Posted inକଟକ

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ ନିହାତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ଭିତରେ ନିହାତି ଜରୁରୀ ଥିବା ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ଚୌଦ୍ୱାର ଜନସାଧାରଣ। କରୋନା ଯୋଗୁ ଚୌଦ୍ୱାରରେ ପ୍ରାୟ ନର୍ସିଂହୋମ ବନ୍ଦ ଥିବାବେଳେ ସାଧାରଣ ଲୋକେ ଚୌଦ୍ୱାର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାବେଳେ ଡାକ୍ତର ଅଭାବ ଥିବା ତଥା ନର୍ସିଂମାନେ ଭୟରେ ଆସୁ ନ ଥିବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛିି। ସୂଚନାଯୋଗ୍ୟ, ଚୌଦ୍ୱାରରେ ପ୍ରାୟ ୭ଟି ଘରୋଇ ନସର୍ିଂ ହୋମ ରହିଛି। ସେଥିମଧ୍ୟରୁ ଅଧିକାଂଶ ବନ୍ଦ ଥିବାବେଳେ ଆଉ କିଛି ନର୍ସିଂ ହୋମ ଆଗରେ ମାଲିକମାନେ ବାଉଁଶ ବାନ୍ଧି ଲକଡାଉନ କରିଦେଇଛନ୍ତିି। ଫଳରେ ଲୋକେ ଜରୁରୀ ସେବାରେ ଆସୁଥିବାବେଳେ ହଇରାଣ ହେଉଛନ୍ତି। ଏ ନେଇ ଜଣେ ନସର୍ିଂ ହୋମ ମାଲିକ କୁହନ୍ତି, କରୋନାକୁ କହାର ଭୟ ନାହଁି, ଭୂତାଣୁ ଭୟରେ କର୍ମଚାରୀ ନ ଆସିବା ସହ ଡାକ୍ତର ମଧ୍ୟ ଆସୁ ନ ଥିବାରୁୁ ଏଭଳି ପରିସ୍ଥିତି ହୋଇଛି। ଏପରିସ୍ଥଳେ ଯଦି କୌଣସି ସଡ଼କ ଦୁର୍ଘଟଣା ଅବା ସାଧାରଣ ରୋଗୀଟିଏ ସାଲାଇନ ପାଇଁ ଆସିଲେ ନାନା ଅସୁବିଧା ହେବ। ଏହି ସମୟରେ ଏକମାତ୍ର ଆଶା ହେଉଛନ୍ତି ଡା.ରବୀନ୍ଦ୍ର କୁମାର ମହାପାତ୍ର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତଥା ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର। ତାଙ୍କ ସହିତ ୨ଟି ନର୍ସ, ଜଣେ ଏଲ୍‌.ଟି ଓ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚୌଦ୍ୱାର ସହରରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ମାଗଣା ଓଷଧ ସହ ଡାକ୍ତରୀ ଚିକିତ୍ସା ମିଳୁଥିବାରୁ ଏଠାରେ ଭିଡ଼ ଜମୁଛି। ବୁଧବାର ଦିନ ୧୧ଟା ସୁଦ୍ଧା ୮୨ଜଣ ରୋଗୀ ଡାକ୍ତରଙ୍କ ଦ୍ୱାରା ଚେକଅପ୍‌ କରାଇ ଓଷଧ ଦିଆଯାଇଥିବା ଅଫିସ ସୁତ୍ରରୁ ପ୍ରକାଶ। ପୁଣି ଅପରାହ୍ନରେ ରୋଗୀଙ୍କୁ ଦେଖିବା କାର୍ଯ୍ୟ ଜାରୀ ରହିବ ା ବର୍ତ୍ତମାନ ଚାଲିଥିବା କରୋନା ଭଳି ମହାମାରୀ ରୋଗକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ସାଧାରଣ ରୋଗର ଚିକିତ୍ସା ପାଇଁ ଲାଗିରହିଥିବା ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ଦେବାପାଇଁ ଚୌଦ୍ୱାରବାସୀଙ୍କ ତରଫରୁ ନିବେଦନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, କଟକ View All

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri