କେନ୍ଦ୍ର ବଜେଟ: ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୨।୨(ବ୍ୟୁରୋ): ସବୁ ସମୟରେ ଓଡିଶା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛି। ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ଆର୍ଥିକବର୍ଷର ବଜେଟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। କେବଳ କେନ୍ଦ୍ରୀୟ ଅନୁଦାନ ନୁହେଁ, ସଂସ୍କୃତି ଓ ପର୍ଯ୍ୟଟନ, ପାନୀୟ ଜଳ ଯୋଗାଣ, ଆଦିବାସୀଙ୍କ ବିକାଶ ଭଳି କ୍ଷେତ୍ରକୁ ମଧ୍ୟ ଅବହେଳା କରାଯାଉଛି। ରାଜ୍ୟରେ ବହୁ ପୁରାତନ ପ୍ରତ୍ନତତ୍ତ୍ୱ ସ୍ଥଳ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଆଇକନିକ ପ୍ରତ୍ନତତ୍ତ୍ୱ ସାଇଟ୍‌ରେ ଓଡିଶା ସ୍ଥାନ ପାଇନାହିଁ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଅଭିଭାଷଣ ରଖିବା ବେଳେ ଦେଶରେ ନୂତନ ୫ଟି ପ୍ରତ୍ନତତ୍ତ୍ୱ ସ୍ଥଳକୁ ଆଇକନିକ ସାଇଟ୍‌ ଭାବେ ବିକାଶ କରିବାକୁ ଘୋଷଣା କରିଛନ୍ତି। ସେହି ସ୍ଥାନଗୁଡିକ ହେଲା ହରିୟାଣାର ରାଖିଗରହି, ଉତ୍ତର ପ୍ରଦେଶର ହସ୍ତିନାପୁର, ଆସାମର ଶିଭାଗଡ, ଗୁଜରାଟର ଢୋଲଭିରା ଏବଂ ତାମିଲନାଡୁର ଆଦିଚାନାଲୁର। ଓଡିଶାର ରତ୍ନଗିରି, ଲଳିତଗିରି, ଧଉଳିଗିରି, ଉଦୟଗିରି ଭଳି ପ୍ରତ୍ନତତ୍ତ୍ୱ ସ୍ଥଳ ଥିବା ବେଳେ କେନ୍ଦ୍ର ବଜେଟରେ ଏହାକୁ ସ୍ଥାନିତ କରାଯାଇ ନାହିଁ। କେବଳ ସେତିକି ନୁହେଁ, ଆଦିବାସୀ ବହୁଳ ଓଡିଶାକୁ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ଝାଡଖଣ୍ଡଠାରେ ଏକ ଆଦିବାସୀ ମ୍ୟୁଜିୟମ କରିବାକୁ ବଜେଟରେ ବ୍ୟୟ ବରାଦ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଚାଲୁ ରହିଥିବା ବିିଭିନ୍ନ ସ୍କିମ୍‌ରେ ଏହି ବଜେଟରେ ସେପରି କୌଣସି ଆଖିଦୃଶିଆ ବ୍ୟୟ ବରାଦ ହୋଇନାହିଁ। କେନ୍ଦ୍ରୀୟ ଯୋଜନାରେ ଅଂଶଧନ କାଟ କରିବା ଏବଂ ୮ଟି ଯୋଜନାକୁ ବନ୍ଦ କରିବା ଯୋଗୁ ରାଜ୍ୟ ଉପରେ ଆର୍ଥିକ ଚାପ ବଢି ଚାଲିଛି। ତେବେ ଏହି ନୂତନ ବଜେଟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକ ପାଇଁ ବ୍ୟୟ ବରାଦ ହୋଇ ନାହିଁ। ଏହାଛଡା ରାଜ୍ୟଗୁଡିକର ଅଂଶଧନ କେନ୍ଦ୍ରୀୟ ଟିକସକୁ ପ୍ରାୟ ୫୯ ହଜାର କୋଟି ଟଙ୍କାକୁ ହ୍ରାସ କରାଯାଇଥିବାରୁ ଓଡିଶା ଏ ବାବଦରେ ପ୍ରାୟ ୩ ହଜାର କୋଟି ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନୀୟ ଜଳ ଯୋଗାଣ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏଥିପାଇଁ ପ୍ରସ୍ତାବିତ ୩.୬ ଲକ୍ଷ କୋଟି ବ୍ୟୟ ବରାଦ କରାଯିବା ପରିବର୍ତ୍ତେ ମାତ୍ର ୧୧,୫୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଓଡିଶା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି। ବଜେଟରେ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯାଇ ନ ଥିବାରୁ ରାଜ୍ୟ ଉପରେ ଚାପ ବଢିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri