ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ ସମଗ୍ର ଗାଁ ରେ ଆତଙ୍କ ପ୍ରକାଶ ପାଇଛି। ସୋମବାର ସକାଳେ କିଛି ବ୍ୟକ୍ତି ପୋଖରୀ ରେ ଗାଧୋଉଥିବା ବେଳେ ପାଣି ରେ ୪ ଟି କୁମ୍ଭୀର ଥିବା ଦେଖିଥିଲେ।ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ପୋଖରୀ ହିଡ ରେ ପହଞ୍ଚି କୁମ୍ଭୀର ଦେଖିଥିଲେ। ଗାଁ ର ଏକମାତ୍ର ପୋଖରୀ ଉପରେ ନିର୍ଭରଶୀଳ ଗ୍ରାମବାସୀ ପୋଖରୀ କୁ ଗାଧୋଇବା ଓ ଶୌଚ ପାଇଁ ଯିବାକୁ ଭୟ କରୁଥିବା ଜଣାପଡ଼ିଛି।ଖବର ପାଇ ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ ବିଷୋୟୀରତ୍ନ ,ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ସ୍ବାଇଁ,ଜଗନ୍ନାଥ ବାଡତ୍ୟା ପ୍ରମୁଖ ସନ୍ଧ୍ୟାରେ ଗାଁ ରେ ପହଞ୍ଚି ପୋଖରୀ କୁ ଅନୁଧ୍ୟାନ କରିଥିଲେ ମଧ୍ୟ କୁମ୍ଭୀର ଙ୍କ କୌଣସି ଗତିବିଧି ଜଣାପଡିନଥିଲା। ପରେ ବନ କର୍ମଚାରୀ ବୃନ୍ଦ ଗାଁ ରେ କୁମ୍ଭୀର ସମ୍ପର୍କରେ ସଚେତନତା କରିବା ସହ ପୋଖରୀ କୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।ଦିଗପହଣ୍ଡି ବ୍ଲକ ଖମାରୀ ଗାଁ  ପୋଖରୀ ରେ ନିନି ଗୌଡ଼ ନାମ୍ନି ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି। ଗତ ୨୦୨୩ ଫେବୃୟାରୀ ୨୨ ତାରିଖ  ଅପରାହ୍ନ ପ୍ରାୟ ୫ ଟାରେ ଦିଗପହଣ୍ଡି ବ୍ଲକ ଖମାରିଗାଁ ର ନିନି ଗୌଡ଼ ଗ୍ରାମର ସାଗର ପୋଖରୀ ତୁଠ ରେ ବସି ଲୁଗା ସଫା କରୁଥିବା ବେଳେ ଏକ କୁମ୍ଭୀର ତାଙ୍କ ବାମ ହାତ କୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା। ନିନି ପାଟି କରିବାରୁ ଆଖପାଖ ରେ ଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନି ଙ୍କୁ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଗତ ୨୦୨୩ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ଖମାରିଗାଁ ପଞ୍ଚାୟତ ସେବକ . ଟିକରପଡା ଗ୍ରାମ ନଦୀଗଣ୍ଡରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ  ଜଣେ ୫ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଗୈାଡଙ୍କ ମୃତ୍ୟୁ ହୋଇଥିଲା । କୁମ୍ଭୀର ତାଙ୍କୁ ପ୍ରାୟ ୨ କି. ମି ଯାଏଁ ପାଣିରେ ଟାଣି ନେଇଥିଲା। କିଛି ବର୍ଷ ପୂର୍ବେ ବାଲିଘାଇ ଗ୍ରାମର ରାଧାକୃଷ୍ଣ ବେହେରା ଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା।କୁମ୍ଭୀର କାମୁଡ଼ା ରେ ତାଙ୍କ ଡ଼ାହାଣ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେ ଏବେ ଦିବ୍ୟାଙ୍ଗ ଭାବେ ଚଳପ୍ରଚଳ ହେଉଛନ୍ତି। ୨୦୨୫ ଜୁଲାଇ ୨୩ ତାରିଖରେ ଖମାରି ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଗୌଡ଼ ଗାଁ ପଞ୍ଚାୟତ ଦାଉଣୀ ଗ୍ରାମର ଜଣେ ରାଜମିସ୍ତ୍ରୀ ଟୁକୁନା ବେହେରା ଙ୍କ ବାମ ଗୋଡ଼କୁ କୁମ୍ଭୀର ଟାଣି ନେଇଥିଲା। ସୌଭାଗ୍ଯବଶତଃ ଟୁକୁନା କୁମ୍ଭୀର ସହ ଲଢି ପାଣି ଭିତରୁ ଫେରି ଆସିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ବନ ବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ଅନୁସାରେ ଘୋଡାହାଡ ଡ଼୍ୟାମ ରେ ୯୫ ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡ ମାନଙ୍କରେ ୩୨ ଟି କୁମ୍ଭୀର ରହିଥିବା ବନବିଭାଗ ରେକର୍ଡ ରୁ ଜଣାପଡିଛି  । ଖୁବ ଶୀଘ୍ର ଘୋଡ଼ାହାଡ଼ ଡ଼୍ୟାମ  ସମେତ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ଥିବା ପୋଖରୀ ଓ ନଦୀଗଣ୍ଡରୁ କୁମ୍ଭୀର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର  କରାନଯାଏ ତେବେ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବା ସହ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲିଥିବା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?