କଟକରେ ୩ ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ୭୨ ଘଣ୍ଟା ପରେ ବି ଅନ୍ଧାରରେ ପୋଲିସ, ଲୋକେ ଭୟଭୀତ

କଟକ ଅଫିସ,୨୮।୭: କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣ ଦିନମଜୁରିଆଙ୍କ ଗଳାକାଟି ହତ୍ୟା କରାଯିବା ଘଟଣାକୁ ଇତିମଧ୍ୟରେ ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇବା ତ ଦୂରର କଥା ପୋଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଉଛି। ଠିକ୍‌ ଭାବେ ତଦନ୍ତ କରାଯାଉ ନ ଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ରହୁଥିବା କଟକ ସହର ଏବେ ରାତି ୧୦ ହେବା ବେଳକୁ ଏକପ୍ରକାର ଶୂନଶାନ। ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ଅଭିଯୁକ୍ତଙ୍କୁ କେବଳ ବିଭିନ୍ନ କାଳ୍ପନିକ ରୂପ ଦିଆଯାଉଛି। ପୋଲିସ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସନ୍ଦେହରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ହତ୍ୟା ଘଟଣାର ବିଭିନ୍ନ ଦିଗକୁ ନଜର ପକାଇଲେ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସାଇକୋ କିଲର ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ଏହା କାଣ୍ଡ ବୋଲି ପୋଲିସ କହୁଥିବାବେଳେ ବେଶ୍‌ ସତର୍କତାର ସହ ହୋଇଥିବା ଏହି ସିରିଏଲ ହତ୍ୟା କିନ୍ତୁ ଅନ୍ୟ କିଛି ଇଙ୍ଗିତ କରୁଛି।

ସୂଚନାଯୋଗ୍ୟ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଦୁର୍ଗାମଣ୍ଡପ ପାଖ ଗଳିରୁ ମଙ୍ଗଳବାର ସକାଳେ ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଉଳପୁର ଅଞ୍ଚଳର କୋଦଣ୍ଡ ରାଉତ ଓରଫ କାଳିଆ (୫୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ସେଠାରେ ପକାଇ ଦେଇଥିଲେ।
ସେହିପରି ବୁଧବାର ଭୋର ସାଢ଼େ ୫ଟାରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଏସ୍‌ସିବି ମେଡିକାଲ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ପଡିଥିଲେ। କେହି ଦୁର୍ବୃତ୍ତ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ପରେ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବୁଧବାର ସକାଳ ୭ଟାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମ୍‌ପି ସ୍ଥିତ ଶିଶୁ ଉଦ୍ୟାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟାକରିବା ପରେ ସେଠାରେ ପକାଇ ଦେଇଥିଲେ।
ଏହି ଘଟଣାରେ ଦୁଇ ମୃତବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ମେଡ଼ିକାଲ ହୃଦ୍‌ରୋଗ ବିଭାଗରୁ ଓଏମ୍‌ପି ଛକରେ ଘଟିଥିବା ହତ୍ୟାକାଣ୍ଡ ସ୍ଥଳର ଦୂରତା ଅତିକମ୍‌ରେ ୪ କିମି ହେବ। ଉକ୍ତ ଦୁଇସ୍ଥାନ ମଧ୍ୟରେ ଅନେକ ନିରାଶ୍ରୟ ବ୍ୟକ୍ତି ରାସ୍ତା କଡ଼ରେ ଆଶ୍ରୟ ନେଉଛନ୍ତି। ରାଣୀହାଟ-ମଙ୍ଗଳାବାଗ-ଓଏମ୍‌ପି ରୋଡରେ ସମାନ ଢଙ୍ଗରେ ହତ୍ୟା କରିବା ପଛରେ ଅନ୍ୟ କିଛି ବି କାରଣ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।
ଅଭିଯୁକ୍ତ ମାନସିକ ବିକାରଗ୍ରସ୍ତ ନା ନିଶାଗ୍ରସ୍ତ
ଗତ ଏକ ସପ୍ତାହ ମଧ୍ୟରେ ଗଞ୍ଜେଇ ବିକ୍ରି ହେଉଥିବା ଦୋକାନଗୁଡ଼ିକ ଉପରେ ପୋଲିସ ଜୋରଦାର ଚଢ଼ାଉ କରିଥିଲା। ଏହାଦେଖି ବ୍ୟବସାୟୀମାନେ ମଦ ଦୋକାନଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବନ୍ଦ କରି ଦେଉଥିଲେ। କଟକର ଏକ ସ୍ଥାନରେ ଗଞ୍ଜେଇ ଓ ବ୍ରାଉନସୁଗାର ବ୍ୟବସାୟ ବେଧଡ଼କ ଭାବେ ଚାଲିଥିଲା। ହେଲେ କିଛିଦିନ ହେବ ଉକ୍ତ ସ୍ଥାନରେ ପୋଲିସ ପିସିଆର ଜଗି ରହିବା ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ନିଶାସେବନ ନ କରି ପାରି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନାଥାଉ କି, ବ୍ରାଉନସୁଗାର, ଗଞ୍ଜେଇ ବିକ୍ରି ହେଉଥିବା ସ୍ଥାନ ଏହି ୩ ହତ୍ୟାକାଣ୍ଡ ଅଞ୍ଚଳ ମଧ୍ୟରେ ରହିଛି।
ଏ ନେଇ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ଉକ୍ତ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?