କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଲେ ଅନୁରାଧା

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ସାରା ବିଶ୍ୱ ଲଢେଇ କରି ଚାଲିଛି। କରୋନା ସଂକ୍ରମଣ ସାରା ବିଶ୍ୱକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏମାନଙ୍କ ପାଇଁ ଏବେ ସବୁଠୁ ମୁଳୁଛି ସହଯୋଗ। ବଲିଉଡ୍‌ ଦୁନିଆ ମଧ୍ୟ ଏକ୍ଷେତ୍ରରେ ହାତ ବଢାଇଛି। ଦୀର୍ଘ ପ୍ରାୟ ୪୭ ବର୍ଷ ହେବ ହିନ୍ଦୀ ତଥା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ଗାୟିକା ଅନୁରାଧା ପୋଡଓ୍ବାଲ ମଧ୍ୟ କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି। ନିକଟରେ ଏମିତି କେତେଜଣ କରୋନା ଯୋଦ୍ଧାଙ୍କୁ ସେ ଆର୍ଥିତ ସହାୟତା ଯୋଗାଇ ଦେଇଛନ୍ତି। ଏକ ଓ୍ବେସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ଅନୁରାଧା କହିଛନ୍ତି। ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ କାମ କରୁଥିବା ୧୦ ଜଣ ନର୍ସ, କଣ୍ଟେନମେଣ୍ଟ ଅଞ୍ଚଳରେ କାମ କରୁଥିବା ୧୦ କନଷ୍ଟେବଳ ଓ ୧୦ ଜଣ ପରିମଳ କର୍ମଚାରୀଙ୍କୁ ଅନୁରାଧା ୫ ହଜାର ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ଏହା ତାଙ୍କ ତରଫରୁ ଏକ ଛୋଟିଆ ସହାୟତା ବୋଲି ସେ କହିଛନ୍ତି। ଏହି ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ମୁମ୍ବାଇର କିଛି ହସ୍ପିଟାଲକୁ ୧୫୦ ପିପିଇ କିଟ୍‌ ଓ ଏକ ଇନକ୍ୟୁବେଟର ଦାନ କରିଛନ୍ତି। ତାଙ୍କର ଏକ ସାମାଜିକ ସଙ୍ଗଠନ ‘ସୂର୍ଯ୍ୟୋଦୟ ଫାଉଣ୍ଡେଶନ’ ଥିବା ବେଳେ ସେ ଏହା ମାଧ୍ୟମରେ ପାଣି ସମସ୍ୟା, ଜାରାଜୀର୍ଣ୍ଣ ସ୍କୁଲର ପୁନଃରୁଦ୍ଧାର ଆଦି କାର୍ଯ୍ୟ କରିଥାଆନ୍ତି। ତେବେ ଦେଶର ଘଡିସନ୍ଧି ମୁହୂର୍ତ୍ତରେ କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ସେ ଅନ୍ୟମାନଙ୍କୁ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri