Posted inଖେଳ

କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯଦି ଇଣ୍ଡିଆନ ସୁପର ଲିଗ୍‌ (ଆଏସ୍‌ଏଲ୍‌)କୁ ବିଧିବଦ୍ଧ ଦେଶର ଟପ୍‌ ଲିଗ୍‌ ଘୋଷଣା କରେ ତେବେ ୭ଟି ଆଇ-ଲିଗ୍‌ କ୍ଲବ ମିଳିତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହି କ୍ଲବଗୁଡ଼ିକ ହେଲା ମୋହନ ବାଗାନ, ଇଷ୍ଟବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ମିନର୍ଭା ପଞ୍ଜାବ ଏଫ୍‌ସି, ଆଇଜଲ ଏଫ୍‌ସି, ନେରୋକା ଏବଂ ଗୋକୁଳମ କେରଳ ଏଫ୍‌ସି। ସେମାନେ ସୋମବାର ନୂଆଦିଲ୍ଲୀରେ ଏକ ବୈଠକରେ ଏକାଠି ହୋଇଥିଲେ। ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ସର୍ବସାଧାରଣରେ ଇଣ୍ଡିଆନ ସୁପର ଲିଗ୍‌କୁ ମୁଖ୍ୟ ଲିଗ୍‌ର ମାନ୍ୟତା ପ୍ରଦାନ କରିଛନ୍ତି। ଜୁଲାଇ ୩ରେ ଏଆଇଏଫ୍‌ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିବ। ଏଥିରେ ଆଇଏସ୍‌ଏଲ୍‌କୁ ଦେଶର ଟପ୍‌ ଲିଗ୍‌ ଘୋଷଣା କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦାସ ହେଉଛନ୍ତି ଏଆଇଏଫ୍‌ଏଫ୍‌ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି। ବୈଠକରେ କେବଳ ନାମକୁ ମାତ୍ର ଏହା ଅନୁମୋଦନ ଲାଭ କରିବ ବୋଲି ମିଡିଆ ରିପୋର୍ଟରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ପାଉଣା ପ୍ରଦାନ କ୍ଷେତ୍ରରେ ଏଆଇଏଫ୍‌ଏଫ୍‌ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଉଛି ଦର୍ଶାଇ ପ୍ରତିବାଦ ସ୍ବରୂପ ନିକଟରେ ୬ଟି ଆଇ-ଲିଗ୍‌ କ୍ଲବ ବିଦ୍ରୋହ କରି ସୁପର କପ୍‌ରୁ ଓହରିଯାଇଥିଲେ।
ଏଆଇଏଫ୍‌ଏଫ୍‌ ନିଷ୍ପତ୍ତିରେ ଆଇଏସଏଲ୍‌ର ପ୍ରମୋଟର ଆଇଏମ୍‌ଜି ରିଲାଏନ୍ସ ହସ୍ତକ୍ଷେପ କରୁଛି ବୋଲି ଯେଉଁ ଅଭିଯୋଗ ହୋଇଛି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ ଦାସ ତାହାର ଖଣ୍ଡନ କରିଛନ୍ତି। ଆଇଏମ୍‌ଜି ରିଲାଏନ୍ସ କମର୍ସିଆଲ ପାର୍ଟନର ହୋଇଥିବାରୁ ବିଶେଷ କରି ବ୍ୟବସାୟିକ କଥାବସ୍ତୁ ନେଇ ଫେଡେରେଶନ ସହିତ ଆଲୋଚନା କରିଥାଏ। ଏହି ସଂସ୍ଥା ଏଆଇଏଫ୍‌ଏଫ୍‌ର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri