କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ ସମସ୍ତେ କରୋନା ଭାଇରସ୍‌ ସଂକ୍ରମଣ ନେଇ ଭୟଭୀତ ହୋଇପଡ଼ୁଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନରେ। ଶୁକ୍ରବାର ଏହି ବିମାନରେ ଜଣେ କରୋନା ସନ୍ଦିଗ୍ଧ ଯାତ୍ରା କରୁଥିବା ଜାଣି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ବିମାନ ଅବତରଣ ସମୟରେ ଜଣେ ସନ୍ଦିଗ୍ଧ ଯାତ୍ରୀ ଛିଙ୍କିଦେଇଥିଲେ। ଏନେଇ ଜାଣିବା ପରେ ପାଇଲଟ୍‌ ଜଣଙ୍କ ଝରକା ଦେଇ ଓହ୍ଲାଇ ପଡ଼ିଥିଲେ। ସାଧାରଣତଃ ପାଇଲଟ ଓହ୍ଲାଇବା ପାଇଁ ବିମାନର ସାମ୍ନା ଗେଟ୍‌ର ବ୍ୟବହାର କରନ୍ତି। ହେଲେ ଯେତେବେଳେ ଜାଣିବାକୁ ପାଇଲେ ଯେ, ପ୍ରଥମ ଧାଡିରେ ବସିଥିବା ଯାତ୍ରୀ ଜଣଙ୍କ ଛିଙ୍କିଦେଇଛନ୍ତି, ସେହି ସମୟରେ ଭୟଭୀତ ହୋଇ ପାଇଲଟ ଜଣଙ୍କ କକ୍‌ପିଟ୍‌ ବା ଇମାରଜେନ୍ସି ଗେଟ୍‌ ଦେଇ ବାହାରକୁ ପଳାଇ ଆସିଥିଲେ। ଏହାପରେ ସବୁ ଯାତ୍ରୀ ମଧ୍ୟ ଭୟଭୀତ ହୋଇ ପଛ ଝରକା ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଥିଲେ। ଆଉ ଉକ୍ତ ସନ୍ଦିଗ୍ଧ ଯାତ୍ରୀଙ୍କୁ ସାମ୍ନା ଗେଟ୍‌ରୁ ବାହାରକୁ ବାହାର କରାଯାଇଥିଲା। ଏହାପରେ ସମସ୍ତ ଯାତ୍ରୀଙ୍କର କରୋନା ନେଇ ଯାଞ୍ଚ କରାଯାଇଥିଲା। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ବିମାନ ଅବତରଣ ପରେ ବିମାନକୁ ଅଲଗା ରଖାଯାଇଛି। ଏହି ଘଟଣା ଘଟିବା ପରେ ଏୟାର ଏସିଆ ଇଣ୍ଡିଆର ମୁଖପାତ୍ରଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆଣ୍ଟି ଇନ୍‌ଫେକ୍ସନ୍‌ ଦ୍ୱାରା ବିମାନକୁ ସଫା କରାଯାଇଛି। ଏଭଳି ଘଟଣା ପାଇଁ ପୂର୍ବରୁ ଆମର ପାଇଲଟ ପ୍ରଶିକ୍ଷିତ ଓ ପ୍ରସ୍ତୁତ ରହିଥାନ୍ତି। ଏଭଳି ସ୍ଥିତିରେ ଉକ୍ତ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଓ ଧର୍ଯ୍ୟକୁ ଏୟାର ଏସିଆ ଇଣ୍ଡିଆର ମୁଖପାତ୍ର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri