କରୋନାକୁ ନେଇ ଶଙ୍କା ବଢୁଛି

ଜଗତ୍‌ସିଂହପୁର ଅଫିସ, ୧୯।୩: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣ ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି। ଏ ପରିସ୍ଥିତିରେ ପ୍ରତ୍ୟହ ବିଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ଆଗମନ ଚିନ୍ତାର କାରଣ ହେଉଛି। ଏହା ମଧ୍ୟରେ ଜଗତ୍‌ସିଂହପୁର ଜିଲାର ୨୮ ଜଣ ବିଦେଶରୁ ଫେରିଥିବା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ ଦୁବାଇରୁ ଫେରିଛନ୍ତି। ଅନ୍ୟଦେଶ ଯଥା କାନାଡ଼ାରୁ ୧, ଜାକର୍ତ୍ତା ୨, ଭାରେନ ୧, ଜର୍ମାନୀ ୧, ସିଓଲ ୩, ସାଉଦୀ ଆରବ ୩, ବାଙ୍ଗଲାଦେଶ ୨, ସାଉଥକୋରିଆ ୧ ଓ ପାରିସ୍‌ରୁ ଜଣେ ଫେରିଛନ୍ତି। ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅନ୍ୟ ୨ ଜଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସମ୍ଭବ ହୋଇନାହିଁ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ବ୍ଲକ ଅଧୀନ ବାଲିକୁଦାର ଜଣେ ଯୁବକ କାନାଡ଼ାରୁ ଆମେରିକା ଓ ସିଙ୍ଗାପୁର ଦେଇ ଭାରତରେ ପହଞ୍ଚତ୍ଥିଲେ। ତାଙ୍କୁ ଗତ ୨୮ ତାରିଖରୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି। ସେହିପରି ରଘୁନାଥପୁରର ଅନ୍ୟ ଜଣେ ଯୁବକ ଦୁବାଇରୁ ଫେରିଲା ପରେ ଗତ ୫ ତାରିଖରୁ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏହି ବ୍ଲକ ଅନ୍ତର୍ଗତ ବରୀ, ପାଟେଣିଗାଁ ଓ ଧନୀପୁରର ୩ ଜଣ ଯୁବକ ପୃଥକ୍‌ ଭାବେ ଯଥାକ୍ରମେ ଦୁବାଇ ଓ ପାରିସ୍‌ରୁ ଫେରିଛନ୍ତି। ସେମାନେ ଯଥାକ୍ରମେ ଗତ ୬, ୭ ଓ ୧୪ ତାରିଖରୁ ଅଲଗା ଭାବେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ବାଲିକୁଦା ବ୍ଲକ ଗାଡେଇଗିରି ଅଞ୍ଚଳର ଏକ ଧାର୍ମିକ ଅନୁଷ୍ଠାନର ୨ ଜଣ ଯୁବକ ଜାକର୍ତ୍ତାରୁ ଫେରି ଗତ ୧୧ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ବାଲିକୁଦା ଅଞ୍ଚଳର ଅନ୍ୟ ୨ ଜଣ ସନ୍ଦିଗ୍ଧଙ୍କ ଠିକଣା ଗତ ୪ ତାରିଖରୁ ଚିହ୍ନଟ ହୋଇପାରିନି। ଏହି ବ୍ଲକ ଅଞ୍ଜିରାର ଜଣେ ଓ କୋସିଦାର ଜଣେ ପୃଥକ ଭାବେ ସାଉଥ କୋରିଆ ଓ ଦୁବାଇରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗତ ୭ ଓ ଅନ୍ୟଜଣକ ୧୦ ତାରିଖରୁ ହୋମ୍‌ ଆଇସୋଲେଶନ ରହିଛନ୍ତି। ବାଇଶିମଉଜାର ଜଣେ ଦୁବାଇରୁ ଫେରି ହୋମ୍‌ ଆଇସୋଲେଶନ ରହିଥିଲେ ସୁଦ୍ଧା ତାଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ। ଜଗତ୍‌ସିଂହପୁର ମଣ୍ଡାସାହିର ଜଣେ ଯୁବତୀ ଗତ ଜାନୁୟାରୀ ୪ ତାରିଖରୁ ଆଇସୋଲେଶନରେ ଥିବା କୁହାଯାଉଥିଲେ ସୁଦ୍ଧା ବାସ୍ତବରେ ସେ କେଉଁଠୁ ଫେରିଥିଲେ ତାହା ଜଣାପଡ଼ିନାହିଁ। ମଣ୍ଡାସାହି ଜାହାନପୁରର ଜଣେ ମହିଳା, ପୁରୁଷ ଓ ଶିଶୁକନ୍ୟା ସିଓଲରୁ ଫେରି ଗତମାସ ୨୯ ତାରିଖରୁ ଆଇସୋଲେଶନ୍‌ରେ ରହିଛନ୍ତି। ସେହିପରି ମଣ୍ଡାସାହି ମୁଣ୍ଡିଲୋର ଜଣେ ମହିଳା ଓ ଶିଶୁପୁତ୍ର ସାଉଦୀ ଆରବରୁ ଫେରି ଗତ ୧୪ ତାରିଖରୁ ହୋମ୍‌ ଆଇସୋଲେଶନରେ ଅଛନ୍ତି। କୁଜଙ୍ଗ ମଲ୍ଲାସାହି ଓ ପୋତାନଈର ୨ ଯୁବକ ଭାରେନରୁ ଫେରି ଗତ ୪ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏହି ବ୍ଲକ ମୁସାଡିଆର ୨ ଜଣ ମହିଳା ବଙ୍ଗଳାଦେଶରୁ ଫେରି ଗତ ୧୪ ତାରିଖରୁ ନିଜ ଘରେ ଅଲଗା ଭାବେ ରହୁଛନ୍ତି। ନାଉଗାଁ ବେଣାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଜର୍ମାନୀରୁ ଫେରି ଗତମାସ ୫ ତାରିଖରୁ ହୋମ୍‌ ଆଇସୋଲେଶନ ରହିଥିଲେ।
ସେ ଗତ ୧୪ ତାରିଖରେ ପୁଣି ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି। ଜଗତ୍‌ସିଂହପୁର ସଭାମୂଳ ଅଞ୍ଚଳର ଜଣେ ବ୍ୟକ୍ତି ଦୁବାଇରୁ ଫେରି ଗତ ୪ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଅନ୍ୟ ୨ ଜଣ ଦୁବାଇରୁ ଫେରି ହୋମ୍‌ ଆଇସୋଲେଶନରେ ରହିଛନ୍ତି। ତେବେ ଆଇସୋଲେଶନରେ ଥିବା ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଆଇସୋଲେଶନ ସମୟ ଅତିକ୍ରାନ୍ତ ହୋଇଗଲେ ସେମାନେ ସ୍ବାଭାବିକ ଭାବେ ବୁଲାଚଲା କରିପାରିବେ। ତେଣୁ କେହି ଭୟଭୀତ ହେବାର ନାହିଁ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସନ୍ଦିଗ୍ଧମାନଙ୍କ ମଧ୍ୟରୁ ୪ ଜଣ ୨୦ ଦିନ ହୋମ୍‌ ଆଇସୋଲେଶନରେ ରହି ସାରିଲେଣି। କିନ୍ତୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଜିଲାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri