କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ

ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ ସାମାନ୍ୟ ଫିକା ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଯଦି ହୋଲି ଖେଳିବାକୁ ମନ ବଳାଉଛନ୍ତି, ତେବେ କିଛି ପ୍ରାକୃତିକ ରଙ୍ଗର ବ୍ୟବହାର କରନ୍ତୁ। ଜାଣି ରଖନ୍ତୁ ସେଭଳି କିଛି ସହଜ ଉପାୟ

ଲାଲ ରଙ୍ଗ:
– ଶୁଖିଲା ଲାଲ ରଙ୍ଗ ଲାଗି ଆପଣ ନାଲି ଚନ୍ଦନ ପାଉଡରକୁ ଅଟା ଅଥବା ମଇଦାରେ ମିଶାଇ ପାରନ୍ତି। ନ ହେଲେ ଚନ୍ଦନ ସ୍ଥାନରେ ସିନ୍ଦୂରର ବ୍ୟବହାର କରିପାରିବେ।
-ସେହିଭଳି ଓଦା ଲାଲ୍‌ ରଙ୍ଗ ପାଇଁ ରାତିରେ ଗୋଲାପ ପାଖୁଡ଼ାକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳେ ଏହାକୁ ବ୍ୟବହାର କରିପାରିବେ।

ହଳଦିଆ ରଙ୍ଗ:
-ଶୁଖିଲା ହଳଦିଆ ରଙ୍ଗ ପାଇଁ ଗୋଟିଏ ପାତ୍ରରେ ହଳଦୀ ଓ ବେସନ ମିଶାଇ ଦିଅନ୍ତୁ।
-ସେହିଭଳି ଓଦା ହଳଦିଆ ରଙ୍ଗ ପାଇଁ ହଳଦୀକୁ ପାଣିରେ ଗୋଳାଇ ପାରିବେ। ଏହାଛଡ଼ା କୁସୁମ ଫୁଲ(ହଳଦିଆ)କୁ ପାଣିରେ ଭିଜାଇ ରାତିରୁ ରଖି ସକାଳେ ବ୍ୟବହାର କରିପାରିବେ।

କମଳା ରଙ୍ଗ:
– ଏହି ରଙ୍ଗ ଲାଗି ପଳାସ ଫୁଲକୁ ଶୁଖାଇ ପାଉଡ଼ର ପ୍ରସ୍ତୁତ କରିପାରିବେ।
-ଓଦା ରଙ୍ଗ ଲାଗି ପଳାସ ଫୁଲକୁ ଫୁଟାଇ ଦିଅନ୍ତୁ। ନଚେତ୍‌ ରାତି ସାରା ପାଣିରେ ଭିଜାଇ ରଖିଦିଅନ୍ତୁ।

ଗୋଲାପି ରଙ୍ଗ:
-ଏଥିଲାଗି ବିଟ୍‌କୁ ଛୋଟ ଛୋଟ କରି କାଟି ପାଣିରେ ଭିଜାଇ ରଖନ୍ତୁ।
-ନଚେତ୍‌ ଡାଳିମ୍ବକୁ ମଧ୍ୟ ପାଣିରେ ଭିଜାଇ ରଖିପାରିବେ।

ସବୁଜ ରଙ୍ଗ:
-ଘରେ ସବୁଜ ରଙ୍ଗ ପାଇଁ ଶୁଖିଲା ମେଥି ଏବଂ ପୁଦିନା ପତ୍ରକୁ ଶୁଖାଇ ଗୁଣ୍ଡକରି ଦିଅନ୍ତୁ।
-ସବୁଜ ପାଣି ରଙ୍ଗ ପାଇଁ ସବୁଜ ରଙ୍ଗର ପନିପରିବାକୁ ବାଟି ପେଷ୍ଟ ପ୍ରସ୍ତୁତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri