କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଖଟି ଠାବ କରିବ ଡ୍ରୋନ୍‌

ଭୁବନେଶ୍ୱର,୧୫ା୪ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ରାଜଧାନୀର ୩ଟି ଅଞ୍ଚଳ ଯଥା ସତ୍ୟନଗର,ବମିଖାଲ ଓ ସୂର୍ଯ୍ୟନଗରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି। ଉକ୍ତ ୩ଟି ଅଞ୍ଚଳକୁ ସମ୍ପୂର୍ଣ୍ଣଭାବେ ସିଲ୍‌ କରାଯାଇଛି। କେହି ବାହାରୁ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଯାଉନାହାନ୍ତି କି ଭିତରୁ ବାହାରକୁ ଆସିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ କେତେକ ଅମାନିଆ ଖଟି କରିବା ସହ ତାସ୍‌ ଏବଂ ଅନ୍ୟ ଖେଳ ଖେଳୁଛନ୍ତି। ପୂର୍ବଭଳି ଅନେକ ଲୋକ ଘରେ ନ ରହି ବାହାରେ ବୁଲୁଥିବା ଖବର ପୋଲିସ ନିକଟକୁ ଆସିଛି। ଏହିସବୁ ଅଞ୍ଚଳ ଭିତରକୁ ପୋଲିସ ଯାଇପାରୁ ନ ଥିବାରୁ ସେମାନେ ଏଭଳି ମନଇଚ୍ଛା କାର୍ଯ୍ୟ କରି ବିପଦକୁ ଡାକି ଆଣୁଛନ୍ତି। ଉକ୍ତ ଅଞ୍ଚଳ ଉପରେ ନଜର ରଖିବାଲାଗି ପୋଲିସ ଏକ ଅଭିନବ ଉପାୟ ଆପଣାଇଛି। ୩ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ଡ୍ରୋନ୍‌ ଉଡ଼ାଇ ପାଟ୍ରୋଲିଂ କରାଯିବ। ମଙ୍ଗଳବାର ପୋଲିସ ପକ୍ଷରୁ ଏହି ୩ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଡ୍ରୋନ ଉଡ଼ାଯାଇଛି। ସନ୍ଧ୍ୟା ହେବାରୁ ଡ୍ରୋନ ପୂରା ଅଞ୍ଚଳ ପରିକ୍ରମା କରିପାରିନାହିଁ। ବୁଧବାର ୩ଟି ଅଞ୍ଚଳରେ ଦିନ ତମାମ ଡ୍ରୋନ ଉଡ଼ାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଡ୍ରୋନ ଉଡ଼ିବା ପରେ ସେଥିରେ କଏଦ ହେଉଥିବା ଫୁଟେଜକୁ ପୋଲିସ ପରବର୍ତ୍ତୀ ସମୟରେ ଯାଞ୍ଚ କରିବ। ଯେଉଁ ସ୍ଥାନରେ ଏକାଧିକ ଲୋକେ ଏକାଠି ହେଉଥିବାର ଦୃଶ୍ୟ ଜଣାପଡିବ, ସେହି ଅଞ୍ଚଳର ମୁରବିଙ୍କୁ ପୋଲିସ ଫୋନ୍‌ କରି ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯିବ। ଯଦି ତାଙ୍କ ନିର୍ଦ୍ଦେଶକୁ ଏହି ଅମାନିଆ ନ ମାନନ୍ତି ତେବେ ବାଧ୍ୟ ହୋଇ ପୋଲିସ ଉକ୍ତ କଣ୍ଟେନ୍‌ମେଣ୍ଟ ଜୋନ ଭିତରକୁ ଯାଇ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବ। କଣ୍ଟେନମେଣ୍ଟ ନ ହଟିବା ପର୍ଯ୍ୟନ୍ତ ଡ୍ରୋନ ଏଭଳି ପାଟ୍ରୋଲିଂ କରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?