କରୋନା ସଂକ୍ରମଣ ରୋକିବାକୁ ରାସାୟନିକ ପଦାର୍ଥ ଚିହ୍ନଟ, ଔଷଧ ପ୍ରସ୍ତୁତିରେ ହୋଇପାରେ ସହାୟକ

ଟେନିସି: କରୋନା ଭାଇରସ୍‌ କ୍ଷୀପ୍ର ବେଗରେ ବଢ଼ିଚାଲିଥିବାରୁ ଏହାକୁ କେମିତି ରୋକାଯାଇପାରିବ ସେନେଇ ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ବିଶ୍ୱର ଦ୍ରୁତତମ ସୁପର କମ୍ପ୍ୟୁଟର ଶିଖର ସମ୍ମିଳନୀର ସାହାଯ୍ୟ ନେଇଛନ୍ତି। ଏହା ୭୭ଟି ରାସାୟନିକ ପଦାର୍ଥକୁ ଚିହ୍ନଟ କରିଛି। ଯାହା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହେବ। ଏଥିରୁ ଭ୍ୟାକ୍ସିନ୍‌ ବା ଟିକା ତିଆରି କରିବାରେ ସହାୟକ ହୋଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବେସ୍‌ ସୁପର କମ୍ପ୍ୟୁଟର ୭୭ ରାସାୟନିକ ପଦାର୍ଥକୁ ଚିହ୍ନଟ କରିଛି। ଯାହା କରୋନା ଭାଇରସ୍‌ ଶରୀରର ଅନ୍ୟ କୋଷକୁ ବିସ୍ତାର କରିବାରେ ରୋକିଥାଏ। ଓକ୍‌ ରିଜ୍‌ ନ୍ୟାଶନାଲ ଲାବୋରେଟୋରି ପକ୍ଷରୁ କୁହାଯାଇଛି ଏହା ତୁରନ୍ତ ଯନ୍ତ୍ରଣା ମୁକ୍ତ କରୁଥିବା ଔଷଧ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ।
ଟେନିସି ସ୍ଥିତ ଓକ୍‌ ନ୍ୟାଶନାଲ ଲାବୋରେଟୋରି ଅନୁଯାୟୀ, ଏହି ଭାଇରସ୍‌ ବା ଭୂତାଣୁ ଶରୀରର ବାହାର କୋଷିକାକୁ ପ୍ରଭାବିତ କରିଥାଏ। ଏହି ଟିକା ଏହାକୁ ଚିହ୍ନଟ କରିବ। ଗବେଷକ ମିକୋଲସ୍‌ ସ୍ମିଥ୍‌ କୁହନ୍ତି, କରୋନା ଭାଇରସ୍‌ ଚିହ୍ନିବା ପାଇଁ ମଡେଲ ପ୍ରସ୍ତୁତ କରାଯାଉଛି। ସୁପର କମ୍ପ୍ୟୁଟର ୮୦୦୦ରୁ ଅଧିକ ଯୌଗିକ ଚିହ୍ନଟ କରିଛି। ଏହି ପ୍ରୋଟିନ୍‌ ଜୀବାଣୁକୁ ପ୍ରତିରୋଧ କରିଥାଏ। ଏହା ସଂକ୍ରମିତ କୋଷଗୁଡ଼ିକୁ ବନ୍ଦ କରିବାରେ ସକ୍ଷମ ଅଟେ। ସୁପର କମ୍ପ୍ୟୁଟର ସମ୍ମିଳନୀ ବିଶ୍ୱର ସମସ୍ୟା ସମାଧାନ ପାଇଁ ଡିଜାଇନ କରାଯାଇଛି । ଆମେରିକାର ଶକ୍ତି ବିଭାଗ ୨୦୧୪ରେ ଶିଖର ସମ୍ମିଳନୀରେ କାମ ଆରମ୍ଭ କରିଥିଲା। ଏହି ସୁପର କମ୍ପ୍ୟୁଟର ଦ୍ରୁତତମ ଲାପ୍‌ଟପ ଅପେକ୍ଷା ୧୦ ମିଲିୟନ ଗୁଣ ଅଧିକ ଶକ୍ତିଶାଳୀ। ବର୍ତ୍ତମାନ ଅନୁସନ୍ଧାନକାରୀ ଦଳ ଏହି ୭୭ଟି ରାସାୟନିକ ପଦାର୍ଥକୁ ଶିଖର ସମ୍ମିଳନୀରେ ପରୀକ୍ଷା କରିବେ ଏବଂ କରୋନା ବିଲୋପ ପାଇଁ ସର୍ବୋତ୍ତମ ମଡେଲ ସୃଷ୍ଟି କରିବେ ବୋଲି ଗବେଷକ ସ୍ମିଥ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri