କୋର୍ଟଙ୍କ ନିର୍ଦ୍ଦେଶର ୧ ବର୍ଷକ ପରେ ରାସ୍ତାକଡ଼ରୁ ହଟିଲା ଜବରଦଖଲ

ଜଳେଶ୍ୱର, ୧୧।୧୨(ସ୍ବ.ପ୍ର.)-ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ପଞ୍ଚୁଘଣ୍ଟା ଗ୍ରାମ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଯାତାୟାତ ରାସ୍ତା ଅବରୋଧ କରାଯାଇଥିବାରୁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶର ଏକ ବର୍ଷ ପରେ ମଙ୍ଗଳବାର ପ୍ରଶାସନ କେତେକାଂଶ ଜବରଦଖଲ ଉଚ୍ଛେଦ କରାଯାଇଛି।
ଗ୍ରାମ ମଧ୍ୟରେ ପୁରଞ୍ଜନ ପଟ୍ଟନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗ୍ରାମ ଶେଷରେ ରହୁଥିବା ବେଳେ ତାଙ୍କ ଯାତାୟାତ ରାସ୍ତାକୁ କେତେକ ବ୍ୟକ୍ତି ଜବରଦଖଲ କରି ରଖିଥିଲେ। ଫଳରେ ସେ ଯାତାୟାତ କରିବାରେ ଅସୁବିଧା ଭୋଗିବାରୁ ପ୍ରଥମେ ଗ୍ରାମ୍ୟ କମିଟି ଦ୍ୱାରା ବାରମ୍ବାର ବୈଠକ କରାଇ ମଧ୍ୟ ସଫଳ ହୋଇପାରି ନ ଥିଲେ। ପରେ ସେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ଜଳେଶ୍ୱର ଥାନା, ମ୍ୟନିସିପାଲିଟି କର୍ତ୍ତୃପକ୍ଷ, ଜିଲା ପ୍ରଶାସନର ଶରଣାପନ୍ନ ହୋଇଥିଲେ ମଧ୍ୟ ନ୍ୟାୟ ପାଇପାରି ନ ଥିଲେ। ଶେଷରେ ୨୦୧୨ରେ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ା କିନ୍ତୁ ରିଟ୍‌ ପିଟିସନ ୧୭୮୪୩୧/୨୦୧୮ ଅନୁଯାୟୀ କୋର୍ଟ ୨୦ା୧୨ା୧୮ରେ ରାୟ ପ୍ରକାଶ କରିଥିଲେ। ୧୫ରୁ ୧ମାସ ମଧ୍ୟରେ ଜବରଦଖଲ ହଟାଇବା ପାଇଁ କୋର୍ଟ ମ୍ୟୁନିସିପାଲଟି ଓ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିଲା। ଅବଶ୍ୟ ୩ଥର ମ୍ୟୁନିସିପାଲିଟି ପଦକ୍ଷେପ ନେଇଥିଲେ ମଧ୍ୟ ପୋଲିସ୍‌ ଅଭାବ ଯୋଗୁ ତାହା ହୋଇପାରି ନ ଥିଲା। ଶେଷରେ ମଙ୍ଗଳବାର ବସ୍ତା ଅତିରିକ୍ତ ତହସିଲଦାର କାର୍ତ୍ତିକଚନ୍ଦ୍ର ଦାସ, ଜଳେଶ୍ୱର ଏସ୍‌ଡ଼ିପିଓ ଉମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବୁଲଡୋଜର ଦ୍ୱାରା ଜବରଦଖଲ ହଟାଯାଇଥିଲା। ଏହି ସମୟରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ଅନୟ ବ୍ରହ୍ମ, ଅଶୋକ ପରିଡ଼ା, ପ୍ରଣୟ ବେହେରା, ସୁଶାନ୍ତ ମହାନ୍ତି, ସୁନ୍ଦର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ଜବରଦଖଲ ସ୍ଥାନ ଉଚ୍ଛେଦ ହୋଇ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri