କବିତା ପାଠ କଲେ କୁନି କୁନି କବି

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନରେ କବି ପ୍ରଶାନ୍ତ ଦାସଙ୍କ ଶିଶୁ କବିତା ପୁସ୍ତକ ‘ବାବୁଲା ଭାରି ଚଗଲା’ ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସାମଗ୍ରିକ ଭାବେ ଉକ୍ତ ପୁସ୍ତକକୁ ଉନ୍ମୋଚିତ କରି କବିତାପାଠ କରିଥିଲେ।
ପ୍ରଜାପତି ଓ ପାହାନ୍ତିତାରା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶ୍ୱଜିତା ମହାପାତ୍ର, ଶ୍ୱେତାଲିସା ଶୁଭଦର୍ଶନୀ, ଭୈଷ୍ଣି ସ୍ବାଇଁ, ଅଙ୍କିତ ମିଶ୍ର, ହର୍ଶିତା ରାୟ ଦଳାଇ, ଦିଶିତା ପାତ୍ର, ଅକଥ ସିହ୍ନା, ଆର଼୍ୟା ପାଣିଗ୍ରାହୀ, ଅର୍ଚ୍ଚନା ପାଣିଗ୍ରାହୀ, ଶୈବିଲ ପାଣି ଓ ସାଇକ୍ରିଷ୍ଣା କର ପୁସ୍ତକକୁ ଉନ୍ମୋଚନ କରି ପୁସ୍ତକର କବିତା ପାଠ କରିବା ସହ ମତ ରଖିଥିଲେ। ରାଜ୍ୟର ପ୍ରତିଷ୍ଠିତ ଶିଶୁ ସାହିତି୍ୟକ ଓ ବାଲେଶ୍ୱର ଶିଶୁ ସାହିତ୍ୟ ଏକାଡ଼େମୀର ସମ୍ପାଦକ ବିନୟ ଦାସ ପୁସ୍ତକ ପୂଜନ କରିଥିଲେ। କବି ପ୍ରଶାନ୍ତ ଦାସ ଉତ୍ସବ ପରିଚାଳନା କରିଥିବାବେଳେ ସ୍ବତନ୍ତ୍ର ଅତିଥି ଭାବେ ପ୍ରକାଶକ କମଳ ଦାସ, ବରିଷ୍ଠ ଖବରଦାତା ଶଶିରଞ୍ଜନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାଜେଶ ଗିରି, ମୁରଲୀଧର ନାୟକ, ସନ୍ତୋଷ ଦାସ, ଡା. ଶାନ୍ତନୁ ଦାସ ପ୍ରମୁଖ ଯୋଗଦେଇ ଇଂରାଜୀ ମାଧ୍ୟମ ଛାତ୍ରୀଛାତ୍ରମାନେ ଆମ ଓଡ଼ିଆ କବିତା ପାଠ କରିବା ଆମ ଭାଷାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମତ ରଖିଥିଲେ। ବିଶେଷ ଅତିଥି ଭାବେ କବି ଉପତ୍ଳ ମହାନ୍ତି ଯୋଗଦେଇ କବି ପ୍ରଶାନ୍ତ ଦାସଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାହିତ୍ୟ ସୃଷ୍ଟିର ଇତିହାସ ବଖାଣିଥିଲେ। ଶେଷରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ‘ପ୍ରଜାପତି’ ଅନୁଷ୍ଠାନ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଉତ୍ସବ ପରିଚାଳନାରେ ପ୍ରଜାପତି ଅନୁଷ୍ଠାନର ରଶ୍ମିତା ଆଚାର୍ଯ୍ୟ, ଅମରଜିତ ଦାସ, ପ୍ରତିମା ତ୍ରିପାଠୀ, ସରସ୍ବତୀ ଭୋଇ, ବିପ୍ଳବ ଦାସ ଅଧିକାରୀ, ଅଙ୍କିତା ମିଶ୍ର ଓ ପାର୍ଥସାରଥୀ ସାହୁ ପ୍ରମୁକ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri