କଡ଼ା ସୁରକ୍ଷା ମଧ୍ୟରେ କ୍ୱାରାଣ୍ଟାଇନ୍‌ରେ ରହିଲେ ୧୧୪ ଜଣ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ବିଳମ୍ବିତ ରାତିରେ ସୁରଟରୁ ଆସିଥିବା ଦୁଇଟି ବସ ଯୋଗେ ୧୧୪ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସମସ୍ତଙ୍କ ପରିଚୟ ଯାଞ୍ଚ ପରେ ଆଦର୍ଶ ବିଦ୍ୟାଳୟର ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତିଦିନ ଯାଞ୍ଚ କରାଯାଇ ପ୍ରତିଦିନ ସରକାରଙ୍କ ନିୟମ ଅନୁଯାୟୀ ଖାଦ୍ୟ ଓ ଜଳଖିଆ ଦିଆଯାଇ ଏପରି ୧୪ଦିନ ରଖାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ଉକ୍ତ କେନ୍ଦ୍ରରେ ଜଣେ ନୋଡାଲ ଅଧିକାରୀ ଭକ୍ତି ରଞ୍ଜନ ବେହେରାଙ୍କ ସମେତ ଜଣେ ସ୍ବାସ୍ଥ୍ୟକର୍ମୀ, ଜଣେ ଫାର୍ମାସିଷ୍ଟ, ଦୁଇଜଣ ଆଶା, ୪ଜଣ ପାଚିକା ସହାୟିକା,୧୦ଜଣ ସ୍ବେଚ୍ଛାସେବୀ,୫ଜଣ ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ସେବାରେ ଅଛନ୍ତି। ଶେରଗଡ଼ ପୋଲିସ ପକ୍ଷରୁ କିଛି ପୋଲିସ ଫୋର୍ସଙ୍କ ସହାୟତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚାୟତ ନୋଡାଲ ଅଧିକାରୀ, ବିଡିଓ ତହସିଲଦାର, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ରାତିରେ ସେମାନଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ। ଉକ୍ତ ପରିବେଶକୁ ପ୍ରତିଦିନ ସଫା ରଖିବା, ପିଇବା ପାଣି ମହଜୁଦ କରାଯାଇଛି। ଉକ୍ତ ୧୧୪ଜଣ ମଧ୍ୟରେ ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ଅଞ୍ଚଳର ୪୦ଜଣ ଥିବା ବେଳେ ବଳକା ଅନ୍ୟ ବ୍ଲକ ଅଞ୍ଚଳର ଅଛନ୍ତି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ଆଇସୋଲେଶନ ସେଣ୍ଟରରେ ରହୁଥିବା ବ୍ୟକ୍ତିମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଯଦି ଏମାନଙ୍କ ମଧ୍ୟରେ କେହି ଆକ୍ରାନ୍ତ ହୁଅନ୍ତି ତେବେ ସମସ୍ତଙ୍କୁ ପୁଣି ପରୀକ୍ଷା କରାଯାଇ ୧୪ଦିନ ପରେ ଛଡ଼ାଯିବ ବୋଲି ପ୍ରଶାସନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri