କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ ବିଭାଗ ନିଜ ମୁଣ୍ଡରୁ ଦୋଷ ବାହାର କରିଦେଉଥିବାବେଳେ ହଜାର ହଜାର ରୋଗୀ ହୀନସ୍ତା ହେଉଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଅଧୀନ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଉପଖଣ୍ଡ ଚିକିତ୍ସାଳୟ। ଏଠାରେ ଡାକ୍ତର ଅଭାବ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଟେକ୍ନିସିଆନ ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରର ଏକ୍ସ-ରେ ଯନ୍ତ୍ରପାତି ଖତ ଖାଉଛି। ୨୦୧୦ ପୂର୍ବରୁ ଏକ୍ସ-ରେ ବିଭାଗରେ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ପରୀକ୍ଷା ନିରୀକ୍ଷା ଉପଲବ୍ଧ ହେଉଥିଲା। ବିଭାଗୀୟ କର୍ମଚାରୀଙ୍କ ଅବସର ପରେ ଏହା ସ୍ଥାଣୁ ପାଲଟିଛି। ୨୦୧୪ରେ ଜଣେ ଟେକ୍ନିସିଆନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାତ୍ର ୨ମାସ ପାଇଁ ନାମକୁ ମାତ୍ର ନିଯୁକ୍ତି ଦିଆଯାଇଥିଲା। ତାଙ୍କର ଅନ୍ୟତ୍ର ବଦଳି ହୋଇଯିବା ପରେ ସେହି ଦିନଠାରୁ ଉକ୍ତ ପଦବୀ ଖାଲିପଡ଼ିଛି। ଦାୟିତ୍ୱ ନେବାକୁ କେହି ନ ଥିବାରୁ ପ୍ରକୋଷ୍ଠରେ ତାଲା ଝୁଲୁଛି। ଦୁର୍ଘଟଣାରେ ଗୁରୁତର, ଟିବି ଆକ୍ରାନ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏକ୍ସ-ରେ କରିବାକୁ ରୋଗୀ ଆସୁଥିବାବେଳେ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେମାନେ ଜିଲା ଚିକିତ୍ସାଳୟକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜରୁରିକାଳୀନ ସମୟରେ ରୋଗୀ ସମ୍ପର୍କୀୟମାନେ ଘରୋଇ କ୍ଲିନିକ୍‌ ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ଏକ୍ସ-ରେ ମେଶିନ କାର୍ଯ୍ୟକ୍ଷମ କରାଇବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ଏ ନେଇ ଉପଖଣ୍ଡ ଚିକିତ୍ସାଧିକାରୀ ଡ. ରତ୍ନାକର ସାମଲ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଅଭାବ ରହିଛି। ବାରମ୍ବାର ଚିଠି ଲେଖିଲେ ମଧ୍ୟ ତାହା ଫାଇଲ ତଳେ ରହିଯାଉଛି। ଉପରିସ୍ତରରେ ଆନ୍ତରିକତା ନ ଦେଖାଇଲେ ଏହି ଅସୁବିଧା ଲାଗିରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri