କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଥିବାରୁ ଆଗାମୀ ଦିନରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଯାଇପାରନ୍ତି ବୋଲି ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଅକ୍ସଫାମ୍‌’ ପକ୍ଷରୁ କୁହାଯାଇଛି। ଏଥିସହିତ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ଅବସ୍ଥାକୁ ଟାଳିବା ପାଇଁ ବିଶ୍ୱ ନେତାଙ୍କ ସାମ୍ନାରେ ଏବେ ଆହ୍ବାନ ଆସିଛି। ତେଣୁ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ଦେବାକୁ ଥିବା ୧ ଲକ୍ଷ କୋଟି ଡଲାର ଋଣ ଦେୟକୁ ବାତିଲ କରିବା ଲାଗି ଦାବି ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ସଙ୍କଟ ସମୟରେ ଲୋକଙ୍କ ଘରୋଇ ଖର୍ଚ୍ଚ କମିଯାଉଥିବା ପରିପ୍ରେକ୍ଷୀରେ ବିଶ୍ୱ ଦାରିଦ୍ର୍ୟ ଉପରେ କି ପ୍ରଭାବ ପକାଇବ ସେ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକ ବସିବାକୁ ଯାଉଛି। ତା’ ପୂର୍ବରୁ ଏଭଳି ରିପୋର୍ଟ ପଦାକୁ ଆସିବା ଦ୍ୱାରା ଗରିବଙ୍କ ଦୁଃଖ କିଭଳି ବଢ଼ିଯାଉଛି ତା’ ଉପରେ ଗୁରୁତ୍ୱାରୋପ କରାଯାଇଛି।
ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ୨୦୦୮ରେ ବିଶ୍ୱ ଆର୍ଥିକ ସଙ୍କଟକୁ ବର୍ତ୍ତମାନର କରୋନା ଭାଇରସ୍‌ଜନିତ ଅର୍ଥନୈତିକ ଦୁଃସ୍ଥିତି ବଳିଯିବାର ଆଶଙ୍କା ସୃଷ୍ଟି କଲାଣି। ଆକଳନରୁ ଜଣାପଡ଼ିଲାଣି ଯେ, ଏବେ ଯେଭଳି ପରିସ୍ଥିତି ଉପୁଜିଛି ତାହା ୧୯୯୦ ପରେ ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ଦାରିଦ୍ର୍ୟ ହାର ଅଧିକ ବୃଦ୍ଧି କରିବ। ଅକ୍ସଫାମ୍‌ ଆମେରିକାର ପଲିସି ଆଣ୍ଡ୍‌ ଆଡ୍‌ଭୋକେସିର ଭାଇସ୍‌-ପ୍ରେସିଡେଣ୍ଟ ପଲ୍‌ ଓ’ ବ୍ରେନ୍‌ଙ୍କ ମତରେ ବିଶ୍ୱରେ ୩୦୦ କୋଟି ଲୋକ ଗରିବ ଅଛନ୍ତି। ସେମାନେ ସ୍ବଚ୍ଛ ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଅପପୁଷ୍ଟି ଦେଇ ଗତି କରୁଛନ୍ତି।କାମଧନ୍ଦା ନ ମିଳିବାରୁ ସେମାନଙ୍କ ଅର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। କାରଣ ସେମାନେ ମୁଖ୍ୟତଃ ଅଣସଙ୍ଗଠିତ ଅର୍ଥନୀତି ସହ ଜଡ଼ିତ ହୋଇଥାଆନ୍ତି। ବିଶ୍ୱ ବ୍ୟାଙ୍କ ଗତ ସପ୍ତାହରେ ରିପୋର୍ଟ ପ୍ରକାଶ କରିଥିଲା ଯେ, ଯଦି କରୋନା ଜନିତ ପରିସ୍ଥିତି ଯୋଗୁ ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହୁଏ, ତେବେ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ତୁଳନାତ୍ମକ ଭାବେ କେବଳ କୋଟିଏ ୧୦ ଲକ୍ଷ ଲୋକ ଅଧିକ ଗରିବ ହୋଇଯିବେ।
ରିପୋର୍ଟରେ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ଲକ୍‌ଡାଉନ୍‌ ଜନିତ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅର୍ଡର ବାତିଲ ହୋଇଯିବାରୁ ବାଂଲାଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପୋଷାକ କାରିଗରଙ୍କୁ ଚାକିରିରୁ ଛଟେଇ କରିଦିଆଯାଇଛି, ଯେଉଁମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା। ସେମାନଙ୍କୁ ବିନା ପାରିଶ୍ରମିକରେ ଘରକୁ ପଠାଇଦିଆଯାଇଛି। ଏହିଭଳି ବିଭିନ୍ନ ଦେଶରେ ଶ୍ରମିକ କାମଧନ୍ଦା ହରାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ଦାରିଦ୍ର୍ୟ ଭଳି ଉତ୍କଟ ସମସ୍ୟାକୁ ଦୂରକରିବା ଲାଗି ଅକ୍ସଫାମ୍‌ କାର୍ଯ୍ୟାନ୍ବୟନ ଯୋଜନା ମଦ୍ୟ ସ୍ଥିର କରିଛି। ଲୋକଙ୍କୁ ନଗଦ ଅର୍ଥ ଦେବା ଦରକାର। ସେହିପରି ବ୍ୟବସାୟୀଙ୍କୁ ସେମାନଙ୍କ କ୍ଷତି ଭରଣା କରିବା ଲାଗି ଆର୍ଥିକ ପ୍ୟାକେଜର ଅବାଶ୍ୟକତା ରହିଛି। ଏଥିସହିତ ଋଣ ବାତିଲ, ଆଇଏମ୍‌ଏଫ୍‌ ପକ୍ଷରୁ ପାଣ୍ଠି ଯୋଗାଣ ଓ ସହାୟତା ରାଶି ବୃଦ୍ଧି ଉପରେ ଅକ୍ସଫାମ୍‌ ଗୁରୁତ୍ୱ ଦେଇଛି।
ଆସନ୍ତା ସପ୍ତାହରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀ ବସିବାକୁ ଯାଉଛି। ୨୦୨୦ରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପୈଠ କରିବାକୁ ଥିବା ୧ ଟ୍ରିଲିୟନ ଡଲାର ମୂଲ୍ୟର ଋଣକୁ ତୁରନ୍ତ ବାତିଲ କରିବା ଲାଗି ଅକ୍ସଫାମ୍‌ ସୁପାରିସ୍‌ କରିଛି। ଉଦାହରଣ ସ୍ବରୂପ, ଘାନାକୁ ଚଳିତ ବର୍ଷ ପାଇଁ ଋଣ ପରିଶୋଧ ବାତିଲ କରାଗଲେ, ଏହାର ସରକାର ଦେଶର ୧୬ ନିୟୁତ ଶିଶୁ, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାଙ୍କୁ ୬ ମାସ ପାଇଁ ମାସିକ ୨୦ ଡଲାର ଲେଖାଏ ସହାୟତା ଦେଇପାରିବେ। ଏଥିସହିତ ଦରିଆପାରି ସହାୟତା ରାଶି ୫୦୦ ନିୟୁତ ଡଲାର ବଢ଼ାଇବା ଏବଂ ଆଇଏମ୍‌ଏଫ୍‌ରେ ୧ ଟ୍ରଲିୟନ ଡଲାରର ସ୍ବତନ୍ତ୍ର ପାଣ୍ଠି ଗଠନ କରିବା ଲାଗି ଅକ୍ସଫାମ୍‌ ସୁପାରିସ୍‌ କରିଛି। ଫଳରେ ଆଗାମୀ ସଙ୍କଟ ସମୟରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏଠାରୁ ସହାୟତା ନେଇ ଦେଶରେ ନଗଦୀକରଣ ବଢ଼ାଇପାରିବେ ବୋଲି ଅକ୍ସଫାମ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?