ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି। ଖବରରୁ ଜଣାପଡିଛି ସେମିଳିଗୁଡ଼ା ବ୍ଲକ୍‌ର ମରୁଆ ଗ୍ରାମର ବିଶ୍ୱନାଥ ଗେମେଲଙ୍କ ପୁଅ ରାଜେନ୍ଦ୍ର। ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ। କରୋନା ଯୋଗୁ ସ୍କୁଲ ଛୁଟି ହେବାପରେ ଗାଁକୁ ଫେରିଥିଲେ। ମୋବାଇଲ୍‌ଟିଏ କିଣିଦେବା ପାଇଁ ସେ ବାପାଙ୍କୁ କହିଥିଲେ। ଏଥିରେ ବାପା ରାଜି ହେଉ ନ ଥିଲେ। ଏନେଇ ରାଜେନ୍ଦ୍ର ବାରମ୍ବାର ଜିଦ୍‌ କରୁଥିଲେ। ସୋମବାର ମାଆବାପା ଜମିକୁ କାମ କରିବାକୁ ଯାଇଥିବା ବେଳେ ଏହି ସୁଯୋଗରେ ରାଜେନ୍ଦ୍ର ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଖବର ପାଇ ପଟ୍ଟାଙ୍ଗି ଏସ୍‌ଆଇ ଗୋଲକ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥଲେ। ମଙ୍ଗଳବାର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ପଟ୍ଟାଙ୍ଗି ଥାନାରେ କେସ୍‌ ନଂ. ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ...

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର...

ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ...

ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ

ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା,...

ହୋଲିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦଶମନ୍ତପୁର,୨୬।୩(ଅରବିନ୍ଦ ନାୟକ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁଇ ବାଇକ୍‌ ମୁହାଁମୁହିଁ...

ଦୋଳପୂର୍ଣ୍ଣିମା ଯାତ୍ରା ଦେଖି ଫେରୁଥିଲେ ଓଲଟିଲା ଅଟୋ:  ଜଣେ ମୃତ, ୬ ଗୁରୁତର  

ଦଶମନ୍ତପୁର,୨୬।୩ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ  ଜଣଙ୍କର ମୃତ୍ୟୁ...

ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍‌କା ଜାରି କଲା ପୋଲିସ

ଦାମନଯୋଡି,୨୫।୩(ମାନସ ରଞ୍ଜନ କର): ଏସ୍‌ଡିଜେଏମ୍‌ କୋର୍ଟ କୋରାପୁଟଙ୍କ ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି ଥାନା ପୋଲିସ ଅଁଳାବାଡି କଲୋନୀର ବିଜୟ ମୁଦୁଲିଙ୍କ ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri