କରୋନା ଗବେଷଣାରେ ଓଡ଼ିଆ ଯୁବ ବୈଜ୍ଞାନିକ

କଟକ ଅଫିସ,୧୫ା୬: ଶରୀରରେ ଭିଟାମିନ୍‌-ଡିର ଅଭାବ ରହିଲେ କରୋନାଜନିତ ମୃତ୍ୟୁ ଅଧିକ ହେବ। ଭାରତରେ ଯେଉଁ ସବୁ ସ୍ଥାନରେ କରୋନାଜନିତ ମୃତ୍ୟୁ ଅଧିକ ହୋଇଛି, ସେଠାକାର ଲୋକଙ୍କଠାରେ ଭିଟାମିନ୍‌-ଡିର ଅଭାବ ବେଶୀ ଦେଖିବାକୁ ମିଳିଛି। କେବଳ ଭାରତ ନୁହେଁ, ବୈଶ୍ୱିକ ସ୍ଥିତିକୁ ଅନୁଶୀଳନ କଲେ ଏହି ଦିଗଟି ସାମ୍ନାକୁ ଆସୁଛି। ଭିଟାମିନ୍‌-ଡି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏହା ହିଁ କରୋନାଜନିତ ମୃତ୍ୟୁ କମାଇପାରିବ। ଜର୍ମାନୀର ଏକ ଘରୋଇ ଅନୁଷ୍ଠାନ ଏଭଳି ରିପୋର୍ଟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ପ୍ରଦାନ କରିଛି। ଉକ୍ତ ଅନୁଷ୍ଠାନର ରିସର୍ଚ୍ଚ ଟିମ୍‌ରେ ଜଣେ ଓଡ଼ିଆ ପୁଅ ରହିଛନ୍ତି। ସେ ହେଲେ ରୁକସାନ-ଉର୍‌-ରେହମାନ।
କଟକ କାଫଲାବଜାର ସିଦ୍ଧେଶ୍ୱର ସାହିରେ ରେହମାନ (୨୭)ଙ୍କ ଘର। ପିତା ସାକିଲୁର ରେହମାନ, ମା’ ସବାନା ଆଫରୋଜଙ୍କ ପୁଅ ରେହମାନ ଷ୍ଟିୱାର୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ସ୍ନାତକ ପଢ଼ା ସାରିଥିଲେ। ପରେ ଇନଫୋସିସରେ ଚାକିରି କରୁଥିଲେ। ଏବେ ଜଣେ ଡାଟା ବୈଜ୍ଞାନିକ ଭାବେ ଜର୍ମାନୀରେ ଗବେଷଣା କରୁଛନ୍ତି। ତାଙ୍କ ଅନୁଷ୍ଠାନ ରିପୋର୍ଟ ଅନୁଯାୟୀ, ୧୯୧୮ରେ ହୋଇଥିଲା ସ୍ପାନିସ୍‌ ଫ୍ଲ୍ୟୁ। ଏହି ମହାମାରୀରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ସେହି ଫ୍ଲ୍ୟୁକୁ ଆଧାର କରି ଅନୁଷ୍ଠାନ ଗବେଷଣା ଆରମ୍ଭ କରିଥିଲା ବୋଲି ରେହମାନ କହିଛନ୍ତି। ସ୍ପେନ, ଫ୍ରାନ୍ସ, ଇଟାଲୀ, ଆମେରିକା ସମେତ ଯେଉଁ ଦେଶରେ କରୋନା ଭୀଷଣ ପ୍ରଭାବ ପକାଇଛି, ସେଠାକାର ତଥ୍ୟକୁ ଗବେଷଣାରେ ସାମିଲ କରାଯାଇଛି। ସୂର୍ଯ୍ୟକିରଣ କିମ୍ବା ଆମିଷ ଖାଦ୍ୟରୁ ମଣିଷ ଶରୀରକୁ ଭିଟାମିନ-ଡି ମିଳେ। ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌-ଡି ଥାଏ। ଏହି ସମସ୍ତ ସ୍ଥାନରେ କରୋନାଜନିତ ମୃତ୍ୟୁ ମଧ୍ୟ କମ୍‌ ରହୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ସ୍ଥାନରେ ଅତିବାଇଗଣୀ ରଶ୍ମି (ୟୁଭି-ରେ)ର ସୁପ୍ରଭାବ ରହିଛି, ସେଠାରେ ମଧ୍ୟ କରେନାଜନିତ ମୃତ୍ୟୁ କମ୍‌ ରହୁଛି। ଅତିବାଇଗଣୀ ରଶ୍ମୀ ୨.୨ ପ୍ରତିଶତ ରହିଥିବା ସ୍ଥାନ ତୁଳନାରେ ଶୂନ ଅତିବାଇଗଣୀ ରଶ୍ମୀ ସ୍ଥାନରେ କରୋନାଜନିତ ମୃତ୍ୟୁ ଢେର ଅଧିକ। ଶୀତଦିନରେ ଏହି ଭୂତାଣୁ ଅଧିକ ମାତ୍ରାରେ ପ୍ରଭାବ ପକାଏ। ଏଣୁ ସୂର୍ଯ୍ୟାଲୋକଠାରୁ ଦୂରେଇ ରହୁଥିବା ଲୋକ ନିଜ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ସହ ଭିଟାମିନ-ଡି ଯୁକ୍ତ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବାକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ରେହମାନ କହିଛନ୍ତି। ଉକ୍ତ ରିପୋର୍ଟକୁ ବିଶ୍ୱର ଅନେକ ପ୍ରମୁଖ ଗଣମାଧ୍ୟମ ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri