କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏବେ ଏହାର କିଛି ନୂଆ ଲକ୍ଷଣ ଦେଖାଯାଇଛି। ଯାହା ଏବେ ବିଶ୍ୱର ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଘ୍ରାଣଶକ୍ତି ଖରାପ୍‌ ହେଉଛି। ଏଥିସହ ସେମାନେ ଖାଦ୍ୟର ସ୍ବାଦ ମଧ୍ୟ କିଛି ଜାଣିପାରୁ ନ ଥିବା କୁହାଯାଉଛି। ଜର୍ମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପ୍ରାୟ ସମସ୍ତ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏଥିରେ ସଂକ୍ରମିତ ହୋଇଥିବା ରୋଗୀ କିଛି ଦିନରୁ ଖାଦ୍ୟର ସ୍ବାଦ ଜାଣି ପାରୁ ନ ଥିବା ବେଳେ କୌଣସି ଗନ୍ଧ ମଧ୍ୟ ବାରି ପାରୁନାହାନ୍ତି ବୋଲି ବିଶେଷଜ୍ଞ ହେଣ୍ଡ୍ରିକ୍‌ ଷ୍ଟ୍ରିକ୍‌ କହିଛନ୍ତି। ଏହି ଲକ୍ଷଣ ଶରୀରରେ ଏତେ ବୃଦ୍ଧି ପାଇଥାଏ ଯେ, ଜଣେ ମା’ ନିଜ ପିଲାଙ୍କ ଡାଇପର ଗନ୍ଧ କି ଶାମ୍ପୁର ସୁଗନ୍ଧ ମଧ୍ୟ ଜାଣିପାରି ନ ଥାନ୍ତି। ଆଉ କେତେକଙ୍କ ମଧ୍ୟରେ ଡାଇରିଆ ସମସ୍ୟା ଦେଖାଦେଇଛି। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଲକ୍ଷଣ ବ୍ୟକ୍ତିଙ୍କଠାରେ କେବେଠାରୁ ଦେଖାଦେଇଥାଏ। କୁହାଯାଉଛି ସଂକ୍ରମିତ ହେବାର କିଛି ଦିନ ପରେ ହିଁ ଏସବୁ ଲକ୍ଷଣ ଦେଖାଯାଉଛି। ଅପରପକ୍ଷେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜର୍ମାନରେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ କରୋନା ଭାଇରସ୍‌ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଦେଶରେ ଏହି ସଙ୍କଟ ୨ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜର୍ମାନୀର ପବ୍ଲିକ ହେଲ୍‌ଥ ଏଜେସ୍ସି ଚେତାବନୀ ଦେଇଛି। ସୂଚନା ମୁତାବକ ଜର୍ମାନୀରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଏପର୍ଯ୍ୟନ୍ତ ୪୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri