କାମ କରିବାକୁ ଚେନ୍ନାଇ ଯାଇଥିଲେ ବାପପୁଅ: ମୃତଦେହ ଧରି ଫେରିଲେ ପୁଅ

ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍‌ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ ଆମ୍ବୁଲାନ୍ସ ଭଡା କରି ବାପାଙ୍କ ମୃତଦେହ ଧରି ଫେରିଲେ ଗାଁକୁ। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମପିଭି-୭୩ ଗ୍ରାମରେ। ଗ୍ରାମର ମୁରୁଗଙ୍ଗା ହାଲଦାର ପୁଅ ଆକାଶଙ୍କ ସହ ସେଣ୍ଟ୍ରି ମିସ୍ତ୍ରୀ ରୂପେ କାମ କରିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ ବାପପୁଅ କାର୍ଯ୍ୟ କରୁଥିଲେ। ତେବେ ଦୁଇଦିନ ତଳେ ମୁରୁଗଙ୍ଗା ଅସୁସ୍ଥ ହୋଇପଡିଥିଲେ। ପୁଅ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯିବା ପରେ ଆମ୍ବୁଲାନସ ଭଡା ବାବଦ ଟଙ୍କା ଦେବାକୁ ସକ୍ଷମ ହୋଇ ନ ଥିଲେ ଆକାଶ। ଶେଷରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ଆମ୍ବୁଲାନ୍ସ ଭଡା ଦେବା ପରେ ମୁରୁଗଙ୍ଗାଙ୍କ ମୃତଦେହ ସତ୍କାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri