କାର୍ଡ ବଣ୍ଟା ସରିଥିଲା, ମୁଡ୍‌ ନ ଥିବାରୁ ବାହା ହେବାକୁ ମନା କରିଥିଲେ ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍‌ ରିୟଲ ଲାଇଫ୍‌ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍‌ ଅଛନ୍ତି। ସଲମାନ୍‌ ବିବାହ ପାଇଁ ମନସ୍ଥ କରିଥିଲେ। ଏପରିକି ବିବାହ କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ। କିନ୍ତୁ ତାଙ୍କ ମନ ପରିବର୍ତ୍ତନ ହେବାରୁ ସେ ଅବିବାହିତ ରହିଗଲେ। ଏ କଥା ଆମେ କହୁନୁ, ଖୋଦ୍‌ ଦବଙ୍ଗ ଖାନ୍‌ ଏକ ଟିଭି ଶୋ’ରେ କହିଥିଲେ। ସେ କହିଥିଲେ ବିବାହ କରିବାକୁ ତାଙ୍କର ସମସ୍ତ ପ୍ରସ୍ତୁତି ସରିଥିଲା। ପରେ ତାଙ୍କର ଇଚ୍ଛା ହେଲାନି ବାହା ହେବାକୁ। ସେହିପରି ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସାଜିଦ୍‌ ନାଦିୟାଡଓ୍ବାଲା ଏ ସମ୍ପର୍କରେ କିଛି ରୋଚକପୂର୍ଣ୍ଣ କଥା ପ୍ରକାଶ କରିଥିଲେ। ସାଜିଦ୍‌ କହିଥିଲେ, ୧୯୯୯ ମସିହାରେ ସଲମାନ୍‌ ବିବାହକୁ ନେଇ ବେଶ୍‌ ଉତ୍ସୁକ ବା ଆଗ୍ରହୀ ଥିଲେ। ଏଥିପାଇଁ ଝିଅ ମଧ୍ୟ ପସନ୍ଦ କରିସାରିଥିଲେ। ସଲମାନଙ୍କ ତାଙ୍କ ପିତାଙ୍କ ବାର୍ଥ ଡେ’ ଅବସରରେ ନଭେମ୍ବରରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କାର୍ଡ ମଧ୍ୟ ବାଣ୍ଟିଥିଲେ। ଯେତେବେଳେ ବିବାହ ସମୟ ନିକଟତର ହୋଇଗଲା ସେତେବେଳେ ତାଙ୍କର ବିବାହ କରିବାକୁ ମୁଡ୍‌ ନାହିଁ ବୋଲି କହିଥିଲେ। ତେଣୁ ବିବାହ ବନ୍ଦ ରହିଥିଲା। କହିରଖୁଛୁ ବର୍ତ୍ତମାନ ବଲିଉଡ୍‌ରେ ସଲମାନ ଏବଂ ୟୁଲିଆ ବନ୍ତୁରଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଦେଖାଯାଉ ଆଗକୁ କ’ଣ ଘଟୁଛି। ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ସଲମାନ ତାଙ୍କ ଫାର୍ମହାଉସ୍‌ରେ ସମୟ ବିତାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri