କରୋନା ପାଇଁ ରାସନ ସାମଗ୍ରୀ କଳାବଜ଼ାରି: ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ, ୫।୪(ଡି.ଏନ୍‌.ଏ.): ସାରା ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା ଭୂତାଣୁ ସରକାର ଓ ପ୍ରଶାସନର ନିଦ ହଜାଇ ସାରିଲାଣି। ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କଲେ ସୁଦ୍ଧା ଫଳପ୍ରଦ ହେଉନି। ଏଥିପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି l ତଥାପି ଲୋକେ ଏହାକୁ ମାନ ନ ଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଘୋଷଣା ପରେ ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ ରାସନ ସାମଗ୍ରୀ କଳାବଜ଼ାରି କରୁଥିବା ଅଭିଯୋଗ ହୋଇଛି l ପ୍ରତ୍ୟେକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ତେଲ, ବାଟୁଳା, ଡାଲି ଆଦି କିଲୋ ପିଛା ୧୦ ଟଙ୍କା ଅଧିକ ନେଉଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏହି ସମୟରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଏନେଇ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ସେ କହିଛନ୍ତି। ଏ ଘଟଣା ବାବଦରେ ବିଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ପଚାରିବରୁ ସେ ମଧ୍ୟ ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଧରା ପଡିଲେ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri