କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର: ଅସୁସ୍ଥ ମା’-ବାପାଙ୍କ ପାଇଁ କିଣିହେଉନି ଔଷଧ

କଟକ ଅଫିସ,୭।୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ ପରିବାର ପାଇଁ ସେ ହିଁ ସାହାରା ପାଲଟିଛନ୍ତି। ବାପା ରମେଶ ଠାକୁର ଦୁଇବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି। ଅସୁସ୍ଥ ଥିବା ମା’ ସଞ୍ଜୁ ଦେବୀ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ନେଫ୍ରୋଲୋଜି ବିଭାଗରେ ୧୮ଦିନ ହେବ ଚିକିତ୍ସିତ ହେଉଛନ୍ତି। ମା’ ଓ ବାପାଙ୍କ ଚିକିତ୍ସା ସମେତ ଦୁଇ ଯାଆଁଳା ଭଉଣୀ ପାୟଲ ଓ ପରୀଙ୍କ ଦାୟିତ୍ୱ ଭାର ମଧ୍ୟ ରାଜରୋଶନଙ୍କ କାନ୍ଧରେ ରହିଛି।

ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ରାଜରୋଶନଙ୍କ ଘର। ବାପା ରମେଶ ଗୁପଚୁପ ବିକି ପରିବାର ଚଳାଉଥିଲେ। ୨ବର୍ଷ ତଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲେ। ଅନେକ ଦିନ ଧରି ମେଡ଼ିକାଲରେ ଚିକିତ୍ସା ସତ୍ତ୍ୱେ ସେ ପକ୍ଷାଘାତରେ ଶଯ୍ୟାଶାୟୀ ପାଲଟିଗଲେ। ଏହାପରେ ରାଜରୋଶନ ଓ ମା’ ସଞ୍ଜୁଙ୍କ ଉପରେ ପରିବାର ଦାୟିତ୍ୱ ପଡ଼ିଥିଲା। ରାଜରୋଶନ ଭିକ୍ଷାବୃତ୍ତି କରି ପରିବାର ଚଳାଉଥିଲେ। ସେହି ଅର୍ଥରେ ବାପାଙ୍କ ପଥି, ଦୁଇ ଭଉଣୀଙ୍କ ପଢ଼ାଖର୍ଚ୍ଚ ଉଠୁଥିଲା। ଏହି ପରିବାରର ଦୁଃଖ ଲୋକଲୋଚନକୁ ଆସିବା ପରେ ଯାଜପୁର ଜିଲାପାଳ ସେମାନଙ୍କ ପାଇଁ ମାସିକ ୨ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। କିନ୍ତୁ ରାଶନ କାର୍ଡ଼ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସେମାନଙ୍କୁ ମିଳୁନାହିଁ। ବହୁ କଷ୍ଟରେ ଥିବାବେଳେ ଏବେ ମା’ ସଞ୍ଜୁ ଦେବୀ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଘରେ ଦୁଇ ଭଉଣୀ ବାପାଙ୍କ ସେବାରେ ଲାଗିଥିବା ବେଳେ କଟକରେ ମା’ଙ୍କ ପାଖରେ ଅଛନ୍ତି ରାଜରୋଶନ। ସରକାରୀ ସହାୟତା ପାଇଁ ଏବେ ରାଜରୋଶନ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

Dharmendra Pradhan Resign: କ’ଣ AAP ପରି ରାଜନୀତି ମଇଦାନକୁ ଓହ୍ଲାଇବ CJP? ପ୍ରେସ କନଫରେନ୍ସରେ କଲା ବଡ଼ ଘୋଷଣା

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କକରୋଚ ଜନତା ପାର୍ଟି (CJP) ଏବଂ ଭାରତର ଯୁବ ଆନ୍ଦୋଳନଗୁଡ଼ିକ ପାଇଁ ଏକ ଐତିହାସିକ ଓ ଅଭୂତପୂର୍ୱ ବିଜୟ। ତଥାପି, CJPର ‘ଆମ…

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri