Posted inଖେଳ

କରୋନା ଆତଙ୍କ: ସ୍ପେନ୍‌ରେ ଫୁଟବଲ୍‌ କୋଚଙ୍କ ମୃତ୍ୟୁ

ମାଦ୍ରିଦ,୧୭।୩: କରୋନା ଭାଇରସ୍‌ ପ୍ରକୋପରୁ କେହି ବର୍ତ୍ତି ପାରିନାହାଁନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ପୂର୍ବରୁ କେତେକ ମ୍ୟାଚ୍‌ ବାତିଲ କରାଯାଇଥିବା ବେଳେ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏହାରି ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଥିରେ ସଂକ୍ରମିତ ହୋଇ ସ୍ପେନର ୨୧ବର୍ଷୀୟ ଫୁଟବଲ୍‌ କୋଚ ଫ୍ରାନ୍ସିସ୍କୋ ଗାର୍ସିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍ପେନିଶ୍‌ ଲିଗ୍‌ ସେକେଣ୍ଡ ଡିଭିଜନ୍‌ର ଯୁବ ଟିମ୍‌ ଏଟ୍‌ଲେଟିକୋ ପୋର୍ଟାଡ ଅଲ୍ଟାର କୋଚ ଗାର୍ସିଆ କୋଭିଡ-୧୯ରେ ପୀଡିତ ଥିଲେ। ଗାର୍ସିଆଙ୍କ ନିକଟରେ କରୋନା ଲକ୍ଷଣ ମିଳିବା ପରେ ତାଙ୍କୁ ମଲାଗା ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହସ୍ପିଟାଲ ଯିବା ପରେ ଜଣାପଡ଼ିଥିଲା ଯେ, ସେ ଲ୍ୟୁକୋମିଆରେ ପୀଡିତ ଅଛନ୍ତି। ତେବେ ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି। ଯୁବ କୋଚ୍‌ ଗାର୍ସିଆଙ୍କ ମୃତ୍ୟୁ ଖବରରେ ଖେଳ ଜଗତ ସ୍ବବ୍ଧ ହୋଇଯିବା ସହ ଶୋକ ପ୍ରକାଶ କରିଛି। ଏଥିସହ ଗାର୍ସିଆଙ୍କ ପରିବାରଲୋକଙ୍କୁ ସମସ୍ତେ ସମବେଦନା ଜଣାଇଛନ୍ତି। ତେବେ କରୋନାରୁ ସଂକ୍ରମିତ ହୋଇ ଜୀବନ ଯାଇଥିବାଙ୍କ ମଧ୍ୟରେ ଗାର୍ସିଆ ହେଉଛନ୍ତି ୫ମ ସବୁଠାରୁ କନିଷ୍ଠ ବ୍ୟକ୍ତି। ଏହି ସଂକ୍ରମଣରେ ସ୍ପେନ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୩୦୦ରୋଗୀଙ୍କ ମୃତ୍ୟୁ ହୋଇସାରିଛି। ଆଉ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦କୁ ଟପିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

ରାସ୍ତା ମରାମତି ନାଁରେ ବଡ଼ ଧରଣର ପ୍ରହସନ: କୁମାରକାନୀ-ବାଗଡ଼ିଆଣି ରାସ୍ତାରୁ ପିଚୁ ଉଭାନ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି ): ସରକାରୀ ଅର୍ଥକୁ କିଭଳି ହରିଲୁଟ କରାଯାଏ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri