କରୋନାକୁ ନେଇ ଶଙ୍କା ବଢୁଛି

ଜଗତ୍‌ସିଂହପୁର ଅଫିସ, ୧୯।୩: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣ ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି। ଏ ପରିସ୍ଥିତିରେ ପ୍ରତ୍ୟହ ବିଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ଆଗମନ ଚିନ୍ତାର କାରଣ ହେଉଛି। ଏହା ମଧ୍ୟରେ ଜଗତ୍‌ସିଂହପୁର ଜିଲାର ୨୮ ଜଣ ବିଦେଶରୁ ଫେରିଥିବା ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ ଦୁବାଇରୁ ଫେରିଛନ୍ତି। ଅନ୍ୟଦେଶ ଯଥା କାନାଡ଼ାରୁ ୧, ଜାକର୍ତ୍ତା ୨, ଭାରେନ ୧, ଜର୍ମାନୀ ୧, ସିଓଲ ୩, ସାଉଦୀ ଆରବ ୩, ବାଙ୍ଗଲାଦେଶ ୨, ସାଉଥକୋରିଆ ୧ ଓ ପାରିସ୍‌ରୁ ଜଣେ ଫେରିଛନ୍ତି। ଅନ୍ୟ ୪ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅନ୍ୟ ୨ ଜଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସମ୍ଭବ ହୋଇନାହିଁ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ବ୍ଲକ ଅଧୀନ ବାଲିକୁଦାର ଜଣେ ଯୁବକ କାନାଡ଼ାରୁ ଆମେରିକା ଓ ସିଙ୍ଗାପୁର ଦେଇ ଭାରତରେ ପହଞ୍ଚତ୍ଥିଲେ। ତାଙ୍କୁ ଗତ ୨୮ ତାରିଖରୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି। ସେହିପରି ରଘୁନାଥପୁରର ଅନ୍ୟ ଜଣେ ଯୁବକ ଦୁବାଇରୁ ଫେରିଲା ପରେ ଗତ ୫ ତାରିଖରୁ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏହି ବ୍ଲକ ଅନ୍ତର୍ଗତ ବରୀ, ପାଟେଣିଗାଁ ଓ ଧନୀପୁରର ୩ ଜଣ ଯୁବକ ପୃଥକ୍‌ ଭାବେ ଯଥାକ୍ରମେ ଦୁବାଇ ଓ ପାରିସ୍‌ରୁ ଫେରିଛନ୍ତି। ସେମାନେ ଯଥାକ୍ରମେ ଗତ ୬, ୭ ଓ ୧୪ ତାରିଖରୁ ଅଲଗା ଭାବେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ବାଲିକୁଦା ବ୍ଲକ ଗାଡେଇଗିରି ଅଞ୍ଚଳର ଏକ ଧାର୍ମିକ ଅନୁଷ୍ଠାନର ୨ ଜଣ ଯୁବକ ଜାକର୍ତ୍ତାରୁ ଫେରି ଗତ ୧୧ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ବାଲିକୁଦା ଅଞ୍ଚଳର ଅନ୍ୟ ୨ ଜଣ ସନ୍ଦିଗ୍ଧଙ୍କ ଠିକଣା ଗତ ୪ ତାରିଖରୁ ଚିହ୍ନଟ ହୋଇପାରିନି। ଏହି ବ୍ଲକ ଅଞ୍ଜିରାର ଜଣେ ଓ କୋସିଦାର ଜଣେ ପୃଥକ ଭାବେ ସାଉଥ କୋରିଆ ଓ ଦୁବାଇରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗତ ୭ ଓ ଅନ୍ୟଜଣକ ୧୦ ତାରିଖରୁ ହୋମ୍‌ ଆଇସୋଲେଶନ ରହିଛନ୍ତି। ବାଇଶିମଉଜାର ଜଣେ ଦୁବାଇରୁ ଫେରି ହୋମ୍‌ ଆଇସୋଲେଶନ ରହିଥିଲେ ସୁଦ୍ଧା ତାଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ। ଜଗତ୍‌ସିଂହପୁର ମଣ୍ଡାସାହିର ଜଣେ ଯୁବତୀ ଗତ ଜାନୁୟାରୀ ୪ ତାରିଖରୁ ଆଇସୋଲେଶନରେ ଥିବା କୁହାଯାଉଥିଲେ ସୁଦ୍ଧା ବାସ୍ତବରେ ସେ କେଉଁଠୁ ଫେରିଥିଲେ ତାହା ଜଣାପଡ଼ିନାହିଁ। ମଣ୍ଡାସାହି ଜାହାନପୁରର ଜଣେ ମହିଳା, ପୁରୁଷ ଓ ଶିଶୁକନ୍ୟା ସିଓଲରୁ ଫେରି ଗତମାସ ୨୯ ତାରିଖରୁ ଆଇସୋଲେଶନ୍‌ରେ ରହିଛନ୍ତି। ସେହିପରି ମଣ୍ଡାସାହି ମୁଣ୍ଡିଲୋର ଜଣେ ମହିଳା ଓ ଶିଶୁପୁତ୍ର ସାଉଦୀ ଆରବରୁ ଫେରି ଗତ ୧୪ ତାରିଖରୁ ହୋମ୍‌ ଆଇସୋଲେଶନରେ ଅଛନ୍ତି। କୁଜଙ୍ଗ ମଲ୍ଲାସାହି ଓ ପୋତାନଈର ୨ ଯୁବକ ଭାରେନରୁ ଫେରି ଗତ ୪ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏହି ବ୍ଲକ ମୁସାଡିଆର ୨ ଜଣ ମହିଳା ବଙ୍ଗଳାଦେଶରୁ ଫେରି ଗତ ୧୪ ତାରିଖରୁ ନିଜ ଘରେ ଅଲଗା ଭାବେ ରହୁଛନ୍ତି। ନାଉଗାଁ ବେଣାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଜର୍ମାନୀରୁ ଫେରି ଗତମାସ ୫ ତାରିଖରୁ ହୋମ୍‌ ଆଇସୋଲେଶନ ରହିଥିଲେ।
ସେ ଗତ ୧୪ ତାରିଖରେ ପୁଣି ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି। ଜଗତ୍‌ସିଂହପୁର ସଭାମୂଳ ଅଞ୍ଚଳର ଜଣେ ବ୍ୟକ୍ତି ଦୁବାଇରୁ ଫେରି ଗତ ୪ ତାରିଖରୁ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଅନ୍ୟ ୨ ଜଣ ଦୁବାଇରୁ ଫେରି ହୋମ୍‌ ଆଇସୋଲେଶନରେ ରହିଛନ୍ତି। ତେବେ ଆଇସୋଲେଶନରେ ଥିବା ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଆଇସୋଲେଶନ ସମୟ ଅତିକ୍ରାନ୍ତ ହୋଇଗଲେ ସେମାନେ ସ୍ବାଭାବିକ ଭାବେ ବୁଲାଚଲା କରିପାରିବେ। ତେଣୁ କେହି ଭୟଭୀତ ହେବାର ନାହିଁ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସନ୍ଦିଗ୍ଧମାନଙ୍କ ମଧ୍ୟରୁ ୪ ଜଣ ୨୦ ଦିନ ହୋମ୍‌ ଆଇସୋଲେଶନରେ ରହି ସାରିଲେଣି। କିନ୍ତୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଜିଲାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri