କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବ କରୋନା ଆକ୍ରାନ୍ତଦ୍ୱୟଙ୍କ ପରି ତୃତୀୟ ଜଣକ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ଥିଲେ ା ଟିକାବାଲି ବ୍ଲକ ଅଞ୍ଚଳର ଏହି ବ୍ୟକ୍ତି ଜଣକ କେରଳରୁ କିଛିଦିନ ପୂର୍ବେ ଘରକୁ ଆସିଥିଲେ ା ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିଲା ା ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି ା ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଦେଶର ୧୭ ରାଜ୍ୟରୁ ମୋଟ ୧୬୧୪ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କୁ ଜିଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୪୨ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରବାସୀ ଓଡ଼ିଆ ରହୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ବଳବତ୍ତର ରହିଛି। ଏଥିସହିତ ଜିଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହାର ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କୌଣସି ପ୍ରକାର ଗୁଜବକୁ ଆଧାର କରି ବିଚଳିତ କିମ୍ବା ଆତଙ୍କିତ ନ ହେବା ଏବଂ କୋଭିଡ୍‌ -୧୯ ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରିବାକୁ ଜିଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା: ଦେଲେ ଚେତାବନୀ, ଯଦି ରାଜ୍ୟ ସରକାର ଭତ୍ତା ଟଙ୍କା ପ୍ରଦାନ ନ କରନ୍ତି…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ…

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

ମିଳୁନି ଭତ୍ତା: ଅଭିଯୋଗ ଶୁଣାଣିବେଳେ ହଠାତ୍‌ ଭିତରେ ପଶି ହୋହଲ୍ଲା କଲେ ଭତ୍ତା ହିତାଧିକାରୀ, ତା’ପରେ…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri