କୋହଳ ପରବର୍ତ୍ତୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ୍‌,୧୭ା୪: ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁରୁବାର ସେ ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଯଥା ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏପ୍ରିଲ୍‌ ୨୦ତାରିଖ ପରେ ଲକ୍‌ଡାଉନ୍‌ରେ କିଛି ପରିମାଣରେ କୋହଳ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ କୋହଳ ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବା ପୋଲିସ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଯଥା ଭିଡ଼କୁ କେମିତି ନିୟନ୍ତ୍ରିତ କରାଯାଇପାରିବ, ସେନେଇ ବୈଠକରେ ବିଶେଷ ଆଲୋଚନା ହୋଇଥିଲା।
ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହାକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ତେବେ ଏପ୍ରିଲ୍‌ ୨୦ତାରିଖ ପରେ ଯାନବାହନ ଚଳାଚଳ ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ଅନେକ ପ୍ରକାର କୋହଳ କରାଯିବା ସମ୍ଭାବନା ରହିଛି, ଯାହାଫଳରେ ରାସ୍ତାରେ ଯାନବାହନ ସଂଖ୍ୟାରେ ବୃଦ୍ଧି ହେବାର ଆଶଙ୍କା ରହିଛି। କଟକଣା ମୁକ୍ତ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଠୋସ୍‌ ପଦକ୍ଷେପ ନେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ ସମ୍ପର୍କିତ ମାମଲାଗୁଡ଼ିକ ବଢ଼ିବାରେ ଲାଗିଛି। ସେହି ମାମଲାଗୁଡ଼ିକର ଠିକ୍‌ ତଦନ୍ତ ଏବଂ ଏହା ଉପରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେଇ ସେ ଆଲୋଚନା କରିଥିଲେ। ପୋଲିସ ବିଭାଗ ତରଫରୁ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ ଦିଗରେ ବିଶେଷ ପଦକ୍ଷେପ ନିଆଯାଇଛି। ଯାହାକୁ ସବୁଆଡ଼ୁ ପ୍ରଶଂସା ମିଳୁଛି। ଏତଦ୍‌ବ୍ୟତୀତ ସଡ଼କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ, ଆନ୍ତଃଜିଲା ଏବଂ ଆନ୍ତଃ ରାଜ୍ୟ ଗମନାଗମନ ଉପରେ ଅନୁମତି ପ୍ରସଙ୍ଗ, ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ଶିବିରଗୁଡ଼ିକର ସ୍ଥିତି, ଜନସାଧାରଣଙ୍କ ମୁଖା ପିନ୍ଧାକୁ ବାଧ୍ୟତାମୂଳକ କରିବା, ବେଆଇନ ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଘରୋଇ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇଥିଲା। ବୈଠକରେ ଏଡିଜି(ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଏଡିଜି(ଆଇନ୍‌ ଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି(ଗୋଇନ୍ଦା), ଆଇଜି(ଆଧୁନିକୀକରଣ)ରେଖା ଲୋହାନୀ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭୁବନେଶ୍ୱର ବିମାନବନ୍ଦରରୁ ୨ କୋଟିରୁ ଅଧିକ ମୂଲ୍ୟର ସୁନା ଜବତ

ଭୁବନେଶ୍ୱର,୮ା୫: ଭୁବନେଶ୍ବର ବିମାନବନ୍ଦରରୁ ବୁଧବାର ୩ କେଜିରୁ ଊଦ୍ଧର୍‌ବ ସୁନା ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ୩.୭୭ କେଜି ସୁନା ଜବତ କରିଛି।...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri