କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ବ୍ରହ୍ମବରଦା ସମେତ ଜିଲାର ଅନ୍ୟ ପ୍ରମୁଖ ସହରକୁ ସଟ୍‌ଡାଉନ କରାଯାଇଛି। ସୋମବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏଥିପାଇଁ ଜିଲାର ସୀମାକୁ ସିଲ କରିଦିଆଯାଇଛି। ତେବେ କରୋନା ଆକ୍ରାନ୍ତ ଥିବା ଅଞ୍ଚଳର ବାୟୁ ମଣ୍ଡଳରେ କରୋନାର କ୍ଷୁଦ୍ର କଣିକା ରହୁଥିବା କୁହାଯାଉଛି। ଯାହାଦ୍ୱାରା ଜଣେ ସୁସ୍ଥ ଲୋକ ବି କରୋନା ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧି ବାହାରିଲେ ଜରିମାନାର ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ୱେ ରସୁଲପୁର ବ୍ଲକ ଅଞ୍ଚଳରେ ଗାଁ ଲୋକେ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି ଏବଂ ଅତି ସାଧାରଣ ଭାବେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯିବା ପରେ ବି ଗ୍ରାମାଞ୍ଚଳର ଲୋକେ ଚେତୁ ନାହାନ୍ତି। ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳିଯିବା ଯୋଗୁ ବାହାରେ କାମ କରୁଥିବା ଲୋକେ ଗାଁ ମୁହାଁ ହୋଇଛନ୍ତି। ଗାଁ ମଝିରେ ତାସ, କ୍ୟାରମ ଖେଳ ଜମୁଛି। ସକାଳେ ଓ ସନ୍ଧ୍ୟାରେ ଯୁବକମାନେ ଗାଁ ମୁଣ୍ଡ ପଡ଼ିଆରେ କ୍ରିକେଟ ଖେଳୁଛନ୍ତି। ଗାଁ ପଡିଆରେ ଖେଳ ଜମାଉଥିବା ଯୁବକଙ୍କୁ ପ୍ରଶାସନ ବାରଣ କରିଆସୁଛି। ମାତ୍ର ଏହାକୁ ପାଳନ କରାଯାଉ ନାହିଁ। ଏବେ ଯାଜପୁର ଜିଲାରେ ସଟ୍‌ଡାଉନ ଓ ୧୩ଦିନ ହେଲାଣି ଲକଡାଉନ ବଳବତ୍ତର ରହିଛି। ଏତେସବୁ କଟକଣାକୁ ଅଣଦେଖା କରି ଗାଁ ଦାଣ୍ଡରେ ଲୋକେ ଖୋଲାରେ ବିଚରଣ କରୁଥିବା ଦେଖାଯାଉଛି। ଏବେ ବି କେତେକ ଗାଁ ଛକରେ ଚା ପାନ ଦୋକାନ ଖୋଲା ଯାଉଛି। ସକାଳୁ ପାନ ଓ ଚା ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ବଢିଯାଇଛି। ଗାଁରେ ଖୋଲାଖୋଲି କରୋନା କଟକଣାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ପ୍ରତ୍ୟେକ ପଞ୍ଚାୟତରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ, ଜନପ୍ରତିନିଧିମାନେ କାର୍ଯ୍ୟ କରୁଛନ୍ତି। ଅମାନିଆ ଲୋକଙ୍କ ଭୟରେ ଏମାନେ ନୀରବ ରହୁଛନ୍ତି। ତେବେ ଏହା ଜାରି ରହିଲେ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଯେଉଁଠି କରୋନା ନିୟମ ପାଳନ କରାଯାଉ ନାହିଁ ବୋଲି ସୂଚନା ମିଳିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri