Posted inଫୁରସତ

କେରଳରେ କୁକୁଡ଼ା ଦେଉଛନ୍ତି ସବୁଜ ରଙ୍ଗ କେଶର ଥିବା ଅଣ୍ଡା, ଚକିତ ହେଉଛନ୍ତି ବୈଜ୍ଞାନିକ

ସାଧାରଣତଃ ଆମେ ଖାଉଥିବା ଅଣ୍ଡାର କେଶର ହଳଦିଆ ଥାଏ। ହେଲେ ଯଦି ଆପଣଙ୍କୁ କୁହାଯାଏ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଲାଣି। ଅବିଶ୍ୱାସ ଲାଗିଲେ ବି କଥା ସତ। କେରଳର ଏକ ଛୋଟ ଫାର୍ମରେ ଥିବା କୁକୁଡ଼ା ଏଭଳି ଅଣ୍ଡା ଦେଉଛନ୍ତି। ଫାର୍ମ ମାଲିକ ଓ ତାଙ୍କ ପରିବାର ଏହି ଅଣ୍ଡା ଖାଉଛନ୍ତି ମଧ୍ୟ। ଏବେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେଉଛି।

ରାଜ୍ୟର ମଲ୍ଲପୁରମ୍‌ରେ ରୁହନ୍ତି ଏ.କେ. ଶିହାବୁଦ୍ଦିନ। ତାଙ୍କର ଏକ ଛୋଟ କୁକୁଡ଼ା ଫାର୍ମ ଅଛି। ତାଙ୍କର ଫାର୍ମରେ ଥିବା କୁକୁଡ଼ାମାନେ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ଦେଉଛନ୍ତି। ୯ ମାସ ଧରି ସେ ଓ ତାଙ୍କ ପରିବାର ଏହି ଅଣ୍ଡା ଖାଉଛନ୍ତି। ହେଲେ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ସେ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ତାହା ଭାଇରାଲ ହୋଇଥିଲା। ଏହା ବୈଜ୍ଞାନିକମାନଙ୍କୁ ଚକିତ କରିଥିଲା।

ତେବେ ପରେ ଶିହାବୁଦ୍ଦିନ କୁକୁଡ଼ାଙ୍କୁ ଦେଉଥିବା ଖାଦ୍ୟର ନମୂନା ପରୀକ୍ଷଣ କରାଯାଇଥିଲା। ଏପରିକି ତାଙ୍କୁ ଦିଆଯାଉଥିବା ଖାଦ୍ୟକୁ ବଦଳାଇ ଆଉ କିଛି ଦେବାକୁ କହିଥିଲେ। ପ୍ରାଥମିକ ସ୍ତରରେ କୁକୁଡ଼ାମାନେ ସେହିଭଳି ଅଣ୍ଡା ଦେଉଥିବା ବେଳେ ଏବେ ହଳଦିଆ ରଙ୍ଗର କେଶରରେ ପରିବର୍ତ୍ତନ ହେଉଥିବା କୁହାଯାଉଛି।

ଏନେଇ କେରଳର ଆନିମଲ୍‌ ସାଇନ୍ସ ୟୁନିଭରର୍ସିଟିର ଏକ୍ସପର୍ଟ କୁହନ୍ତି, କୁକୁଡ଼ାଙ୍କ ଖାଇବାପିଇବାକୁ ନେଇ ଏଭଳି ହୋଇଛି। ଯଦି କୁକୁଡ଼ା ଖାଦ୍ୟରେ ସବୁଜ ରଙ୍ଗର ଅଧିକ ପଦାର୍ଥ ଥାଏ ତେବେ ଏଭଳି ହୋଇପାରିବ। କେରଳରେ ସାଧାରଣତଃ କୁକୁଡ଼ାମାନଙ୍କୁ କୁରୁନଥୋଟ୍ଟି ନାମକ ଔଷଧିୟ ବୃକ୍ଷ ଖାଇବାକୁ ଦିଆଯାଏ। ଫଳରେ କୁକୁଡ଼ା ଦେଉଥିବା ଅଣ୍ଡାର କେଶର ସବୁଜ ରଙ୍ଗର ହେଉଛି ବୋଲି ଡାକ୍ତରମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?