କରୋନା ଆକ୍ରାନ୍ତଙ୍କ ଲୁହରୁ ହେବ ସଂକ୍ରମଣ

ନୂଆଦିଲ୍ଲୀ,୨।୮: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଗବେଷଣା କରାଯାଉଛି। ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍‌ ସଂକ୍ରମଣ ପଜିଟିଭ୍‌ ଆକ୍ରାନ୍ତଙ୍କ ଲୁହରୁ ମଧ୍ୟ ବ୍ୟାପିପାରେ। ଏହି ଅଧ୍ୟୟନ ପଞ୍ଜାବ ଅମୃତସରର ଏକ ସରକାରୀ ମେଡିକାଲ କଲେଜ ଦ୍ୱାରା କରାଯାଇଛି। ୧୨୦ ରୋଗୀଙ୍କ ନମୁନା ନେଇ ଏହି ପରୀକ୍ଷା କରାଯାଇଥିଲା। ତେବେ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, କରୋନାର ଅଧିକାଂଶ ସଂକ୍ରମଣ ନିଶ୍ୱାସ ପ୍ରଶ୍ୱାସରେ ହୋଇଥାଏ। ସୂଚନାଯୋଗ୍ୟ, ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ୧୨୦ କରୋନା ଆକ୍ରାନ୍ତଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ରୋଗୀଙ୍କ ମଧ୍ୟରୁ ୬୦ଜଣଙ୍କର ଲୁହ ଦ୍ୱାରା ଅନ୍ୟମାନଙ୍କ ଶରୀରରେ ସଂକ୍ରମଣ ବ୍ୟାପିଥିଲା। କିନ୍ତୁ ଅନ୍ୟ ୬୦ଜଣ ରୋଗୀଙ୍କ ମଧ୍ୟରେ ଏହା ଦେଖିବାକୁ ମିଳି ନ ଥିଲା। ଅନୁସନ୍ଧାନକାରୀମାନେ ୪୧ରୋଗୀଙ୍କ ମଧ୍ୟରେ କଞ୍ଜୁକ୍ଟିଭାଲ ହାଇପରମିଆ, ୩୮ଜଣଙ୍କ ମଧ୍ୟରେ ଫୋଲିକ୍ୟୁଲାର୍‌ ପ୍ରତିକ୍ରିୟା, ୩୫ଜଣଙ୍କ ମଧ୍ୟରେ କେମୋସିସ୍‌, ୨୦ଜଣ ରୋଗୀଙ୍କ ମଧ୍ୟରେ ମ୍ୟୁକୋଇଡ୍‌ ଡିସଚାର୍ଜ ଏବଂ ୧୧ଜଣଙ୍କଠାରେ କୁଣ୍ଡେଇ ହେବା ସମସ୍ୟା ଦେଖାଦେଇଥିଲା। ଓକ୍ୟୁଲାର ଲକ୍ଷଣ ଥିବା ପ୍ରାୟ ୩୭ ପ୍ରତିଶତ ରୋଗୀଙ୍କର ମଧ୍ୟମ କୋଭିଡ-୧୯ ସଂକ୍ରମଣ ଥିଲା ଏବଂ ଅବଶିଷ୍ଟ ୬୩ପ୍ରତିଶତ ଜଣଙ୍କଠାରେ କରୋନାର ଗୁରୁତର ଲକ୍ଷଣ ରହିଥିଲା। ରିପୋର୍ଟ ଅନୁଯାୟୀ, ପ୍ରାୟ ୧୭.୫ପ୍ରତିଶତ ରୋଗୀଙ୍କର ଲୁହର ଆରଟି ପିସିଆର ପରୀକ୍ଷା କରାଯାଇଥିଲା। ଆଉ ରିପୋର୍ଟରେ ସେମାନଙ୍କର କରୋନା ପଜିଟିଭ ବାହାରିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମାନ ଉପକୂଳରେ ବାଣିଜି୍ୟକ ଜାହାଜ ଉପରେ ଆମେରିକାର ଆକ୍ରମଣ: ୨ ଭାରତୀୟ ନାବିକ ମୃତ, ଚିଫ୍‌ ଇଞ୍ଜିନିୟର ନିଖୋଜ

ନୂଆଦିଲ୍ଲୀ,୧୧।୬: ଷ୍ଟ୍ରେଟ ଅଫ ହର୍ମୁଜ ନିକଟ ଓମାନ ଉପକୂଳରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଇ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri