କୋର୍ଟଙ୍କ ନିର୍ଦ୍ଦେଶର ୧ ବର୍ଷକ ପରେ ରାସ୍ତାକଡ଼ରୁ ହଟିଲା ଜବରଦଖଲ

ଜଳେଶ୍ୱର, ୧୧।୧୨(ସ୍ବ.ପ୍ର.)-ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ପଞ୍ଚୁଘଣ୍ଟା ଗ୍ରାମ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଯାତାୟାତ ରାସ୍ତା ଅବରୋଧ କରାଯାଇଥିବାରୁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶର ଏକ ବର୍ଷ ପରେ ମଙ୍ଗଳବାର ପ୍ରଶାସନ କେତେକାଂଶ ଜବରଦଖଲ ଉଚ୍ଛେଦ କରାଯାଇଛି।
ଗ୍ରାମ ମଧ୍ୟରେ ପୁରଞ୍ଜନ ପଟ୍ଟନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗ୍ରାମ ଶେଷରେ ରହୁଥିବା ବେଳେ ତାଙ୍କ ଯାତାୟାତ ରାସ୍ତାକୁ କେତେକ ବ୍ୟକ୍ତି ଜବରଦଖଲ କରି ରଖିଥିଲେ। ଫଳରେ ସେ ଯାତାୟାତ କରିବାରେ ଅସୁବିଧା ଭୋଗିବାରୁ ପ୍ରଥମେ ଗ୍ରାମ୍ୟ କମିଟି ଦ୍ୱାରା ବାରମ୍ବାର ବୈଠକ କରାଇ ମଧ୍ୟ ସଫଳ ହୋଇପାରି ନ ଥିଲେ। ପରେ ସେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ଜଳେଶ୍ୱର ଥାନା, ମ୍ୟନିସିପାଲିଟି କର୍ତ୍ତୃପକ୍ଷ, ଜିଲା ପ୍ରଶାସନର ଶରଣାପନ୍ନ ହୋଇଥିଲେ ମଧ୍ୟ ନ୍ୟାୟ ପାଇପାରି ନ ଥିଲେ। ଶେଷରେ ୨୦୧୨ରେ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ା କିନ୍ତୁ ରିଟ୍‌ ପିଟିସନ ୧୭୮୪୩୧/୨୦୧୮ ଅନୁଯାୟୀ କୋର୍ଟ ୨୦ା୧୨ା୧୮ରେ ରାୟ ପ୍ରକାଶ କରିଥିଲେ। ୧୫ରୁ ୧ମାସ ମଧ୍ୟରେ ଜବରଦଖଲ ହଟାଇବା ପାଇଁ କୋର୍ଟ ମ୍ୟୁନିସିପାଲଟି ଓ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୧ବର୍ଷ ବିତିଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିଲା। ଅବଶ୍ୟ ୩ଥର ମ୍ୟୁନିସିପାଲିଟି ପଦକ୍ଷେପ ନେଇଥିଲେ ମଧ୍ୟ ପୋଲିସ୍‌ ଅଭାବ ଯୋଗୁ ତାହା ହୋଇପାରି ନ ଥିଲା। ଶେଷରେ ମଙ୍ଗଳବାର ବସ୍ତା ଅତିରିକ୍ତ ତହସିଲଦାର କାର୍ତ୍ତିକଚନ୍ଦ୍ର ଦାସ, ଜଳେଶ୍ୱର ଏସ୍‌ଡ଼ିପିଓ ଉମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବୁଲଡୋଜର ଦ୍ୱାରା ଜବରଦଖଲ ହଟାଯାଇଥିଲା। ଏହି ସମୟରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ଅନୟ ବ୍ରହ୍ମ, ଅଶୋକ ପରିଡ଼ା, ପ୍ରଣୟ ବେହେରା, ସୁଶାନ୍ତ ମହାନ୍ତି, ସୁନ୍ଦର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ଜବରଦଖଲ ସ୍ଥାନ ଉଚ୍ଛେଦ ହୋଇ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri