କିଲୋ ପିଛା ବଢ଼ିଲା ୧୦ ଟଙ୍କା

କଟକ ଅଫିସ,୫ା୬: ବଜାରରେ ଏବେ ଆଳୁ ଦର ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ କିଲୋ ପିଛା ୧୦ ଟଙ୍କା ବଢ଼ିଲାଣି। ବାତ୍ୟା ଅମ୍ଫନ ପ୍ରଭାବ ଯୋଗୁ ଦର ବଢ଼ିଥିବା ଛତ୍ରବଜାର ବ୍ୟବସାୟୀମାନେ କହୁଛନ୍ତି। କିନ୍ତୁ କେନ୍ଦ୍ର କ୍ୟାବିନେଟ ଅତ୍ୟାବଶକ ସାମଗ୍ରୀ ଆଇନରେ ସଂଶୋଧନ ଆଣିବା ପରେ ଏହି ସମସ୍ୟା ଦେଖାଦେଇଥିବା ବୁଦ୍ଧିଜୀବୀ ମହଲ କହିଛନ୍ତି। ଫଳରେ ଏହାକୁ ନେଇ କଳାବଜାର ମଧ୍ୟ ଆରମ୍ଭ ହେଲାଣି।
ଦୁଇ ଦିନ ତଳେ ଆଳୁ କିଲୋ ପିଛା ୧୯ରୁ ୨୦ ଟଙ୍କାରେ ବିକ୍ରି କରାଯାଉଥିଲା। ଏବେ ତାହା ୩୦ ଟଙ୍କା ହୋଇଛି। ଛତ୍ରବଜାର ବ୍ୟବସାୟୀ ତଥା ଛତ୍ରବଜାର ପୂଜା କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସୂଚନା ମୁତାବକ, ଆଳୁ କୁଇଣ୍ଟାଲ ପିଛା ୧୯୦୦ରୁ ୨୦୦୦ ଟଙ୍କା ଥିଲା। ଏବେ ତାହା ୧୦୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ବାତ୍ୟା ଅମ୍ଫନ ପ୍ରଭାବରେ ପଶ୍ଚିମବଙ୍ଗ ଓ ବନ୍ୟା ପ୍ରଭାବରେ ଆସାମ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ଆଳୁଦର ବଢ଼ିଥିବା ସେ କହିଛନ୍ତି। ଆଳୁ ଟ୍ରକ ପୂର୍ବଭଳି ଅଧିକ ସଂଖ୍ୟାରେ ଆସୁନାହିଁ। ଖୁଚୁରା ବ୍ୟବସାୟୀ ଏହାର ମୂଲ୍ୟ ବଢ଼ାଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସହରରେ ଖୁଚୁରା ବ୍ୟବସାୟୀ ଭିନ୍ନଭିନ୍ନ ସ୍ଥାନରେ ବସୁଥିବାରୁ ଦର ଉପରେ ଛତ୍ରବଜାରର ନିୟନ୍ତ୍ରଣ ରହୁନି ବୋଲି ସେ କହିଛନ୍ତି। ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆମଦାନି ହେବା ବଦଳରେ ଆସାମକୁ ଅଧିକ ରପ୍ତାନି ହେଉଛି। ଶଟ୍‌ଡାଉନ୍‌ ଘୋଷଣା ପରେ ଉପଭୋକ୍ତା ଆବଶ୍ୟକତାଠାରୁ ଅଧିକ ପରିମାଣର ଖାଦ୍ୟ ସାମଗ୍ରୀ କିଣୁଛନ୍ତି। ଏହା ଦରବୃଦ୍ଧିର ମୂଳ କାରଣ। ଛତ୍ରବଜାରର ବଡ଼ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଦର କମିବ ବୋଲି ବୋଲି ଯୋଗାଣ ଅଧିକାରୀ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?