ସିରିଜ୍‌ ଦୁର୍ଘଟଣା ଘଟାଇ ହେଉଥିଲେ ଫେରାର: ୩ ଯୁବକ, ଜଣେ ଯୁବତୀ ଅଟକ

ଖୋର୍ଦ୍ଧା ଅଫିସ,୨୮।୭: ମଉଜମସ୍ତିର ସୀମା ଟପିବା ଡାକି ଆଣିଛି ବିପତ୍ତି। ଫସିଛନ୍ତି ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ। ସିରିଜ୍‌ ଦୁର୍ଘଟଣା ଘଟାଇ କାରରେ ଫେରାର ହୋଇ ଯାଉଥିବା ଏହି ଯୁବତୀଯୁବକଙ୍କୁ ଭାଗ୍ୟ ସାଥ ଦେଇ ନ ଥିଲା। ଶନିବାର ଅପରାହ୍ନରେ କାରଟି ଦ୍ରୁତବେଗରେ ଯିବା ସମୟରେ ଖୋର୍ଦ୍ଧା ସହରର ଗୁରୁଜଙ୍ଗସ୍ଥିତ କୃଷି ବିଭାଗର ଫାର୍ମ ନିକଟସ୍ଥ ବିଲ ଭିତରକୁ ପଶି ଯାଇଥିଲା। ପିଛା କରୁଥିବା ଲୋକେ ବିଲ କାଦୁଅ ଭିତରେ ପଶି ଯବତୀଯୁବକଙ୍କୁ କାର ଭିତରୁ ଭିଡି ଆଣି ନିସ୍ତୁକ ମାଡ଼ ମାରିଥିଲେ। ତେବେ ବିଲ ଭିତରୁ ଆଣିବା ପରେ ଗୁରୁଜଙ୍ଗ ରାସ୍ତା ପ୍ରାୟ ୨୦ ମିନିଟ୍‌ ଧରି ଅବରୋଧ ହୋଇଯାଇଥିଲା। ସେଠାରେ କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ପ୍ରାପ୍ତ ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ ଏକ କାର (ନଂ. କେଏ ୦୩ ଏଇ ୬୬୮୩) ଯୋଗେ ଶନିବାର ନୟାଗଡ ଜିଲାର ସାତକୋଶିଆ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ସେଠାରୁ ବୁଲାବୁଲି କରି ଫେରୁଥିବାବେଳେ କଣ୍ଟିଲୋଠାରୁ ଖୋର୍ଦ୍ଧା ସଦର ମହକୁମା ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟାଇଥିଲେ। କଣ୍ଟିଲୋ, ବେଗୁନିଆ, ବାଘମାରୀ, ପୁବୁସାହି, ଖୋର୍ଦ୍ଧା ଅଞ୍ଚଳରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟାଇଥିଲେ ସୁଦ୍ଧା ନିକଟସ୍ଥ ଥାନାରେ ମଧ୍ୟ ଆତ୍ମସମର୍ପଣ କରି ନ ଥିଲେ। ସେମାନେ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାରେ ନ ଯାଇ ଖୋର୍ଦ୍ଧାରୁ ଗୁରୁଜଙ୍ଗ ରାସ୍ତାରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକେ କାରକୁ ପିଛା କରିବା ଛାଡି ନ ଥିଲେ। ତେଣୁ ଭୟରେ ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ କାରଟି ଗୁରୁଜଙ୍ଗସ୍ଥିତ କୃଷି ବିଭାଗର ଫାର୍ମରେ ଥିବା ବିଲ ଭିତରକୁ ପଶି ଯାଇଥିଲା। ହେଲେ କାରଟି ଓଲଟି ନ ଥିଲା। ଅନ୍ୟପକ୍ଷେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେବା ଦ୍ୱାରା ଧୀରେ ଧୀରେ କାରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। କାରଟିର କାଚ ଗୁଡିକ ଭାଙ୍ଗି ଯାଇଥିବା ବେଳେ ଆଗ ଚକ ଫାଟି ଯାଇଛି । ଦୁର୍ଘଟଣାରେ ନୟାଗଡରୁ ଖୋର୍ଦ୍ଧା ଜିଲା ମଧ୍ୟରେ ଜଣେ ଖବରଦାତା, କାଉଡିଆଙ୍କ ସମେତ ୧୨ ଜଣ ସାମାନ୍ୟ ଆହତ ହୋଇ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଲୋକଙ୍କ କବଳରୁ ଦୁର୍ଘଟଣା ଘଟାଇଥିବା ୪ ଯୁବତୀଯୁବକଙ୍କୁ ପୋଲିସ ଉଦ୍ଧାର କରି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri