କୋର୍ଟରେ ୧୦ କୋଟିର କ୍ଷତିପୂରଣ ମାମଲା

ଢେଙ୍କାନାଳ ଅଫିସ, ୨।୩: ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ନବଜାତ ଶିଶୁକନ୍ୟାର ହାର୍ଟରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ମହାବୀର ବଜାରରେ ରହୁଥିବା ସାର୍ଥକ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ଶୁଚିସ୍ମିତା। ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ପଟ୍ଟନାୟକ ଦମ୍ପତି। ଏଥିସହ ତାଙ୍କ ବିରୋଧରେ କୋର୍ଟରେ ୧୦ କୋଟି ଟଙ୍କାର ଡ୍ୟାମେଜ୍‌ ସୁଟ୍‌ (କ୍ଷତିପୂରଣ) ମାମଲା ରୁଜୁ କରିଛନ୍ତି।
ସାର୍ଥକ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ସ୍ତ୍ରୀ ଗର୍ଭବତୀ ହେବା ପରେ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ପ୍ରଶାନ୍ତ ସାମଲଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ୩ମାସ, ୭ ମାସ, ୫ମାସ, ୯ମାସରେ ଅଲ୍‌ଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ଜୟଗୋପାଳସାହିସ୍ଥିତ କଲ୍ୟାଣୀ ପଲ୍ଲି କ୍ଲିନିକରେ ଗତ ଡିସେମ୍ବର ୯ରେ କନ୍ୟା ସନ୍ତାନ ପ୍ରସବ ହୋଇଥିଲା। ଶିଶୁ ମାସକର ହେବାପରେ ଶରୀର ହଠାତ୍‌ ଅସୁସ୍ଥ ହେବାରେ ଲାଗିଲା। ସେମାନେ ୨୦୨୦ ଜାନୁୟାରୀ ୧୮ରେ ପ୍ରଥମେ କଟକ ଏବଂ ପରେ ହାଇଦ୍ରାବାଦରେ ଶିଶୁଟିର ଚିକିତ୍ସା କରାଇଥିଲେ। ଏହି ସମୟରେ ଛୁଆର ବାମପାର୍ଶ୍ୱ ହାର୍ଟରେ ସମସ୍ୟା ଥିବା ଜଣାପଡ଼ିଥିଲା। ୨୦୨୦ ଜାନୁୟାରୀ ୨୩ରେ ଉଭୟେ ଶିଶୁକୁ କୋଲକାତାରେ ପରୀକ୍ଷା କରାଇଥିଲେ। ହେଲେ ଏପରି ଜଟିଳ ରୋଗର କୌଣସି ଚିକିତ୍ସା ନ ଥିବା ଡାକ୍ତରମାନେ କହିଛନ୍ତି। ୪ଥର ଅଲ୍‌ଟ୍ରାସାଉଣ୍ଡ ସତ୍ତ୍ୱେ ରୋଗ ବିଷୟରେ ଡାକ୍ତର ଜାଣି ନ ପାରିବା ନେଇ ପ୍ରଶ୍ନ ଉଠାଇଛନ୍ତି ସାର୍ଥକ। ଏଥିସହ ଡାକ୍ତର ତାଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଡାକ୍ତର ସାମଲଙ୍କ ବିରୋଧରେ ଆଇନଜୀବୀ ଦେବାଶିଷ ପଟ୍ଟନାୟକଙ୍କ ଜରିଆରେ ଏକ ଡ୍ୟାମେଜ୍‌ ସୁଟ୍‌ (ନଂ. ସିଏସ୍‌ ୧୪୯/୨୦, ତା. ୨୮ା୨ା୨୦ରିଖ)ରେ ଆବେଦନ କରିଛନ୍ତି ା
ଏ ନେଇ ଡା. ସାମଲ କୁହନ୍ତି, ସମ୍ପୃକ୍ତ ଦମ୍ପତିଙ୍କ ୭ବର୍ଷ ହେଲା ସନ୍ତାନ ହେଉ ନ ଥିଲା। ସେମାନେ ଆସି ଚିକିତ୍ସା କରିବା ପରେ ଭଲରେ ଡେଲିଭେରି ହୋଇଥିଲା। ଶିଶୁ ରୋଗ ବିଶେଷଜ୍ଞ ଛୁଆ ଭଲ ଥିବା କହିଥିଲେ। ଶିଶୁ ଜନ୍ମ ହେବାର ମାସକ ପରେ ହାର୍ଟ ଡିଜିଜ୍‌ ଥିବା ସୂଚନା ମିଳିଥିଲା। ସାର୍ଥକ ଏବଂ ତାଙ୍କ ସ୍ତ୍ରୀ ଯୋଗାଯୋଗ କରିଥିଲେ। ଯେହେତୁ ଏହି ରୋଗର ଚିକିତ୍ସା ସୁବିଧା ଓଡ଼ିଶାରେ ନାହିଁ, ତେଣୁ ସେମାନଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri