ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ ଶୋ’ ‘ଦିଲ୍‌ ୟେ ଜିଦ୍ଦି ହୈ’ର ମୁଖ୍ୟ ନାୟିକା। ପ୍ରକୃତି ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆଭାବେ ହିନ୍ଦୀ ଟେଲି ଧାରାବାହିକରେ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ଭଦ୍ରକର ସଞ୍ଜୟ ଗୋପାଳ ଓ ସୁଜାତା ରାୟଙ୍କ କନ୍ୟା ମେଘାଙ୍କ ସହ ଏଥର ଧରିତ୍ରୀ ଆଳାପ।

ଇଞ୍ଜିନିୟରିଂ ଚାକିରି ଛାଡ଼ି ଅଭିନୟ ଆଡ଼କୁ କାହିଁକି ଆସିଲେ?
*ପିଲାବେଳୁ ମୋର ଅଭିନୟ ଓ ଟେଲିଭିଜନ ପ୍ରତି ଦୁର୍ବଳତା ଥିଲା। ମୁଁ ଜଣେ ଡ୍ୟାନ୍ସର ଥିଲି। ଭାରତନାଟ୍ୟମ୍‌ରେ ମାଷ୍ଟର ଡିଗ୍ରୀ କରିଛି। ପାଠପଢାରେ ବି ଭଲ ଥିଲା। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିବା ପରେ ଏକ ପ୍ରତିଷ୍ଠିତ ଏମ୍‌ଏନ୍‌ସିରେ ବର୍ଷେ ଯାଏଁ ଚାକିରି କରିଥିଲି। ହେଲେ ପ୍ୟାଶନ୍‌କୁ ଅନୁକରଣ କରିବାକୁ ନିଷ୍ପତ୍ତି ନେଇଥିଲି ଓ ଚାକିରି ଛାଡି ଫୁଲ୍‌ଟାଇମ୍‌ ଆକ୍ଟିଂ ଉପରେ ଫୋକସ୍‌ କରିବି ବୋଲି ଭାବି ନେଇଥିଲି। ନୃତ୍ୟ କରିବା ଯୋଗୁ ଛୋଟବେଳୁ ଷ୍ଟେଜ୍‌ ସହ ମୋର ଭଲ ସମ୍ପର୍କ ଥିଲା। ତେଣୁ ଅଭିନୟ ମୋ ପାଇଁ ଏତେ କଷ୍ଟ ନଥିଲା।
ହିନ୍ଦୀ ଫିଲ୍ମରେ ସୁଯୋଗ ମିଳିଲେ କେଉଁ ଚରିତ୍ରରେ ଅଭିନୟ କରିବେ?
*ବଲିଉଡ୍‌ ଯିବାକୁ କାହାର ଇଚ୍ଛା ନ ଥାଏ। ମୋର ବି ଅଛି। କିଛି ଭଲ ଫିଲ୍ମ ଓ ଭଲ ନିର୍ମାତାଙ୍କ ସହ କାମ କରିବାକୁ ଇଚ୍ଛା ଅଛି। ‘ଦିଲ୍‌ ୟେ ଜିଦ୍ଦି ହୈ’ରେ ଏବେ ମୁଁ ୟଙ୍ଗ୍‌ ଓ ବବ୍‌ଲି କ୍ୟାରେକ୍ଟର ପ୍ଲେ କରୁଛି। ଆଗକୁ ଯାଇ ଯଦି କିଛି ଇଣ୍ଟେନ୍ସ, ସିରିୟସ୍‌ କିମ୍ବା ଆକ୍ସନ, ମିଷ୍ଟ୍ରି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳେ ତା’ହେଲେ ମଜା ଆସିଯିବ।
ପ୍ରଥମ ହିନ୍ଦୀ ଟେଲିଭିଜନ ଶୋ’ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ଅଫର୍‌ ମିଳିବା ପରେ କେମିତି ଲାଗିଥିଲା?
*ଲିଡ୍‌ ରୋଲ୍‌ରେ ଅଭିନୟ କରିବା ବହୁତ ପୂର୍ବରୁ ମୋର ସ୍ବପ୍ନ ଥିଲା। ଭଗବାନଙ୍କ ଆଶୀର୍ବାଦରୁ ମୋତେ ବମ୍ବେ ଭଳି ସ୍ଥାନରେ ନବାଗତ ଭାବେ ଏତେ ସଂଘର୍ଷ କରିବାକୁ ପଡ଼ିନି। ଚାକିରି ଛାଡ଼ି ପ୍ରଥମେ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ଲଗର୍‌ଭାବେ ପରିଚିତ ହେବାପରେ ‘ଏମ୍‌ଏକ୍ସ ପ୍ଲେୟାର’ରେ ପ୍ରସାରିତ ଓ୍ବେବ୍‌ସିରିଜ ‘ପଓ୍ବନ୍‌ ଆଣ୍ଡ୍‌ ପୂଜା’ରେ ଅଭିନୟ କରିଥଲି। ଏହାପରେ ‘ଦିଲ୍‌ ୟେ ଜିଦ୍ଦି ହୈ’ରେ ମୋତେ ବ୍ରେକ୍‌ ମିଳିଥିଲା। ସବୁକିଛି ସ୍ବପ୍ନ ଭଳି ଲାଗିଲା। ଜି ଟିଭି ଭଳି ପ୍ଲାଟ୍‌ଫର୍ମରେ ଲିଡ୍‌ କାଷ୍ଟ୍‌ ପାଇବା ନିଶ୍ଚୟ ଏକ ବଡ଼ କଥା।
ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଜଣେ ଓଡ଼ିଆ ଭାବେ କ’ଣ ଅନୁଭବ କରନ୍ତି?
*ଓଡ଼ିଆ ଏବଂ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ମୋତେ ବହୁତ ଖୁସି ଲାଗେ। ଓଡ଼ିଆ ଲୋକଙ୍କୁ ଇଣ୍ଡଷ୍ଟ୍ରିରେ ଦେଖିଲେ ଭଲଲାଗେ। ମୁମ୍ବାଇ ଭଳି ସ୍ଥାନରେ ଓଡ଼ିଆଙ୍କୁ ପାଇବା ବହୁତ କଷ୍ଟ। ହେଲେ ଯେତେବେଳ ଜଣେ ଓଡ଼ିଆଙ୍କ ସହ ଦେଖା ହୋଇଯାଏ ବହୁତ ଖୁସି ଓ ନିଜର ନିଜର ଲାଗେ। ଆଶା କରୁଛି ଯେ ଆଗକୁ ଯାଇ ଓଡ଼ିଶାକୁ ଜାତୀୟସ୍ତରରେ ଆହୁରି ଗୌରବାନ୍ବିତ କରିବି।
ମଡେଲିଂରେ ଆଗ୍ରହ ଅଛି କି?
*ମୁଁ ପ୍ରଥମେ ମଡେଲିଂରୁ ହିଁ କ୍ୟାରିୟର ଆରମ୍ଭ କରିଥିଲି। ଫ୍ୟାଶନ ବ୍ଲଗିଂ ମଧ୍ୟ କରୁଥିଲି। ପ୍ରଫେସନାଲ ମଡେଲ୍‌ ଭାବେ ସ୍ପଟିଫାଏ ସହ ମୋର ପ୍ରଥମ ପ୍ରୋଜେକ୍ଟ ଥିଲା। ଚାରିଆଡେ ବଡ଼ ବଡ଼ ହୋର୍ଡିଂ ଦେଖି ବହୁତ ଖୁସି ଲାଗୁଥିଲା। ଏବେ ସିରିଏଲ୍‌ ମିଳିବା ପରେ ଆଉ ସମୟ ହେଉନି। ହେଲେ ଆଗକୁ ଯାଇ ନିଶ୍ଚୟ ମଡେଲିଂ ଜାରି ରଖିବି।
ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ଓଡ଼ିଶା ଫେରିବେ ?
*ହଁ, ନିଶ୍ଚୟ ଆସିବି। ନିଜ ମାତୃଭାଷାରେ ଅଭିନୟ କରିବାଠାରୁ ଭଲ କଥା ଆଉ କିଛି ନାହିଁ। ଭଲ ପ୍ରୋଜେକ୍ଟ ହାତକୁ ଆସିଲେ ମୁଁ ନିଶ୍ଚିନ୍ତ କରିବି।
କ’ଣ ଖାଇବାକୁ ଭଲଲାଗେ?
*ମୁଁ ବହୁତ ବଡ଼ ଫୁଡି। ଘରେ ମମ୍ମି ଯାହା କରନ୍ତି ସବୁ ଭଲଲାଗେ। ଏହାବ୍ୟତୀତ ମୁମ୍ବାଇର ଷ୍ଟ୍ରିଟ୍‌ ଫୁଡ୍‌ ବହୁତ ପସନ୍ଦ। ଭିନ୍ନ ଭିନ୍ନ ଦେଶର ଖାଦ୍ୟ ଖାଇବାକୁ ଭଲଲାଗେ। କଣ୍ଟିନେଣ୍ଟାଲ, ଥାଇ କୁଇଜିନ୍‌ ମୋର ଫେଭରାଇଟ୍‌। ଓଡ଼ିଆ ଖାଦ୍ୟ ଭିତରେ ପଖାଳ ଭାତ ମୋର ସବୁଠୁ ପ୍ରିୟ। ଏହାସହ ଚିଙ୍ଗୁଡି ଛେଚା ମିଳିଗଲେ ବାସ୍‌ ଆଉକିଛି ଦରକାର ପଡ଼େନା। ମୋ ମାମୁ ଘର କଟକ। ଓଡ଼ିଶା ଗଲେ ମୁଁ କଟକର ଚାଟ୍‌ ଖାଇବାକୁ କେବେ ଭୁଲେନା।
ଯେଉଁମାନେ ଅଭିନୟକୁ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କୁ କ’ଣ କହିବେ?
*ଫେମ୍‌, ଗ୍ଲାମର୍‌କୁ ଆଶା ରଖି କେବେ ବି ଏହି ଇଣ୍ଡଷ୍ଟ୍ରିକୁ ଆସିବା କଥା ନୁହେଁ। ହେଲେ କଳା ପ୍ରତି ଯଦି ଭଲପାଇବା ଅଛି, ଏହା ତୁମର ପ୍ୟାଶନ ତା’ହେଲେ ହିଁ ଆସ। ନଚେତ୍‌ ଏଠାରେ ତିଷ୍ଠି ରହିବା ବହୁତ କଷ୍ଟକର। କଳାକାରଭାବେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ପ୍ରତିଦିନ ଅଭ୍ୟାସ କରିବାକୁ ପଡ଼ିବ। ପ୍ରତିଦିନ ଜୀବନରୁ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖ ଓ ତାହାକୁ ନିଜ କଳାରେ ସାମିଲ କର।
‘ଦିଲ୍‌ ୟେ ଜିଦ୍ଦି ହୈ’ର ସ୍ମରଣୀୟ ମୁହୂର୍ତ୍ତ?
*ଆମେ ଶୁୁଟିଂ କରିବାକୁ ଝାନ୍‌ସୀ ଯାଇଥିଲୁ। ଶୋ’ର କିଛିଟା ଆଉଟ୍‌ଡୋର୍‌ ଶୁୁଟ୍‌ ସେଠାରେ ହୋଇଥିଲା। ପ୍ରଥମ ଏପିସୋଡ୍‌ର ଏକ ଦୃଶ୍ୟ ଥିଲା। ମୋ ସହ ଅଭିନେତା ଭାବେ ଯିଏ ଏହି ଧାରାବାହିକରେ ଅଛନ୍ତି ତାଙ୍କ ସହ ସୁକ୍‌ମା ଡୁକ୍‌ମା ଡ୍ୟାମ୍‌ ପାଖରେ ଏକ ଦୃଶ୍ୟର ଶୁଟିଂ ହେଉଥିଲା। ହେଲେ ସେ ଡ୍ୟାମ୍‌ ଏତେ ସୁନ୍ଦର ଥିଲା ଯେ ତାହା ଉପରେ ମୋ ନଜର ହଟୁ ନ ଥିଲା। ଏହା ସାଙ୍ଗକୁ ସେ ସିନ୍‌ର କାହାଣୀ ମଧ୍ୟ ଆହୁରି ଭଲ ଥିଲା। ଆଜିଯାଏ ମୁଁ ସେ ଦୃଶ୍ୟକୁ ଭୁଲିପାରୁନି।
ପାଠକଙ୍କୁ କ’ଣ କହିବେ?
*ପାଠକଙ୍କୁ ଏତିକି କହିବି ମୋ ଶୋ’କୁ ଦେଖନ୍ତୁ। ମୋତେ ଆହୁରି ଭଲପାଇବା ଦିଅନ୍ତୁ। ଶୋ’ ହିଟ୍‌ ହେଲେ ଓଡ଼ିଶାକୁ ହିଁ ପରିଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri