କେବଳ ଗରିବଙ୍କୁ ମିଳିବ ମାଗଣା କୋଭିଡ୍‌ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ,୧୪ା୪: କୋଭିଡ୍‌-୧୯ ପରୀକ୍ଷା ଦେୟ ଦେବାକୁ ଯେଉଁମାନେ ଅକ୍ଷମ କେବଳ ସେମାନଙ୍କୁ ଘରୋଇ ଲାବରେଟୋରିଗୁଡ଼ିକ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ସଂସ୍ଥାରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ୪୫୦୦ ଟଙ୍କା ଦେୟ ଦେବାକୁ ପଡୁଛି। ସମସ୍ତଙ୍କୁ ମାଗଣାରେ ଏହି ପରୀକ୍ଷା ସୁବିଧା ଯୋଗାଇଦେବାକୁ ଗତ ସପ୍ତାହରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପୂର୍ବ ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ କରୋନା ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟ ଆଥର୍ର୍ତ୍କ ଦୁର୍ବଳ ଶ୍ରେଣୀଙ୍କୁ ଏହି ସୁବିଧା ଯୋଗାଇବାକୁ ଚାହିଁଲେ କେନ୍ଦ୍ର ସରକାର ଏଥିପାଇଁ ବିଜ୍ଞପ୍ତି ଜାରି କରିବାକୁ ଅଦାଲତ ଅନୁମତି ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତୀ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କ ବ୍ୟତୀତ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିମ୍ନ ଆୟକାରୀ ଗୋଷ୍ଠୀ, ଡିବିଟି ସୁବିଧା ପାଉଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ଚାହିଁଲେ ଏହି ତାଲିକାରେ ସାମିଲ କରିପାରିବେ। ଏଥିପାଇଁ ସପ୍ତାହେ ମଧ୍ୟରେ ଉପଯୁକ୍ତ ମାର୍ଗଦର୍ଶିକା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ହସ୍ପିଟାଲରେ ଅଧିକ ଲୋକଙ୍କୁ ପରୀକ୍ଷା କରାଇବା କ୍ଷମତା ନାହିଁ। ଘରୋଇ ଲାବରେଟୋରିରେ କୋଭିଡ୍‌-୧୯ ପରୀକ୍ଷା ବ୍ୟୟସାପେକ୍ଷ ହୋଇଥିବାରୁ ସମସ୍ତଙ୍କୁ ମାଗଣାରେ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ୮ ତାରିଖରେ ଏହି ପିଟିଶନର ଶୁଣାଣି କରି ସମସ୍ତଙ୍କୁ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସର୍ବୋଚ୍ଚ ଅଦାଲତ କହିଥିଲେ। ମାଗଣା ପରୀକ୍ଷା ଯୋଗାଇବା ଘରୋଇ ଲାବରେଟୋରିଗୁଡିକର କ୍ଷମତା ବାହାରେ ହୋଇଥିବାରୁ ଏଥିପାଇଁ ସରକାର ଅର୍ଥ ଭରଣା କରିବାକୁ ସେମାନେ ଦାବି କରିଥିଲେ। ଘରୋଇ ଲାବ୍‌ ଉପରେ ଆର୍ଥିକ ବୋଝ ପଡ଼ିଲେ ସେମାନେ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ଏବଂ ଦେଶରେ କରୋନା ପରୀକ୍ଷା ସାମର୍ଥ୍ୟ ହ୍ରାସ ପାଇବ ବୋଲି ଦିଲ୍ଲୀର ଜଣେ ଡାକ୍ତର ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri