କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ ଋଣ ମିଳୁ ନ ଥିବା ବେଳେ ସରକାରୀ ପ୍ରୋତ୍ସାହନ ଓ ସବ୍‌ସିଡି ମଧ୍ୟ ସେମାନଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉ ନାହିଁ। ଫଳରେ ଅନୁଗୋଳ ଜିଲାର ଯୋଗ୍ୟ ଚାଷୀ ଅର୍ଥ ଅଭାବରୁ ମତ୍ସ୍ୟଚାଷ ଆଗେଇ ନେଇପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି ମତ୍ସ୍ୟଚାଷ ପାଇଁ ଜିଲାକୁ ସରକାର ଦେଇଥିବା ସବ୍‌ସିଡି ବ୍ୟବସ୍ଥାର ସୁବିଧା ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ଭାବେ ପ୍ରଦାନ କରାଯାଇ ନ ଥିବା ଅନୁଗୋଳ ଉପମତ୍ସ୍ୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡିଛି। ଫଳରେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି।
ମତ୍ସ୍ୟଚାଷକୁ ସରକାର ଗୁରୁତ୍ୱ ଦେଇ ଆରମ୍ଭ କରିଥିଲେ ମତ୍ସ୍ୟ ପୋଖରୀ ଯୋଜନା। ୨୦୧୭-୧୮ ଆର୍ଥିକ ବର୍ଷରେ ମତ୍ସ୍ୟଚାଷୀଙ୍କ ପାଇଁ ସବ୍‌ସିଡି ବ୍ୟବସ୍ଥା ହୋଇଥିଲା। ଗୋଟିଏ ହେକ୍ଟର ଜାଗା ଥିବା ଚାଷୀ ମତ୍ସ୍ୟ ପୋଖରୀ କଲେ, ସେମାନଙ୍କୁ ଖର୍ଚ୍ଚର ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ ବୋଲି ସରକାର ନିୟମ କରିଥିଲେ। ଏପରି କି ଗୋଟିଏ ହେକ୍ଟରରେ ମୋଟ୍‌ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ଏଥିରେ ପୋଖରୀ ଖୋଳିବା ପାଇଁ ୫ ଲକ୍ଷ, ମାଛ ଖାଦ୍ୟ, ଚୂନ ଓ ଅନ୍ୟାନ୍ୟ ବାବଦକୁ ୧.୫ ଲକ୍ଷ ଓ ୨ ଲକ୍ଷ ଟଙ୍କା ଭିତ୍ତିଭୂମି ବାବଦକୁ ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାରେ ମତ୍ସ୍ୟଚାଷୀମାନଙ୍କ ନିକଟରେ ଆବଶ୍ୟକ ଜାଗା ରହିଥିଲେ ମଧ୍ୟ ସେମାନେ ଚାଷ କରିବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଜିଲାରେ ମାଛ ଉତ୍ପାଦନ କମୁଥିବାବେଳେ ଚାଷୀ ମଧ୍ୟ ନିରାଶ ହେଉଛନ୍ତି।
ସରକାରୀ ତଥ୍ୟ କହୁଛି, ଜିଲାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ମତ୍ସ୍ୟ ପୋଖରୀ ଯୋଜନାରେ ମୋଟ୍‌ ୩୩ ଜଣ ହିତାଧିକାରୀ ସାମିଲ ହୋଇଥିଲେ। ସେହିପରି ୨୦୧୮-୧୯ରେ ମୋଟ୍‌ ୫୫ ଜଣ ସାମିଲ ହୋଇଥିଲେ। ୨୦୧୯-୨୦ରେ ମାତ୍ର ୧୬ ଜଣ ଚାଷୀ ଅଦ୍ୟାବଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ବ୍ୟାଙ୍କରୁ ଋଣ ନେଇଥିବା ବେଳେ ଅନ୍ୟ ସମସ୍ତ ଚାଷୀ ନିଜସ୍ବ ପାଣ୍ଠିରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଜିଲାର ବହୁ ଚାଷୀ ମତ୍ସ୍ୟଚାଷ ପାଇଁ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳୁ ନ ଥିବାରୁ ସେମାନେ ଏହି ଯୋଜନାରୁ ଦୂରେଇ ଯାଉଛନ୍ତି। ତେବେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି। ଯୋଜନାରେ ମତ୍ସ୍ୟଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ନିୟମ ରହିଛି। ଲୋକେ ନିଜସ୍ବ ପାଣ୍ଠିରୁ ପୋଖରୀ ଖୋଳିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ପଠାଯିବା କଥା। ସେହିପରି ବ୍ୟାଙ୍କରୁ ଋଣ ନେଇ ପୋଖରୀ କଲେ ହିତାଧିକାରୀଙ୍କ ଲୋନ୍‌ ଆକାଉଣ୍ଟକୁ ଉକ୍ତ ସବ୍‌ସିଡି ଟଙ୍କା ଯିବାର ନିୟମ ରହିଛି। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ହିତାଧିକାରୀଙ୍କୁ ଋଣ ପ୍ରଦାନ କରୁ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ୍ସ୍ୟଚାଷୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପମତ୍ସ୍ୟ ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଧିକାରୀ ଶାନ୍ତନୁ ସାହୁ କହିଛନ୍ତି, ଜିଲାରେ ଗତ ୩ ବର୍ଷ ମଧ୍ୟରେ ମାତ୍ର ୨ଜଣ ବ୍ୟାଙ୍କ ଋଣ ନେଇ ମତ୍ସ୍ୟ ପୋଖରୀ କରିଛନ୍ତି। ଜିଲାକୁ କୋଟିଏ ଟଙ୍କା ସବ୍‌ସିଡି ବାବଦକୁ ସରକାର ପ୍ରଦାନ କରିଥିଲେ। ସେଥିରୁ ପାଖାପାଖି ୮୦ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବଳକା ୨୦ ଲକ୍ଷ ଟଙ୍କା ସରକାରଙ୍କ ପାଣ୍ଠିକୁ ଫେରିଯିବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଋଣ ଦେବା ପୂର୍ବରୁ ବ୍ୟାଙ୍କ ବିଭିନ୍ନ ଦିଗରେ ଯାଞ୍ଚ କରିଥାଏ। କେତେକ ଚାଷୀ ସେମାନଙ୍କ ଦସ୍ତାବିଜ ଦେଉଥିଲେ ମଧ୍ୟ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଋଣ ଆବେଦନପତ୍ରକୁ ବ୍ୟାଙ୍କ ରଦ୍ଦ କରିଦେଇଥାନ୍ତି। ଫଳରେ ବହୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଥାଏ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri