Posted inଖେଳ

କ୍ରିକେଟ୍‌ ଇତିହାସରେ ଭାରତ ପାଇଁ ଆଜି ସ୍ମରଣୀୟ ଦିନ, ଯାହା ସବୁବେଳେ ମନେ ରହିବ

ଜୁନ ୧୮, ୧୯୮୩, ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୩୭ ବର୍ଷ ପୂର୍ବେ ହରିୟାଣାର ହରିକେନ୍‌ କୁହାଯାଉଥିବା କପିଳ ଦେବ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରଥମ ଶତକ ହାସଲ କରିଥିଲେ।୧୯୮୩ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଏବଂ ଜିମ୍ବାଓ୍ବେ ପରସ୍ପର ଭେଟାଭେଟି ହୋଇଥିଲେ। ପ୍ରଥମ ବିଶ୍ୱକପ ଖେଳୁଥିବା ଜିମ୍ବାୱେ ଦଳ ଭାରତକୁ ଅସୁବିଧାରେ ପକାଇଥିଲେ। ଭାରତର ଚାରିଜଣ ବ୍ୟାଟ୍ସମ୍ୟାନ ମାତ୍ର ୯ ରନରେ ପାଭିଲିୟନକୁ ଫେରିଥିଲେ। ତା’ପରେ ଅଧିନାୟକ କପିଲ ଦେବ ଦେବ ପଡିଆକୁ ଆସିଥିଲେ। ୧୭ ରନ୍‌ରେ ଭାରତକୁ ଆଉ ଏକ ଝଟ୍‌କା ଲାଗିଲା। ପଡିଆରେ ବ୍ୟାଟିଂ କରିବା ସେତେଟା ସହଜ ନ ଥିଲା। କିନ୍ତୁ କପିଳ ଦେବ ଏହାକୁ ଭୁଲ ପ୍ରମାଣିତ କରି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରଥମ ଶହତ ହାସଲ କରିଥିଲେ। ଫଳରେ ଭାରତ ୬୦ ଓଭରରେ ୮ ଉଇକେଟ୍‌ ହରାଇ ୨୬୬ ରନ କରିବାରେ ସମର୍ଥ ହୋଇଥଲା। ଏହାର ଜବାବରେ ଜିମ୍ବାଓ୍ବେ ଦଳ ମାତ୍ର ୨୩୫ ରନ କରିଥିଲା। ମହାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କ ଭାଷାରେ. ମୁଁ ଏକଦିବସୀୟ ମ୍ୟାଚ୍‌ରେ ଅନେକ ଶତକ ଦେଖିଛି କିନ୍ତୁ କପିଲ ଦେବଙ୍କ ସେଦିନ ଶତକ ଖାସ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ଅସନ୍ତୋଷ

ନନ୍ଦପୁର,୫ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

୪୦ ମିନିଟର ଫୋନ କଲ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ବଡ଼ ମେସେଜ୍‌: ‘ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛି…’

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହୋଇଛନ୍ତି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri