କମାରଶାଳର ରାଣୀ: ପରିବାର ପାଇଁ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ନିମାପଡ଼ାର ସୁନୀତା

ଯେଉଁଠି କମାରଶାଳରେ କାମ କରିବା ପରି ଏକ କଷ୍ଟ କାମ ପ୍ରତି ପୁଅମାନେ ବୀତସ୍ପୃହ ହେଲେଣି। ସେଠାରେ ଝିଅଟିଏ ହୋଇବି ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ ଆପଣେଇ ପରିବାର ଚଳାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି…
ଆଜିକାଲି ଗଁାଗଣ୍ଡାରେ ଜଳୁନାହିଁ ଆଉ କମାରମାନଙ୍କ ଶାଳର ନିଆଁ କି ଶୁଭୁନାହିଁ ଲୁହା ସାମଗ୍ରୀ ତିଆରି ଆଉ ପଜିଆ ଯିବାର ଠକ୍‌ ଠକ୍‌ ଶବ୍ଦ । ଆଜିର କମାର ଘରର ପିଲାମାନେ ଆଉ ନିଅଁା ଓ ଲୁହା ସହ ଯୁଝୁନାହାନ୍ତି । ହଜିଗଲାଣି କମାରଶାଳର କୌଳିକ ବୃତ୍ତି । ହେଲେ ସେହି କୌଳିକ ବୃତ୍ତିକୁ ଆପଣେଇ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ନିମାପଡ଼ାର ଝିଅ ସୁନୀତା ଓଝା। ବୟସ ୨୭। ନିମାପଡ଼ା ବ୍ଲକ ଅନ୍ତର୍ଗତ ଭିଲି ଗ୍ରାମପଞ୍ଚାୟତର ବିଷ୍ଣୁପୁର ଗାଁରେ ଘର। ବାପା ଶ୍ରୀଧର ଓଝା, ମାଆ ବିଳାସିନୀ ମହାରଣାଙ୍କ ସାନଝିଅ ସୁନୀତା ନିଜ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି । ନିଜ ଘରେ କେହି ପୁତ୍ର ସନ୍ତାନ ନ ଥିବାରୁ ତାଙ୍କ କୋମଳ କାନ୍ଧରେ ଏବେ ପରିବାରର ବୋଝ । ବାପା ଶ୍ରୀଧରଙ୍କ ବୟସ ଏବେ ୬୫ ।

ବାର୍ଦ୍ଧକ୍ୟଜନିତ କାରଣରୁ ଏବେ ସେ କମାରଶାଳ କାମ କରିପାରୁନାହାନ୍ତି । ଫଳରେ ପରିବାର ଚଳିବା ଏବେ କଷ୍ଟକର ହୋଇପଡ଼ିଛି । ଘରେ ବୃଦ୍ଧ ବାପା, ମାଆ ଓ ବଡ ଭଉଣୀର ଦୁଇ ଝିଅଙ୍କ ସହ ସୁନୀତା ଘରେ ୫ ପ୍ରାଣୀ କୁଟୁମ୍ବ ।
ବୃଦ୍ଧ ବାପାଙ୍କ ମୁଣ୍ଡରୁ ପରିବାରର ବୋଝକୁ ଓହ୍ଲାଇଦେଇ ନିଜେ ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି । ନିଅଁା ଓ ଲୁହା ସହ ଦୈନିକ ଯୁଝି ଚାଲିଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ତାଙ୍କର କଅଁଳ କାନ୍ଧରେ ବୋହିଚାଲିଛନ୍ତି ପରିବାର ବୋଝ । କମାରଶାଳରେ ବିତୁଛି ସୁନୀତାଙ୍କ ଜୀବନ  ଦଶମ ଶ୍ରେଣୀଯାଏ ପଢ଼ିଥିବା ସୁନୀତା ପ୍ରାୟ ୭/୮ ବର୍ଷ ହେବ କମାରଶାଳରେ କାମ କରୁଛନ୍ତି। ଭୋର ୫ଟାରୁ ଉଠି ନିତ୍ୟକର୍ମ ସାରି ଜଳଖିଆ ତିଆରି କରନ୍ତି। ମା’ ସ୍କୁଲକୁ ରୋଷେଇ ପାଇଁ ଯାଆନ୍ତି। ତା’ପରେ ଆରମ୍ଭ ହୁଏ କମାରଶାଳରେ କାମ। ଦିନ ୧୨ଟା ଯାଏ ଚାଲେ ଏହି କାମ। ତା’ପରେ ରୋଷେଇ ସହିତ ଟେଲରିଂ କାମ ବି କରନ୍ତି। ୭/୮ଟି ଛେଳି ମଧ୍ୟ ରଖିଛନ୍ତି। ତାଙ୍କ ଦାୟିତ୍ୱ ବି ନିଅନ୍ତି। କାହା କଥାକୁ ଖାତିର ନ କରି ପରିବାରର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡିଛନ୍ତି। ବୃଦ୍ଧ ପିତାମାତାଙ୍କୁ ଖୁସିରେ ରଖିବା, ଛୋଟ ଛୋଟ ଦୁଇ ଝିଆରୀଙ୍କୁ ପାଠ ପଢ଼ାଇ ମଣିଷ କରିବା ହିଁ ତାଙ୍କର ସ୍ବପ୍ନ ଓ ଖୁସି ବୋଲି କୋହଭରା କଣ୍ଠରେ କହିଛନ୍ତି ସୁନୀତା । ନିମାପଡ଼ା ଗୋଲେଇ ଛକଠାରେ ବାପାଙ୍କ କମାରଶାଳରେ କାମ କରନ୍ତି ସୁନୀତା। କଟୁରି, ଦାଆ, କୋଦାଳ, କୁରାଢ଼ି, ପନିକି, କୋରଣା, ଶାବଳ ଆଦି ଶାଳରେ ତିଆରି କରି ବିକ୍ରି କରନ୍ତି ସୁନୀତା। ମାସିକ ୩/୪ ହଜାର ଟଙ୍କା ଏଥିରୁ ରୋଜଗାର ହୁଏ। ଏହି ସ୍ବଳ୍ପ ରୋଜଗାରରେ ଦୁଃଖକଷ୍ଟେ ଚଳନ୍ତି ସୁନୀତାଙ୍କ ପରିବାର। ହେଲେ ସରକାରୀ ସହାୟତା ତାଙ୍କ ପରିବାର ପାଇଁ ସାତସପନ ପାଲଟିଥିବା ଅତି ଦୁଃଖରେ କହିଛନ୍ତି ସେ। ଅଦ୍ୟାବଧି ତାଙ୍କ ବୃଦ୍ଧ ପିତାମାତାଙ୍କୁ ବାର୍ଦ୍ଧକ୍ୟଭତ୍ତା ମଧ୍ୟ ମିଳିପାରିନାହିଁ। ବିଜୁ ପକ୍କାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଖରାଏ ମିଳିପାରି ନ ଥିବା ଯୋଗୁ ଗଁା ଛାଡ଼ି ଏବେ ଗୋଲେଇ ଛକଠାରେ ଭଡ଼ା ନେଇଥିବା ଶାଳଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ପରିବାର ପାଇଁ ଜୀବନ ସହ ସଂଗ୍ରାମ କରିଚାଲିଛନ୍ତି ସେ। ଯଦି କୌଣସି ସରକାରୀ ସହାୟତା କି ପ୍ରୋତ୍ସାହନ ମିଳନ୍ତା, ତେବେ କମାରଶାଳକୁ ଆହୁରି ଟିକେ ଉନ୍ନତମାନର କରିବା ସହ ଟେଲରିଂ କାମକୁ ଆହୁରି ଆଗକୁ ବଢ଼ାଇପାରନ୍ତି ବୋଲି କହିଛନ୍ତି ସୁନୀତା। ସୁନୀତା ଆମ ପାଇଁ ଉଭୟ ପୁଅ ଓ ଝିଅ, ଆଉ ପରିବାରର ଭରସା ବୋଲି କୁହନ୍ତି ତାଙ୍କ ମାତାପିତା। ଗ୍ରାମବାସୀଙ୍କ ମତରେ ସୁନୀତା ପରି ସାହସୀ ଓ କର୍ମଠ ଝିଅ ଅନ୍ୟମାନଙ୍କ ପାଇଁ ଉଦାହରଣ।
– ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri