କଟକରେ ୩ ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ୭୨ ଘଣ୍ଟା ପରେ ବି ଅନ୍ଧାରରେ ପୋଲିସ, ଲୋକେ ଭୟଭୀତ

କଟକ ଅଫିସ,୨୮।୭: କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣ ଦିନମଜୁରିଆଙ୍କ ଗଳାକାଟି ହତ୍ୟା କରାଯିବା ଘଟଣାକୁ ଇତିମଧ୍ୟରେ ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇବା ତ ଦୂରର କଥା ପୋଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଉଛି। ଠିକ୍‌ ଭାବେ ତଦନ୍ତ କରାଯାଉ ନ ଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଳମ୍ବ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ରହୁଥିବା କଟକ ସହର ଏବେ ରାତି ୧୦ ହେବା ବେଳକୁ ଏକପ୍ରକାର ଶୂନଶାନ। ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ଅଭିଯୁକ୍ତଙ୍କୁ କେବଳ ବିଭିନ୍ନ କାଳ୍ପନିକ ରୂପ ଦିଆଯାଉଛି। ପୋଲିସ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସନ୍ଦେହରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ହତ୍ୟା ଘଟଣାର ବିଭିନ୍ନ ଦିଗକୁ ନଜର ପକାଇଲେ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସାଇକୋ କିଲର ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ଏହା କାଣ୍ଡ ବୋଲି ପୋଲିସ କହୁଥିବାବେଳେ ବେଶ୍‌ ସତର୍କତାର ସହ ହୋଇଥିବା ଏହି ସିରିଏଲ ହତ୍ୟା କିନ୍ତୁ ଅନ୍ୟ କିଛି ଇଙ୍ଗିତ କରୁଛି।

ସୂଚନାଯୋଗ୍ୟ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଦୁର୍ଗାମଣ୍ଡପ ପାଖ ଗଳିରୁ ମଙ୍ଗଳବାର ସକାଳେ ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଉଳପୁର ଅଞ୍ଚଳର କୋଦଣ୍ଡ ରାଉତ ଓରଫ କାଳିଆ (୫୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ସେଠାରେ ପକାଇ ଦେଇଥିଲେ।
ସେହିପରି ବୁଧବାର ଭୋର ସାଢ଼େ ୫ଟାରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଏସ୍‌ସିବି ମେଡିକାଲ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ପଡିଥିଲେ। କେହି ଦୁର୍ବୃତ୍ତ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ପରେ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବୁଧବାର ସକାଳ ୭ଟାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମ୍‌ପି ସ୍ଥିତ ଶିଶୁ ଉଦ୍ୟାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। କେହି ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ୟାକରିବା ପରେ ସେଠାରେ ପକାଇ ଦେଇଥିଲେ।
ଏହି ଘଟଣାରେ ଦୁଇ ମୃତବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ମେଡ଼ିକାଲ ହୃଦ୍‌ରୋଗ ବିଭାଗରୁ ଓଏମ୍‌ପି ଛକରେ ଘଟିଥିବା ହତ୍ୟାକାଣ୍ଡ ସ୍ଥଳର ଦୂରତା ଅତିକମ୍‌ରେ ୪ କିମି ହେବ। ଉକ୍ତ ଦୁଇସ୍ଥାନ ମଧ୍ୟରେ ଅନେକ ନିରାଶ୍ରୟ ବ୍ୟକ୍ତି ରାସ୍ତା କଡ଼ରେ ଆଶ୍ରୟ ନେଉଛନ୍ତି। ରାଣୀହାଟ-ମଙ୍ଗଳାବାଗ-ଓଏମ୍‌ପି ରୋଡରେ ସମାନ ଢଙ୍ଗରେ ହତ୍ୟା କରିବା ପଛରେ ଅନ୍ୟ କିଛି ବି କାରଣ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।
ଅଭିଯୁକ୍ତ ମାନସିକ ବିକାରଗ୍ରସ୍ତ ନା ନିଶାଗ୍ରସ୍ତ
ଗତ ଏକ ସପ୍ତାହ ମଧ୍ୟରେ ଗଞ୍ଜେଇ ବିକ୍ରି ହେଉଥିବା ଦୋକାନଗୁଡ଼ିକ ଉପରେ ପୋଲିସ ଜୋରଦାର ଚଢ଼ାଉ କରିଥିଲା। ଏହାଦେଖି ବ୍ୟବସାୟୀମାନେ ମଦ ଦୋକାନଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବନ୍ଦ କରି ଦେଉଥିଲେ। କଟକର ଏକ ସ୍ଥାନରେ ଗଞ୍ଜେଇ ଓ ବ୍ରାଉନସୁଗାର ବ୍ୟବସାୟ ବେଧଡ଼କ ଭାବେ ଚାଲିଥିଲା। ହେଲେ କିଛିଦିନ ହେବ ଉକ୍ତ ସ୍ଥାନରେ ପୋଲିସ ପିସିଆର ଜଗି ରହିବା ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ନିଶାସେବନ ନ କରି ପାରି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନାଥାଉ କି, ବ୍ରାଉନସୁଗାର, ଗଞ୍ଜେଇ ବିକ୍ରି ହେଉଥିବା ସ୍ଥାନ ଏହି ୩ ହତ୍ୟାକାଣ୍ଡ ଅଞ୍ଚଳ ମଧ୍ୟରେ ରହିଛି।
ଏ ନେଇ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ଉକ୍ତ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri