କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି ମନୁଷ୍ୟ ଶରୀରର ଆଣ୍ଟିବଡ଼ି !

ଓ୍ବାଶିଂଟନ,୨୩।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା ୨.୮ ପ୍ରତିଶତ ବେଗରେ ବ୍ୟାପୁଥିବାରୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଉପଲବ୍ଧ କୌଣସି ଆଣ୍ଟିବାୟୋଟିକ୍ସ୍‌ ସଫଳ ହୋଇପାରୁ ନାହିଁ। କରୋନା ଭୂତାଣୁର ସଂରଚନାରେ ଏସ୍‌ ଏବଂ ଏଲ୍‌ ଆକାର ରହିଛି। ଚାଇନାରେ ୭୨ ପ୍ରତିଶତଙ୍କଠାରେ ଏସ୍‌ କରୋନା ଭୂତାଣୁ ଦେଖାଦେଇଥିବାବେଳେ କେବଳ ୨୯ ପ୍ରତିଶତଙ୍କଠାରେ ଏଲ୍‌ ଭୂତାଣୁ ଦେଖାଦେଇଥିବା ବିଶେଷଜ୍ଞ ସୂଚିତ କରିଛନ୍ତି। ଏସ୍‌ ସଂରଚନା ଥିବା କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମନୁଷ୍ୟ ଶରୀରକୁ ଆସିଥିବା ଅନୁମାନ କରାଯାଉଛି। ତେବେ ଏଲ୍‌ ସଂରଚନା ଥିବା ଭୂତାଣୁ ଅତି ଶୀଘ୍ର ବ୍ୟାପିବା ସହିତ ମହାମାରୀ ସୃଷ୍ଟି କରୁଥିବା କୁହାଯାଉଛି। ଭିନ୍ନ ଭିନ୍ନ ପରିବେଶରେ ଏଲ୍‌ ଭୂତାଣୁ ନିଜର କ୍ରିୟାଶୀଳତାକୁ ମଧ୍ୟ ପରିବର୍ତ୍ତିତ କରିପାରୁଥିବା ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଫଳରେ ଏହାକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବିଶେଷ ସଫଳ ହୋଇପାରୁନାହିଁ। ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିବାକୁ ଅସମର୍ଥ ହେଉଛି। ଅର୍ଥାତ୍‌ ଶରୀରରେ ଥିବା ଆଣ୍ଟିବଡ଼ି କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି। ସେହିପରି ଜାପାନରେ ଏହାକୁ ରୋକିବା ଲାଗି ବ୍ୟବହାର କରାଯାଇଥିବା ଔଷଧ ଚାଇନା, ଇଟାଲି, ଆମେରିକାରେ ଉପଯୋଗୀ ସାବସ୍ତ୍ୟ ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri