ତଙ୍କ ଆଗମନ ବନ୍ଦ ଥିବାରୁ ହାତୀକୁ ଆଉ କେହି ଖାଇବାକୁ ଦେଉ ନାହାନ୍ତି। ଏପରି କି ଏହାର ମାହୁନ୍ତ ମଧ୍ୟ ବାହାରକୁ ଯାଇ ପାରୁ ନ ଥିବାରୁ ହାତୀ ପାଇଁ ଖାଦ୍ୟ ସଂଗ୍ରହ ମଧ୍ୟ କରିପାରୁ ନାହାନ୍ତି। ଉକ୍ତ ଭିଡିଓରେ ମାହୁନ୍ତ ସହାୟତା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏହିଭଳି ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁ ଭିଡିଓରେ ସହାୟତା ପାଇଁ ନିବେଦନ କରାଯାଉଥିବା ଜଣାପଡ଼ିଛି। ଗୋଆସ୍ଥିତ ଜଙ୍ଗଲ ବୁକ୍‌ ରିସର୍ଟର ମାଲିକ ଜୋସେଫ ବାରିଟୋ ନିଜ ମାଲିକାନାରେ ୫ ହାତୀ ରଖିଛନ୍ତି। ହାତୀଙ୍କୁ ସେ ପର୍ଯ୍ୟଟକଙ୍କ ମନୋରମ ତଥା ଭ୍ରମଣ ପାଇଁ ବ୍ୟବହାର କରିଥାନ୍ତି। ହେଲେ ଏବେ ଲକ୍‌ଡାଉନ ଯୋଗୁ ହୋଟେଲ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ରହିଛି। ପର୍ଯ୍ୟଟକଙ୍କ ଆଗମନ ନାହିଁ । ତେଣୁ ୫ଟି ହାତୀଙ୍କ ପାଇଁ ଖାଦ୍ୟ ସଂଗ୍ରହ କଷ୍ଟକର ହୋଇପଡ଼ିଛି । ସେ ଏନେଇ ଏକ ଭିଡିଓ ଜାରି କରିବା ସହ ଭୋକିଲା ହାତୀଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସେହିପରି ରାଜସ୍ଥାନ ଜୟପୁର ଅମର ଦୁର୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶହଶହ ହାତୀ ରହିଥାନ୍ତି। ପର୍ଯ୍ୟଟକମାନେ ହାତୀ ସବାର କରି ଆନନ୍ଦ ଉଠାଇବା ସହ ମାହୁନ୍ତଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ସେମାନଙ୍କ ମଧ୍ୟ ସମାନ ଅବସ୍ଥା। ପର୍ଯ୍ୟଟକ ଆସୁ ନ ଥିବାରୁ ରୋଜଗାର ହେଉ ନାହିଁ। ଫଳରେ ହାତୀଙ୍କୁ ଖାଦ୍ୟ ଯୋଗାଇପାରୁ ନାହାନ୍ତି ମାହୁନ୍ତ। କେରଳରେ ମଧ୍ୟ ବ୍ୟକ୍ତିଗତ ମାଲିକାନାରେ ଥିବା ଶହ ଶହ ହାତୀ ଖାଦ୍ୟାଭାବର ଶିକାର ହେଉଛନ୍ତି। ୨୦୧୯ ନଭେମ୍ବର ସୁଦ୍ଧା ଦେଶରେ ମୋଟ ୨,୬୭୫ ବନ୍ଦୀ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୧ ହାତୀ ବ୍ୟକ୍ତିଗତ ମାଲିକାନାରେ ରହିଥିବାବେଳେ ବାକି ବିଭିନ୍ନ ରାଜ୍ୟର ବନ ବିଭାଗ ଅଧୀନରେ ରହିଛନ୍ତି ବୋଲି ତାମିଲନାଡ଼ୁର ପ୍ରାଣୀ ମଙ୍ଗଳ କର୍ମୀ ଆଣ୍ଟୋନି କ୍ଲେମେଣ୍ଟ ରୁବୀନ ଆର୍‌ଟିଆଇ ତଥ୍ୟରୁ ଜାଣିବାକୁ ପାଇଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଅନୁଚ୍ଛେଦ ୧ରେ ହାତୀ ଆସୁଛନ୍ତି, ଯେଉଁଥିରେ କି ସେମାନଙ୍କ ଆବଶ୍ୟକ ସୁରକ୍ଷା ସମ୍ପର୍କରେ କୁହାଯାଇଛି। ଏହା ମଧ୍ୟ ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ଆସୁଛି। ବନ୍ୟ ପ୍ରାଣୀ ସୁରକ୍ଷା ଆଇନର ଧାରା ୧(୫)ରେ ବନ୍ଦୀ ପ୍ରାଣୀ ରଖାଯିବା ନେଇ ଉଲ୍ଲେଖ ରହିଥିବାବେଳେ ଧାରା ୪୦ରେ ହାତୀଙ୍କୁ ରଖିବା ନେଇ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଛି। ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବ୍ୟକ୍ତିଗତ ମାଲିକାନାରେ ଥିବା ହାତୀ ଖାଇବାକୁ ପାଉ ନାହାନ୍ତି। ସେମାନଙ୍କୁ ବ୍ୟକ୍ତିଗତ ମାଲିକାନାରେ ରଖିବାକୁ ନ ଦେଇ ବନବିଭାଗକୁ ହସ୍ତାନ୍ତର କରାଯାଇ ବନ ମଧ୍ୟରେ ରଖାଗଲେ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

ଏହା ମୋର ଶେଷ ନିର୍ବାଚନ, ଭୋଟିଂ ପରେ ଦିଗବିଜୟ ସିଂଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ୭ ମେ’ରେ ଜାରି ରହିଛି। ମଙ୍ଗଳବାର ମୋଟ ୯୩ ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri