କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌ ଦୁଇ ପାଠୁଆ ଝି’

ଲାଠୋର, ୨ା୩ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବୁରୋମାଲ ପଁଚେତ୍‌ ଅଧୀନ ଡଙ୍ଗାମରା ଗାଁର ବନ ଦୀପ। କୁଟୁମବସିଆ ସେ ଅନେକ ବଛର ହେଲା ନିଜର ଶଶୁରବାଡ଼ିରେ ଆଶ୍‌ରେ ନେଇଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ଆଏଜ୍‌ ବି ଅନେକ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଡଙ୍ଗାମରା ଗଁାର ବନ ଦୀପକଁର ପରିବାର କହେଲେ ମାଏକିନା ସୁମିତ୍ରା, ଦୁଇ ଝି’ ପୁଷ୍ପାଞ୍ଜଳି, ତିଲୋତ୍ତମା ଆର ଗୁଟେବଲି ପୁଓ ଗୋବିନ୍ଦକୁଁ ନେଇ ସଁସାର। ବନକଁର ଗଁାରେ ୨୫ ଡେସିମିଲ ଜମି ଆର ଗୁଟେ ଛୁଟିଆ ଘର ରହିଛେ। ଇତାର ବାହାରେ ତାକର ସଁପତି ବଲି କିଛି ନାଇଁ। ଦୁଇ ମାଏଝି ମୁନୁଷ ଦୁଖ୍‌ସୁଖ କରି ପରିବାର ଚଲଉଥିଲେ। ହେଲେ ଗୁଟେବଲି ପୁଓ ଗୋବିନ୍ଦର ଦିହିପା ବାରବାର ଖରାପ ହେଲା। ଏନ୍‌ତାଥି ବନ ଆଏଜ୍‌କେ ୫ ବଛର ତଲେ ଗଁା ଛାଡ଼ି କୁଟୁମ୍‌ବସିଆ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ନିଜର ଶଶୁରବାଡ଼ିରେ ଯାଇ ରହୁଛନ୍‌। ବାଞ୍ଜିପାଲି ଗଁାରେ ଇ ପରିବାରଟା ଭୋଟ ବି ଦେଉଛନ୍‌। ସରକାରୀ ସାହାଯ୍‌ ହିସାବେ ଇ ପରିବାର ବୁରୋମାଲ ପଁଚେତ୍‌ରୁ ମାସିକ ୨୫ କେ.ଜି. ଚାଉଲ ପାଉଛନ୍‌। ଦୁଇମାସେ ଥରେ ବନ ପଁଚେତ୍‌କେ ଯାଇ ଚାଉଲ ଆନୁଛନ୍‌। ଇଆଡ଼େ ବନର ଶଶୁର ଘର ଲୋକ୍‌ ବି ନିହାତି ଗରିବ୍‌। ବନକେ ସେମାନେ ରହିବାର ଲାଗି ମାଏଟ୍‌ ଖପର ଘର ବଖରେ ଦେଇଛନ୍‌। ହେଲେ ବନ ଟଁକା ପଏସା ଅଭାବୁ ସେ ଘରଟା ବି ମରାମତି କରି ନାଇଁପାରବାର। ଭଂଗା ଦଦ୍‌ରା ଛାତ୍‌ ଉପରେ ଗୁଟେ ପଲିଥିନ୍‌ ଢାପି କୁଟୁମ୍‌ବସିଆ ମୁଡ଼ ଗୁଁଜିଛନ୍‌। ଘରର ଏନ୍‌ତା ପରିସ୍ଥିତି ଲାଗି ବନର ୩ ଝି’ପୁଓ ମାଟ୍ରିକ ପାସ୍‌ କରି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଇଆଡ଼େ ବନ ଆର ତାକର ମାଏକିନା ସୁମିତ୍ରା ଆଘର ଲେଖେଁ କୁଲିମଜୁରି କରି ନାଇଁପାରବାର। ଏନ୍‌ତାଥି ଦୁଇ ପାଠୁଆ ଝି’ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ହେଲେ ସେମାନେ ବି ଯାହା କମଉଛନ୍‌ ସେଟା ପରିବାରର ଦିହିକେ ଅଁଟ୍‌ଲେ ପେଟ୍‌କେ ନାଇଁ। ଏନ୍‌ତା ପରିସ୍ଥିତିରେ ପରଶାସନ ଆମକୁ କୁଇବାହାଲ ପଁଚେତ୍‌ରୁ ଚାଉଲ ଆର ଆବାସ ଯୋଜନାରେ ଘରଖଁଡ଼େ ଦେଲେ ପରିବାରଟା ଦୁଖ୍‌ସୁଖ କରି ଚଲିଯାଏତୁଁ ବଲି ବନ କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପରିବାର ଲୋକ୍‌ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri