ସ୍କୁଲ ବାରନ୍‌ଡାରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୨୫ା୬ (ଡି.ଏନ୍‌.ଏ):
ସରକାର ଗଁ। ଗଁଲିରୁ ସହରତକ୍‌ ସବୁ ଜାଗାରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଗୁଟେ କେନ୍ଦ୍ରରେ ମୁଖିଆ ଘର ସମେତ ରଁଧାଘର, ଶୌଚାଲୟ, ପିଇଲା ପାଏନ୍‌ ସୁବିଧାର ଲାଗି ନଲ୍‌ଚୁଅଁା, ସୁବିଧା ଥିଲେ ବିଦ୍ୟୁତ୍‌ ସଂଯୋଗର ବେବସ୍‌ତା କରାଯାଉଛେ। ହେଲେ ଅନେକ ଜାଗାରେ କେନ୍ଦ୍ରମାନ ଅନେକ ସୁବିଧାରୁ ବଁଚିତ୍‌ ଥିବାର ଦେଖ୍‌ବାକେ ମିଲୁଛେ। ଯେନ୍‌ଥିରଲାଗି ହିତାଧିକାରୀମାନେ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଁଚେତ୍‌ ଅଧୀନ ଭରୁଆମୁଣ୍ଡା ଗଁାରେ। ସୂଚନା ଅନ୍‌ସାରେ ଇ କେନ୍ଦ୍ର ୬ ମାସରୁ ୩ ବଛର୍‌ର ଛୁଆ, ୩ରୁ ୬ ବଛର ତକ୍‌ ପ୍ରିସ୍କୁଲ ଛୁଆ, ଗରଭବତୀ ଆର ପ୍ରସୂତି ମହିଲାକୁ ମିଶେଇ ମୋଟ ୭୪ ଝନ୍‌ ହିତାଧିକାରୀକୁଁ ସେବା ଯୁଗେଇ ଦେଉଛେ। ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଇଠାନେ ଗୁଟେ କେନ୍ଦ୍ର ତିଆର ହେଇଛେ ସତ୍‌, ହେଲେ ଶୌଚାଲୟର ଅଭାବ ରହିଛେ। ଗଲା ୨୦୧୪-୧୫ରୁ କେନ୍ଦ୍ରର ଘର ତିଆରି କାମ୍‌ ସରିଥିଲେ ବି କରମୀକଁର ଜିମା ନାଇଁ ଦିଆଯାଇ। ଯେନ୍‌ଥିରଲାଗି କେନ୍ଦ୍ରଟା ବନେ ଦିନାକେତେ ଇତାର ତାର ବାରନ୍‌ଡାରେ ଚାଲ୍‌ଲା ଉତାରୁ ବଛର ବଛର ହେଲା ଗଁାର ସ୍କୁଲ ବାରନ୍‌ଡାରେ ଛୁଆକୁ ନେଇ ଅଙ୍ଗନଓ୍ବାଡି କାମ୍‌ ଚାଲିଛେ। ଟୀକାକରନନୁ ଆରମ୍‌ କରି ଗରଭ୍‌ବତୀ, ପ୍ରସୂତି ମହିଲାକଁର ପରୀକ୍ଷା ନିରୀକ୍ଷା ବି ସ୍କୁଲ ବାରନ୍‌ଡାରେ ଚାଲିଛେ। ଫିମାସ ପ୍ରଗତୀ ରିପୋର୍ଟରେ କେନ୍ଦ୍ରର କରମୀ ସମସିଆ ବାବ୍‌ଦେ ବିଭାଗୀୟ କତୁରପକ୍ଷକୁଁ ଲେଖି ଦେବାର ସଂଗେ ପଁଚେତ୍‌ ଆର ବ୍ଲକ ପରଶାସନକେ କହି ଆସୁଛନ୍‌। ହେଲେ ଆଏଜ୍‌ତକ ସମସିଆର ସମାଧାନ ନାଇଁ ହେଇପାରି। ଇ ବାବେ୍‌ଦେ କେନ୍ଦ୍ରର କରମୀକୁଁ ପଚରାଲାରୁ ମୁଇଁ ପଁଚେତ୍‌ନୁ ମୂଲ କରି ବ୍ଲକ ପରଶାସନ ତକ୍‌ ସମକୁ କେନ୍ଦ୍ରର ସମସିଆ ବାବ୍‌ଦେ କହିଆସୁଛେଁ। ହେଲେ କେହି ମୋର କଥାକେ ଗୁରୁତ୍‌ ନାଇଁଦେବାର। ଶେଡେ ଉପେ ଶୂଇନ୍‌ ହେଇ ବଛର ବଛର ହେଲା ଗଁ। ସ୍କୁଲ ବାରନ୍‌ଡାରେ ସରକାରୀ କାଯ୍‌ ତୁଲଉଛେଁ ବଲି ସେ କହିଥିଲେ। ଯେତେ ଜଲଦି ହେବା ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଜନସାଧାରନ୍‌ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?